କିଆରା ଆଡଭାନୀ ବିଷୟରେ କିଛି ରାଜର କଥା, ଯାହା ବହୁତ କମ ଲୋକ ଜାଣିଥିବେ

ଆପଣ ମାନେ ସମସ୍ତେ କିଆରାଙ୍କୁ ବେସ ଭଲ ଭାବରେ ଜାଣିଥିବେ କାହିଁକିନା କିଆରା ଏବେ ବହୁତ ଫେମସ ହିରୋଇନ ଅଟନ୍ତି ଓ ତାଙ୍କ ଅଭିନୟ ଦ୍ଵାରା ଦର୍ଶକ ମାନେ ବହୁତ ପ୍ରସନ୍ନ ମଧ୍ୟ ଅଛନ୍ତି । କିଆରାଙ୍କ ବହୁତ ଫିଲ୍ମ୍ସ ଲୋକଙ୍କୁ ବହୁତ ପସନ୍ଦ ଆସିଛି ଯେମିତିକି ଧୋନୀ, ମସିନ, କବୀର ସିଂହ ଓ ଗୁଡ ନ୍ଯୁଜ ଏହି ଭଳି ଫିଲ୍ମ୍ସରେ କିଆରା ତାଙ୍କ ଅଭିନୟ ଜାଦୁ ଦେଖାଇଛନ୍ତି ।

ତେବେ ଆଜି ଆମେ ଆପଣଙ୍କୁ କିଆରାଙ୍କ ଜୀବନ ବିଷୟରେ ସବୁ କଥା କହିବାକୁ ଯାଉଛୁ ଓ ଏହା ମଧ୍ୟ କହିବୁ ଯେ କେମିତି ସେ ଅଭିନେତ୍ରୀ ହେଲେ କାହିଁକିନା ତାଙ୍କ ବାପା ତାଙ୍କୁ ଅଭିନେତ୍ରୀ ହବାକୁ ଇଛା କରୁ ନଥିଲେ କିନ୍ତୁ ସେ କେମିତି ମାନିଲେ ଓ ଏମିତି କଣ ହେଲା ଯାହା ପାଇଁ କିଆରା ମା ବାପା ତାଙ୍କୁ ଅଭିନେତ୍ରୀ ହବା ପାଇଁ ପରମିସନ ଦେଲେ ସବୁ କଥା ଆଜି ଆମେ ଆପଣଙ୍କୁ କହିବୁ ।

Image Courtesy: Google

କିଆରାଙ୍କ ଜନ୍ମ ୩୧ ଜୁଲାଇ ୧୯୯୨ରେ ମୁମ୍ବାଇରେ ହୋଇଥିଲା, ତାଙ୍କ ବାପା ବଡ ବୀଜନେସ୍ମେନ ଅଟନ୍ତି ଓ ତାଙ୍କ ମା ଜଣେ ଟିଚର ଅଟନ୍ତି କିଆରା ଛୁଆବେଳେ ଗୋଟେ ବେବି ପାଉଡର ପାଇଁ ନିଜ ମା ସହ ଏଡଭଟାଇଜ କରିଥିଲେ ସେତେବେଳେ ସେ ବହୁତ ଚୋତଥିଲେ । ତେବେ ଯେମିତି ଯେମିତି କିଆରା ବଡ ହବାକୁ ଲାଗିଲେ ସେ ମାଧୁରୀ ଦିକ୍ଷିତ ଓ ଶ୍ରୀ ଦେବୀଙ୍କ ଗୀତରେ ନାଚିବା ଆରମ୍ଭ କଲେ ଓ ଛୋଟ ବେଳୁ ହିରୋଇନ ହବାର ସପନ ଦେଖୁଥିଲେ ।

Image Courtesy: Google

ଏହା ପରେ ସେ ବଡ ହେଲା ପରେ ଅନୁପମ ଖେରଙ୍କ ଏକଟିଙ୍ଗ ସ୍କୁଲରେ ଏଡମିସନ କଲେ ଓ ଅଭିନୟ ବାରିକ ଭାବରେ ଶିଖିବା ଆରମ୍ଭ କଲେ ତାଙ୍କ ଅଭିନୟ ଓ ତାଙ୍କ ଜସବା ଦେଖି ସମସ୍ତଙ୍କୁ ଲାଗୁଥିଲା ଯେ ସେ ବହୁତ ବଡ ଅଭିନେତ୍ରୀ ହୋଇବେ କିନ୍ତୁ କିଆରାଙ୍କ ବାପା ତାଙ୍କୁ ଅଭିନେତ୍ରୀ ରୂପରେ ଦେଖିବାକୁ ରାଜି ନଥିଲେ ତା ପରେ ଗୋଟେ ଚଳଚିତ୍ର ଆସିଲା ୩ ଇଡିଅଟ୍ସ ସେହି ଚଳଚିତ୍ର ଦେଖିବା ପରେ କିଆରାଙ୍କ ବାପାଙ୍କ ମନ ଚିନ୍ତା ବଦଳିଲା ଓ ସେ କିଆରାଙ୍କୁ ଚଳଚିତ୍ରରେ ଅଭିନେତ୍ରୀ ପାଇଁ ସ୍ବୀକୃତି ଦେଲେ ।

Image Courtesy: Google

ଏହା ପରେ କିଆରା ତାଙ୍କ ଚଳଚିତ୍ର ଦୁନିଆରେ ପାଦ ରଖିଲେ ଓ ଯେତେ ପରିଶ୍ରମ କରି ପାରିବେ କଲେ ଓ ବର୍ତମାନ ସେ ବହୁତ ବଡ ଅଭିନେତ୍ରୀ ଅଟନ୍ତି । ତେବେ କିଆରାଙ୍କ ଫେମିଲିରେ ଚଳଚିତ୍ରରେ ବହୁତ ବଡ କଳାକାର ଥିଲେ ଯେମିତିକି ଅଶୋକ କୁମାର ତାଙ୍କ ସ୍ଟେପ ଗ୍ରାଣ୍ଡ ଫାଦର ଥିଲେ, ତେବେ ବହୁତ ପ୍ରସିଦ୍ଧ କଳାକାର ସାଇଦ ଜାଫ୍ରି ତାଙ୍କ ଅଙ୍କଲ ଅଟନ୍ତି ।

Image Courtesy: Google

ତେବେ ସଲମାନ ଖାନ ସହ କିଆରାଙ୍କ ଘର ପରିବାର ଲୋକଙ୍କ ବହୁତ ଭାଲ ବଣ୍ଡ ଅଟେ । ସଲମାନ ଖାନ କିଆରାଙ୍କୁ ନିଜ ଅସଲ ନାମ ବଦଳି କିଆରା ରଖିବା ପାଇଁ କହିଥିଲେ କାହିଁକିନା କିଆରାଙ୍କ ଅସଲ ନାମ ଆଲିଆ ଥିଲା ଯାହା ମହେଶ ଭଟ ଝିଅଙ୍କ ନାମ ଅଟେ ଓ ଆଲିଆ ଚଳଚିତ୍ର ଦୁନିଆରେ ଆସି ସାରିଥିଲେ ।

Image Courtesy: Google

ସେଥିପାଇଁ କିଆରା ନିଜ ନା ବଦଳି କିଆରା ରଖିଲେ ତାଙ୍କ ପ୍ରଥମ ବଲୀଉଡ ଚଳଚିତ୍ରଥିଲା ଫୁଗଲି ଯାହା କିଛି ଖାସ ପ୍ରସିଦ୍ଧ ହେଲା ନାହିଁ । ଯାହା ପରେ ସେ ଏମ ଏସ ଧୋନୀ ପାଇଁ ଇଣ୍ଟରଭ୍ୟୁ ଦେଇଥିଲେ ଓ ସିଲେକ୍ଟ ହୋଇଥିଲେ ତାଙ୍କ ଏହି ଫିଲ୍ମ ବହୁତ ପ୍ରସିଦ୍ଧ ହୋଇଥିଲା ଓ ତାଙ୍କ ନା ପୁରା ବଲୀଉଡରେ ଫେମସ ହୋଇଥିଲା । ଏହା ପରେ ଗୋଟେ ଗୋଟେ ସିଢି ପାରି କରି କିଆରା ଆଜି ବଡ ଅଭିନେତ୍ରୀ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *