ଚମତ୍କାର, 13 ମାସରେ ଦେଲେ 4 ଶିଶୁ ଦେଲେ ଜନ୍ମ… ଏହି ଘଟଣା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ନମସ୍କାର ବନ୍ଧୁଗଣ, ନଅ ମାସରେ ଶିଶୁ ଗର୍ଭରୁ ବାହାରକୁ ଆସିଥାଏ ଏହା ସଂସାରର ନିୟମ ଅଟେ । କିନ୍ତୁ ବର୍ତ୍ତମାନ ନିୟମ ବାହାରେ ଏକ ଖବର ଆସି ପହଞ୍ଚିଛି ଯାହାକୁ ଜାଣିବା ପରେ ଆପଣ ବିଶ୍ଵାସ କରିବେ କି କରିବେନି ବସି ଭାବରେ ତାହା ଆଶ୍ଚର୍ଯ୍ୟ କରିବା ଭଳି କଥା ଠାରୁ ମଧ୍ୟ ବହୁ ଉପରେ । ଖବର ଅନୁଯାୟୀ ଆମେରିକାର ଜଣେ ମହିଳା ତେର ମାସରେ ଦୁଇ ଥର ଯାଆଁଳା ଶିଶୁ ଜନ୍ମ କରିଛନ୍ତି । ଏହି ସୂଚନା ଡାକ୍ତର ମାନଙ୍କୁ ମଧ୍ୟ ଚକିତ କରାଇଦେଇଛି । ତେବେ ଏହା ସମ୍ପର୍କରେ ରହିଥିବା ଖବର ଉପରେ ଆସନ୍ତୁ ନଜର ପକାଇବା ।

ଆମେରିକାର ଜଣେ ମହିଳା ତେର ମାସ ଭିତରେ ଦୁଇଥର ଗର୍ଭବତୀ ହେବା ସହିତ ଦୁଇଥର ଯାକ ଯାଆଁଳା ଶିଶୁ ଜନ୍ମ କରିଥିଲେ । ତେବେ ତେର ମାସ ମଧ୍ୟରେ ଚାରୋଟି ଶିଶୁ ଜନ୍ମ ନେବା କଥାକୁ ସହଜରେ ମଧ୍ୟ କେହି ଗ୍ରହଣ କରୁପାରୁନଥିଲେ ମଧ୍ୟ ଏହା ସତ୍ୟ ଅଟେ । ଏଭଳି ଡେଲିଭରିକୁ ଡାକ୍ତରୀ ଭାଷାରେ ମୋମୋ ଟ୍ଵିନ୍ସ ବୋଲି କୁହାଯାଏ ।

ଏହି ମୋମୋ ଟ୍ଵିନ୍ସ ଡେଲିଭରିରେ ଉଭୟ ମାଆ ଏବଂ ଶିଶୁଙ୍କ ଜୀବନ ବିପଦ ଭିତରେ ରହିଥାଏ । ତେବେ ମହିଳା ଜଣଙ୍କ ପୂର୍ବରୁ ଦୁଇଟି ଯାଆଁଳା ପୁଅ ଲେଭି ଓ ଲୁକାନଙ୍କୁ ଜନ୍ମ ଦେଇଥିଲେ । ଏହାର ୬ ମାସ ପରେ ପୁଣି ସେ ଦୁଇଟି ଯାଆଁଳା ଝିଅ ଲିଡିଆ ଏବଂ ଲିଲିଙ୍କୁ ଜନ୍ମ ଦେଲେ । ଦିତୀୟ ଗର୍ଭ ଧରାଣ ସବୁଠାରୁ ଦୁର୍ଲଭ ଥିଲା । ଏହା ସହିତ ଅଧିକ ବିପଦ ମଧ୍ୟ ଏଥିରେ ରହିଥିଲା ।

ସେଥିପାଇଁ ତାଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ପଡିଥିଲା । ତୀଙ୍କର ଏହି ଡେଲିଭରି ପାଇଁ ତାଙ୍କୁ ପ୍ରାୟ ୫୦ ଦିନ ପର୍ଯ୍ୟନ୍ତ ମେଡିକାଲରେ ରହିବା ପାଇଁ ପଡିଥିଲା । ଯାହା ଫଳରେ ତାଙ୍କ ଗର୍ଭରେ ଥିବା ଶିଶୁଙ୍କ ଉପରେ ଡାକ୍ତର ପ୍ରତ୍ୟକ ମୁହୂର୍ତ୍ତରେ ନଜର ରଖିପାରିବେ । ମହିଳା ଜଣଙ୍କ କୁହନ୍ତି ତାଙ୍କ ପାଇଁ ଏହିଦିନ ଗୁଡିକ ବହୁତ ସଂଘର୍ଷ ବହୁଳ ଥିଲା ।

କାରଣ ଏଥିରେ ତାଙ୍କ ଉପରେ ଏବଂ ତାଙ୍କ ପିଲା ମାନଙ୍କ ଉପରେ ବହୁତ ଅଧିକ ବିପଦ ଥିଲା । ଆଉ ଭଗବାନଙ୍କ ଆଶୀର୍ବାଦ ଫଳରେ ଭଲରେ ଭଲରେ ଡେଲିଭରି ହୋଇଥିଲା ଆଉ ପରିବାରରେ ଖୁସି ଆସିଥିଲା । ତେବେ ଏଭଳି ଏକ ବିରଳ ଡେଲିଭରି ସମ୍ପର୍କରେ ଆପଣ ମାନେ କଣ କହିବା ପାଇଁ ଚାହିଁବେ ତାହା ଆମକୁ କମେଣ୍ଟ ଦ୍ଵାରା ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *