Breaking News- ଏବେ ଏବେ ବଲୀଉଡରୁ ଆସିଲା ଆଉ ଏକ ଦୁଃଖ ଖବର, ଏହି ବଡ Singer ଙ୍କର ହେଲା ମୃତ୍ୟୁ

ବଲିଉଡର ଦିଗଜ ଗାୟକ ଏସପି ବାଲାସୁବ୍ରମନ୍ୟମ ଙ୍କର ମୃତ୍ୟୁ ହୋଇଛି । ତାଙ୍କର ମୃତ୍ୟୁର ଖବର ତାଙ୍କର ପୁଅ ଦେଇଛନ୍ତି । ତାଙ୍କର ବୟସ ୭୪ ବର୍ଷ ବୟସ ହୋଇଥିଲା । ବାଲା ସୁବ୍ରମନ୍ୟମ କରୋନାରେ ସଂକ୍ରମିତ କାରଣରୁ ୫ ଅଗଷ୍ଟରେ ହସ୍ପିଟାଲରେ ଭର୍ତି ହୋଇଥିଲେ । ତେବେ ଆଜି ଦ୍ଵିପ୍ରହର 1.4 ରେ ତାଙ୍କର ମୃତ୍ୟୁ ହୋଇଛି ।

ହସପିଟାଲରେ ଗୁରୁବାର ଦିନ କହିଲେ କି ତାଙ୍କ ଅବସ୍ଥା ବହୁତ ଗମ୍ଭୀର ଭାବେ ଖରାପ ହେବାକୁ ଲାଗିଛି । ତାଙ୍କୁ ଲାଇଫ ସାପୋଟ ସିଷ୍ଟମରେ ରଖାଯାଇଥିଲା । ଡାକ୍ତର କହିଥିଲେକି ତାଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି ।

୭୪ ବର୍ଷର ଏସପି ବାଲାସୁବ୍ରମନ୍ୟମ ହିନ୍ଦୀ ଫିଲ୍ମରେ ଗୀତା ଗାଇ ଅଲଗା ପ୍ରକାରର ଚିତ୍ର ବନେଇଥିଲେ । ୧୯୮୯ ରେ ଆସିଥିବା ସଲମାନ ଖାନ ଓ ଭାଗ୍ୟଶ୍ରୀଙ୍କର ସୁପରହିଟ ଫିଲ୍ମ ‘ ମେନେ ପ୍ୟାର କ୍ୟୁଉଁ କିଆ ‘ ରେ ସବୁ ଗୀତ ବାଲା ସୁବ୍ରମନ୍ୟମ ଗାଇଥିଲେ । ତାପରେ ସେ ସଲମାନ କ୍ୟାରିୟର ଆରମ୍ଭରେ ସବୁ ଗୀତ ଗାଇଥିଲେ ଓ ବହୁତ ବର୍ଷ ପର୍ଯ୍ୟନ୍ତ ସଲମାନ ଖାନଙ୍କର ଆବାଜ ହୋଇଥିଲେ ମଧ୍ୟ । ଏହାପରେ ଏସପି ବାଲା ସୁବ୍ରମନ୍ୟମ ବହୁତ ହିନ୍ଦୀ ଫିଲ୍ମରେ ବିଭିନ୍ନ ଅଭିନେତାଙ୍କ ପାଇଁ ନିଜ ଆବାଜ ଦେଇଥିଲେ ।

କୁହାଯାଏକି ବାଲାସୁବ୍ରମନ୍ୟମ ଏବେ ପର୍ଯ୍ୟନ୍ତ ମିଶାଇ ୧୬ ଭାଷାରେ ୪୦ ହଜାରରୁ ଅଧିକ ଗୀତ ଗାଇଥିଲେ ଓ ତାଙ୍କୁ ଚାରୋଟି ଭାଷା ତେଲୁଗୁ, ତାମିଲ, କନ୍ନଡ, ଓ ହିନ୍ଦୀ ଗୀତରେ ୬ ଥର ସର୍ବଶ୍ରେଷ୍ଠ ଗାୟକର ରାଷ୍ଟ୍ରୀୟ ପୁରସ୍କାର ଦିଆଯାଇଛି । ତାଙ୍କୁ ଭାରତ ସରକାରଙ୍କ ତରଫରୁ ୨୦୦୧ ରେ ପଦ୍ମଶ୍ରୀ ଓ ୨୦୧୧ ରେ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରଯାଇଥିଲା ।

ସେ ବଲୀଉଡ ଠାରୁ ନେଇ ଅନେକ ଅଲଗା ଭାଷାରେ ମଧ୍ୟ ବହୁତ ହିତ ଗିତ ଗାଇଛନ୍ତି । ସଲମାନଙ୍କ ଫିଲ୍ମରେ ଗାଇଥିବା ଗୀତର ମାନଙ୍କ ମଧ୍ୟରେ ” କବୁତର ଯା ଯା”, “ସାଥୀୟା ତୁନେ କ୍ଯା କିୟା”, “ତୁମସେ ମିଳନେ କି ତମନ୍ନା ହୈ”, “ଯିଏ ତୋ ଯିଏ କେସେ”, “ଦିଦି ତେରା ଦେବର ଦିବାନା” ଭଳି ଅନେକ ସୁପର ହିତ ଗୀତ ଗାଇଛନ୍ତି । ଯାହା ଏବେ ମଧ୍ୟ ଲୋକଙ୍କ ମନରେ ଘର କରିଛି ।

ତେବେ ଏହି ୨୦୨୦ ମସିହାରେ ବହୁତ ବଡ ବଡ ଅଭିନେତା ଠୁ ନେଇ ରାଜ ନେତା ଓ ଅନ୍ୟ କଳକାର ମାନଙ୍କର ଦେହାନ୍ତ ହେବାରେ ଲାଗିଛି । ଭଗବାନ କରନ୍ତୁ ସେମାନଙ୍କ ଆତ୍ମାକୁ ଶାନ୍ତି ମିଳୁ ଆମର ଏତିକି ପ୍ରାର୍ଥନା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *