ବିବାହର କିଛି ସମୟ ପୂର୍ବରୁ ଶୌଚ ଯିବି କହି ମଙ୍ଗୁଳା କନିଆଁ ଛୁ… ସମ୍ପୁର୍ଣ୍ଣ ଘଟଣା ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ, ଘରୁ ମଙ୍ଗୁଳା କନିଆଁ ନିଜ ପ୍ରେମିକ ସହ ବାହାଘର ପୂର୍ବରୁ ପଳାଇବା କେତେ ଯେ ନିନ୍ଦନୀୟ ତାହା କେବଳ ବାପା ମାଆଙ୍କୁ ଜଣା । କେଏ ଲୋକଙ୍କ ଠାରୁ କେତେ କଥା ଶୁଣିବା ପାଇଁ ପଡିଥାଏ । ହେଲେ ଝିଅର କଣ ଯାଉଛି ଝିଅ ତ ଟୋକା ପ୍ରେମରେ ଉବୁ ଟୁବୁ ତେଣୁ ତାଙ୍କ ଆଖିକୁ ଏସବୁ ଦେଖାଯାଏ ନାହିଁ । ସୂଚନା ଅନୁଯାୟୀ ଜଣେ ମଙ୍ଗୁଳା କନିଆ ଶୌଚ ଯିବା ବାହନରେ ପ୍ରେମିକ ସହ ଚମ୍ପଟ ମାରିଛନ୍ତି । ତେବେ ଏଭଳି ଏକ ଘଟଣା କେଉଁଠାରେ ଘଟିଛି ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୋଇନ୍ତଳା ଥାନା ବୁଢୀ ଶିଣ୍ଢୋଲ ଗ୍ରାମରେ । ବିବାହ ହେବା ପାଇଁ ସବୁ କିଛି ଯୋଗାଡ ସରିଥିଲା । ହେଲେ ଝିଅଟି ଭୋର ସମୟରେ ଶୌଚ ଯିବି କହି ବାହାନା କରି ପ୍ରେମିକ ସହ ଚମ୍ପଟ ମାରିଛି ପ୍ରେମିକା । ଘର ଲୋକଙ୍କ ଇଜ୍ଜତ ମାନ ମହତକୁ ପଛରେ ପକାଇ ପ୍ରେମିକର ହାତ ଧରିଛି ଝିଅ ।

ଖବର ମୁତବକ ଗ୍ରାମର ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆଗରୁ ଥିଲା । ତେଣୁ ସେହି ପୁଅ ସହିତ ଝିଅ ଫେରାର ହୋଇଥିବାର କଥା ସନ୍ଦେହ କରୁଛନ୍ତି ପରିବାର ଲୋକେ । ଝିଅଙ୍କୁ ବହୁତ ଖୋଜା ଖୋଜି କରିବା ପରେ ଝିଅକୁ ପାଇନଥିଲେ । ଏହାପରେ ଝିଅଙ୍କ ବାପା ଯାଇ ପୋଇନ୍ତଳା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ।

ବର ଘର ଲୋକଙ୍କ ପାଖରେ ଏଭଳି ଏକ ଖବର ପହଞ୍ଚିବା ପରେ ସେ ବିବାହ କାର୍ଯ୍ୟ ଆଗକୁ ବଢାଇବା ବନ୍ଦ ରଖିଥିଲେ ।  ଝିଅ ତାଙ୍କ ଘର ପଛ ପଟର ଏକ ତାଟି ଦିଆଯାଇଥିବା ବାଟ ଦେଇ ପଳାଇଛନ୍ତି । ତେବେ ଏହାପରେ ତାଙ୍କ ଘର ପରିବାର ଲୋକେ ବହୁତ ବ୍ୟସ୍ତ ଏବଂ ଦୁଃଖିତ ଅଛନ୍ତି । ଝିଅର ଏଭଳି କାଣ୍ଡ ପରେ ତାଙ୍କ ମୁଣ୍ଡ ନିହାତି ଭାବରେ ତଳକୁ ହୋଇଯାଇଛି ।

ଝିଅର ବିବାହ ପାଇଁ ବାପା ମାଆ ସବୁକିଛି ଯୋଗାଡ କରିଥିଲେ । ତାଙ୍କ ପାଇଁ ଟିଭି, ଫ୍ରିଜ, ବାସନ, ଖଟ ସବୁକିଛି ନୂଆ କିଣା ହୋଇ ସଜଡା ହୋଇ ରଖାଯାଇଥିଲା ଝିଅକୁ ଦେବା ପାଇଁ । ହେଲେ ଝିଅ ଆଉ ନାହିଁ ଏସବୁ ନେବା ପାଇଁ । ଏହା ସମ୍ପର୍କରେ ଆପଣ ମାନଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାଇବା ପାଇଁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *