SBI ଖାତାଧାରକଙ୍କ ପାଇଁ ବଡ ଖବର, ସେଭିଙ୍ଗ ଆକାଉଣ୍ଟ ଉପରେ ଏହି ନିଷ୍ପତ୍ତି ହେଲା ଲାଗୁ- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ଭାରତୀୟ ଷ୍ଟେଟ ବ୍ଯାଙ୍କରେ ଯଦି ଆପଣଙ୍କ ଖାତା ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ଅଟେ, କରୋନା ଭାଇରସ ପାଇଁ ହୋଇଥିବା ଲକଡାଉନ ପାଇଁ ଦେଶ ସାରା ବ୍ୟାଙ୍କ ସେଭିଙ୍ଗ ଏକାଉଣ୍ଟ ରେ ମିଳୁଥିବା ବ୍ୟାଜ କମ କରିଦେଇଛନ୍ତି । ଏହି ଘୋଷଣା ବୁଧବାର ୧୫ ଏପ୍ରିଲ ଠାରୁ ପାଳନ କରା ଯାଉଛି, ଏହି ଘୋଷଣା ଅନୁଯାଇ ଖାତାଧାରକମାନଙ୍କୁ ୦.୨୫% କମ ବ୍ୟାଜ ଦିଆ ଯିବ । ତେବେ ବ୍ୟାଙ୍କ ନିଜ ଏଟିଏମ ଧାରକ ଲୋକଙ୍କୁ କିଛି ବଡ ଅଫର ଦେଇଛି ।

Image Courtesy: Google

ବ୍ୟାଙ୍କ ନିଜ ୱେବ୍ସାଇଟ ରେ କଲେ ଘୋଷଣା :

ବ୍ୟାଙ୍କ ନିଜ ଏଏଫଆଇସିଅଲ ସାଇଟରେ ଏହା ଘୋଷଣା କରିଛନ୍ତି ଯେ ଏବେ ଖାତାଧାରକମାନଙ୍କ ପାଇଁ ସେଭିଙ୍ଗ ଏକାଉଣ୍ଟ ରେ ୨.୭୫% ବ୍ୟାଜ ଦିଆ ଯିବ । ବ୍ୟାଙ୍କ ଦ୍ଵାରା କରାଯାଇଥିବା ଏହି ଘୋଷଣା ରେ କୁହା ଯାଇଛି ଯେ ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ କୟାସ ହବାରୁ ଜମା ହୋଇଥିବା ବ୍ୟାଜ ୦.୨୫% କମେଇବାର ନିଷ୍ପତ୍ତି କରା ଯାଇଛି ।

ହୋମ ଲୋନ କମିଲା :

ଏସବିଆଇ ସୀମାନ୍ତ ଆଧାରିତ ରୁଣ ବ୍ୟାଜ (ଏମସିଏଲଆର) ରେ ୦.୩୫% କମେଇବା ଘୋଷଣା କରା ଯାଇଛି । ଏହା ଦ୍ଵାରା ଆପଣଙ୍କ ହୋମ ଲୋନ ଇଏମଆଇ କମ କରା ଯାଇଛି, ବ୍ୟାଙ୍କ ଦ୍ଵାରା ଏହା ମଧ୍ୟ କୁହା ଯାଇଛି ଯେ ଏହା ଦ୍ଵାରା ୩୦ ବର୍ଷ ଅବଧି ହୋମ ଲୋନ ମାସିକ କିଶ୍ତ ପ୍ରତି ଗୋଟେ ଲକ୍ଷ ଟଙ୍କା କରଜ ରେ ୨୪ ଟଙ୍କା କମ କରା ଯାଇଛି ।

Image Courtesy: Google

୧୫ ଏପ୍ରିଲ ଠାରୁ ଏସବିଆଇ ସେଭିଙ୍ଗ ଖାତା :

୧୧ ମାର୍ଚ ଠାରୁ ଏସବିଆଇ ନିଜ ଗ୍ରାହକଙ୍କ ବ୍ୟାଜ କମେଇ ଦେଇ ୩% କରି ଦେଇଥିଲେ, ପ୍ରଥମେ ଏହା ଗୋଟେ ଲକ୍ଷ ଶେଷ ରାଶି ଉପରେ ୩.୨୫% ଥିଲା ଏବଂ ଗୋଟେ ଲକ୍ଷ ଠାରୁ ଅଧିକ ଉପରେ ୩% ଥିଲା । ଏଥର ସବୁ ପ୍ରକାର ବଜଟ ଉପରେ ୨.୭୫% ହୋଇ ଯାଇଅଛି ।

Image Courtesy: Google

ଏଟିଏମ କାର୍ଡ ଧାରକମାନଙ୍କ ପାଇଁ ବଡ ଆରାମ :

ବ୍ୟାଙ୍କ ନିଜ ଏଟିଏମ କାର୍ଡ ଧାରକମାନଙ୍କ ପାଇଁ ବଡ ଆରାମ ଦିଆ ଯାଇଛି ତେବେ ୩୦ ଜୁନ ଠାରୁ ଏଟିଏମ ଉପରେ ୫ଟି ଫ୍ରି ଟ୍ରାନଯାକସନ ପରେ ଲାଗିଥିବା ସର୍ଭିସ ଟ୍ୟାକ୍ଶ ଚାର୍ଜ ୩୦ ଜୁନ ପର୍ଯ୍ୟନ୍ତ ଉଠେଇ ଦିଆ ଯାଇଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *