ଏହି ୬ ଟି ଲୋକ ସବୁବେଳେ ରହିଥାନ୍ତି ଦୁଃଖୀ, ଏମାନଙ୍କଠୁ ରୁହନ୍ତୁ ଦୂରେଇ- Vidur Niti

ବିଦୁର ନୀତିରେ ଜୀବନ ସହିତ ଜଡିତ କଥା ଉପରେ ଆଲୋଚନା କରାଯାଇଛି । ବିଦୁର ନୀତିରେ ଏହା ଶିଖିବାକୁ ମିଳିଥାଏ ଜୀବନର ବିଭିନ୍ନ ପରିସ୍ତିତିରେ କେଉନଭଳି ବ୍ୟବହାର କରିବା ଦରକାର । ବିଦୁର ନୀତିର ଗୋଟେ ଶ୍ଳୋକରେ ବିଦୁର କହିଛନ୍ତି ଏହି ୬ ଟି ଲୋକ ସବୁବେଳେ ଦୁଃଖୀ ରହିଥାନ୍ତି । ଏହିଭଳି ଲୋକଙ୍କ ଠାରୁ ଦୂରରେ ରହିବା ଆବଶ୍ୟକ । କାରଣ ଏହିଭଳି ଲୋକ ଆପଣଙ୍କ ଜୀବନକୁ ବି ନକରାତ୍ମକରେ ଭରି ଦିଅନ୍ତି ।

ଈର୍ଷ୍ଯୀ ଘୃଣୀ ନ ସନ୍ତୁଷ୍ଟ: କ୍ରୋଧନୋ ନିତ୍ଯଶକ୍ତି:।

ପରଭାଗ୍ଯୋପଜୀୱୀ ଚ ଷଡେତେ ନିତ୍ଯଦୁ:ଖିତା:।।

Image Courtesy: Google

ଈର୍ଷା କରୁଥିବା ଲୋକ

ବିଦୁର କହୁଛନ୍ତିକି ଈର୍ଷା କରୁଥିବା ବ୍ୟକ୍ତି ସବୁବେଳେ ଦୁଃଖୀ ରହିଥାଏ । କାରଣ ଏହିଭଳି ଲୋକ ଅନ୍ୟର ସଫଳତା ଦେଖି ଦୁଃଖୀ ହୋଇଥାଏ । ସେଥିପାଇଁ ଏମାନଙ୍କ ଜୀବନରୁ କେବେ ଦୁଃଖ ଯାଇନଥାଏ । ଏହା ସହିତ ନିଜ ସହିତ ରହୁଥିବା ଲୋକଙ୍କୁ ନିଜ ହିସାବରେ ସେହିଭଳି କରିଦେଇଥାନ୍ତି ।

ଘୃଣା କରୁଥିବା ଲୋକ

ବିଦୁର ନୀତିରେ ଦିତୀୟ ଦୁଃଖୀ ବ୍ୟକ୍ତି ଆଲୋଚନା କରି ବିଦୁର କହିଛନ୍ତି ଘୃଣା କରୁଥିବା ଲୋକ ସବୁବେଳେ ଦୁଃଖୀ ରହିଥାଏ, ଏହି କାରଣରୁ ସେମାନଙ୍କ ଜୀବନ ଦୁଃଖରେ ଭରି ଯାଇଥାଏ ।  ଏମିତି ଲୋକ ନିଜ ସହିତ ରହୁଥିବା ଅନ୍ୟ ଲୋକଙ୍କ ମନରେ ଘୃଣା ଭାବ ଭରିଦେଇଥାନ୍ତି । ସେଥିପାଇଁ ଏମାନଙ୍କ ସହିତ ସାଙ୍ଗ ହୋଇ ରହୁଥିବା ଲୋକବି ଦୁଃଖୀ ହୋଇ ରହିଥାନ୍ତି ।

Image Courtesy: Google

ଅସନ୍ତୋସ

ଯେଉଁ ଲୋକ ସନ୍ତୁଷ୍ଟ ହୋଇପାରନ୍ତି ନହିଁ ସେ କେବେ ସୁଖର ଅନୁଭବ କରିପାରନ୍ତି ନହିଁ । ଏହିଭଳି ଲୋକ ସଫଳତା ପାଇଲା ପରେବି ମନରେ ଦୁଖୀ ହୋଇଥାନ୍ତି । ଅସନ୍ତୁଷ୍ଟ ଲୋକଙ୍କୁ ନିଜ ଆଖପାଖରେବି ନାକରାତ୍ମକ ଭଲ ଲାଗିଥାଏ । ସେଥିପାଇଁ ସେ ନିଜ ସହିତ ରହୁଥିବା ଲୋକଙ୍କ ମାନଙ୍କୁ ଦୁଃଖୀ କରିଥାନ୍ତି ।

କ୍ରୋଧୀ

ଜୀବନର ନାମ ଖୁସିରେ ବଞ୍ଚିବା ଅଟେ । କାରଣ ମନୁଷ୍ୟର ବୟସ କେତେ ଅଟେ ତାହା କାହାକୁ ଜଣା ନଥାଏ । କ୍ରୋଧୀ ବ୍ୟକ୍ତି ତାର ଜୀବନର ପ୍ରତୀଟି ଦିନକୁ ଦୁଃଖରେ ବ୍ୟତୀତ କରିଥାଏ । ଏହିଭଳି ବ୍ୟକ୍ତି ନିଜ ସମ୍ପର୍କୀୟ ଓ ମିତ୍ରା ମାନଙ୍କ ଜୀବନରେ ମଧ୍ୟ ଦୁଃଖ ଭରି ଦେଇଥାଏ ।

Image Courtesy: Google

ସନ୍ଦେହ କରୁଥିବା ବ୍ୟକ୍ତି

ବିଦୁର ନୀତିରେ କୁହାଯାଇଚିକି ସନ୍ଦେହରରେ ରହୁଥିବା ବ୍ୟକ୍ତି ସବୁବେଳେ ଦୁଖୀ ରହିଥାଏ । ଏହିଭଳି ବ୍ୟକ୍ତି ସୁଖ ସମୟକୁବୀ ଭଲରେ ବ୍ୟତୀତ କରିପାରେନି । ସନ୍ଦେହରେ ରହୁଥିବା ବ୍ୟକ୍ତି ସୁଖରେବି ସନ୍ଦେହ କରି ଦୁଖୀ ବନେଇଦେଇଥାଏ । ଯେଉଁ ଲୋକ ଜୀବନରେ ସୁଖୀ ରହିବାକୁ ଚାହିଁ ଥାନ୍ତି ସେମାନେ ଏହିଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।

Image Courtesy: Google

ଆଉ କାହା ଉପରେ ଆଶ୍ରା କରୁଥିବା ଲୋକ

ଯେଉଁ ବ୍ୟକ୍ତି ନିଜେ ସକ୍ଷମ ହେବ ପରେ ମଧ୍ୟ ସବୁବେଳେ ଆଉ କାହା ଉପରେ ନିର୍ଭରଶୀଳ ରହିଥାଏ ତାର ଜୀବନ ଦୁଃଖରେ ହିଁ କଟିଥାଏ । ଏମିତି ବ୍ୟକ୍ତି ଜୀବନରେ ସୁଖ କିଛି କ୍ଷଣ ପାଇଁ ହିଁ ଆସିଥାଏ ସେ ପୁଣି ଆଉ କାହା ଉପରେ ନିର୍ଭର କରିବା କାରଣରୁ ଓ ପୁଣି ସେ ଦୁଃଖରେ ବଦଳି ଯାଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *