କ-ରୋନା ଆସିଗଲା କେହି ବଞ୍ଚିବେ ନାହିଁ, ସଂକ୍ରମଣ ଭୟରେ ଯୁବକ ଜଣକ ଏଭଳି ଭାବେ କଲେ ଆତ୍ମହତ୍ୟା

ରାମପୁର ଜିଲ୍ଲା ରେ କ-ରୋନା ବିଷୟରେ ଏଣୁ ତେଣୁ କଥା କହୁଥିବା ଜଣେ ଯୁବକ ବୁଧବାର ଦିନ ବ୍ଲେଡ ଦ୍ଵାରା ନିଜ ବେକ କାଟି ଜୀବନ ଦେଇ ଦେଇଛନ୍ତି । ପୋଲିସ ଶବ ପୋସ୍ଟମଟମ କଲା ପରେ ପରିବାର ଲୋକଙ୍କୁ ଦେଇଛନ୍ତି, ଘର ଲୋକ ପୋଲିସକୁ ଏହା ଲିଖିତ ଦେଇଛନ୍ତି ଯେ ସେ ଏହା ବିଷୟରେ କୌଣସି ଯାଞ୍ଚ ଚାହୁଁ ନାହାନ୍ତି, ତେବେ ସମସ୍ତଙ୍କ ପାଇଁ ଏହି ଘଟଣା ଆଶ୍ଚର୍ଯ୍ୟଜନକ ଅଟେ ।

ମୃତକ ନାମ ଫେଜଲ ଅଟେ ତେବେ ଫେଜଲ ୨୬ ବର୍ଷ ଯୁବକ ଅଟେ ଯିଏ ନିଜ ମା ଓ ଭଉଣୀ ସହ କାଂଶିରାମ କୋଲୋନୀ ରେ ବାସ କରୁଥିଲେ ।

ଖବର ଅନୁଯାଇ ଫେଜଲ ମାନସିକ ସନ୍ତୁଳନ ଖରାପ ଥିଲା, କିଛି ବର୍ଷ ତଳେ ଫେଜଲ ବାପା ଓ ଦୁଇ ଭଉଣୀ ଦେହାନ୍ତ ହୋଇଥିଲା, ଯାହା ପରେ ତାକୁ ବହୁତ ବଡ ଝଟକା ଲାଗିଥିଲା । ଯେଉଁ ଦିନ ଲକଡାଉନ ଆରମ୍ଭ ହେଲା ସେ ଦିନ ସେ ନିଜ ପୁରାନାଗଞ୍ଜ ସ୍ଥିତ ଘରକୁ ଯାଇଥିଲା । ସମ୍ପର୍କୀୟ ଲୋକଙ୍କ କହିବା ଅନୁଯାଇ ଭୂତାଣୁ ବିଷୟରେ ଫେଜଲ ଏଣୁ ତେଣୁ କଥା କହୁଥିଲା, ପ୍ରାୟତଃ ଗୋଟେ କଥା କହୁଥିଲା କ-ରୋନା ଆସିଛି କେହି ବଞ୍ଚିବ ନାହିଁ ତେବେ ବେଳେ ବେଳେ କହୁଥିଲା ପୋଲିସ ଧରି ନେଇଯିବ ।

ଫେଜଲ ଭିଣେଇ କହିବା ଅନୁଯାଇ ବୁଧବାର ଦିନ ସକାଳେ ସେ ରାସନ ଆଣିବା ପାଇଁ ବଜାର ଯାଇଥିଲେ ଓ ଘର ମହିଳାମାନେ ଛାତକୁ ଯାଇଥିଲେ, ଏହି ସମୟରେ ଫେଜଲ ନିଜ ବେକ ବ୍ଲେଡ ଦ୍ଵାରା କାଟି ଦେଲା, ମହିଳାମାନେ ଯେତେବେଳେ ଛାତରୁ ଫେରିଲେ ଫେଜଲକୁ ଏହି ଅବସ୍ଥା ରେ ଦେଖି ଚିତ୍କାର କରିବା ଆରମ୍ଭ କରିଥିଲେ । ତେବେ ବେକ କାଟିବା ଦ୍ଵାରା ଫେଜଲ ମୃତ୍ୟୁ ହୋଇଯାଇ ଥିଲା, ସୂଚନା ପ୍ରାପ୍ତ ହେଲା ପରେ ପୋଲିସ ତୁରନ୍ତ ଘଟଣା ସ୍ଥଳ ରେ ଯାଇ ପହଞ୍ଚିଲେ ଓ ଏହା ପରେ ଶବ ପୋଷ୍ଟମଟମ ପାଇଁ ପଠା ଯାଇଥିଲା ।

ଏହିଭଳି ଅନେକ ପ୍ରକାର ଘଟଣା ସବୁ ଶୁଣିବାକୁ ମିଳୁଛି, କିଏ ମଦ ନ ପାଇ ଆତ୍ମ ହତ୍ୟା କଲାଣି ତ କିଏ ସଂକ୍ରମଣକୁ ଡଋ । ଏହି ଭୂତାଣୁ ଲୋକଙ୍କ ମନରେ ଏକ ଭୟ ସୃଷ୍ଟି କରି ସରିଲାଣି । କିନ୍ତୁ ଏହାକୁ ନେଇ ଆପଣ ମାନେ ଚିନ୍ତିତ ହୁଅନ୍ତୁ ନାହିଁ, ଏଥିରେ ମୃତ୍ୟୁ ହାର ଯେତିକି ତା ଥୁ ଅଧିକା ଏଥିରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଅଟେ । ସେଥିପାଇଁ ଏ ସବୁକୁ ମନରେ ଭାବି କୌଣସି ଭୁଲ ପଦକ୍ଷପ ନିୟନ୍ତୁ ନାହିଁ । ସରକାରଙ୍କ କଥା ମାନନ୍ତୁ ଓ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *