ବିଲେଇ ରାସ୍ତା କାଟିବା ଶୁଭ ନା ଅଶୁଭ ହୋଇଥାଏ ? ଜାଣନ୍ତୁ ଏହା ପଛରେ ଥିବା ସତ୍ୟତା…

ବନ୍ଧୁଗଣ ଆମ ମାନଙ୍କର ଧାରଣା ରହିଛି କିଏ ଯଦି ବିଲେଇ ରାସ୍ତା କାଟିଦିଏ ତେବେ ଅଶୁଭ ହୋଇଥାଏ । ଏହି ଧାରଣା କାରଣରୁ ଅନେକ ଲୋକ ବିଲେଇ ରାସ୍ତା କାତିଳେ କିଛି ସମୟ ପାଇଁ ଅଟକି ଯାଇଥାନ୍ତି । ଖାସ କରି କଳା ବିଲେଇ ରାସ୍ତା କାଟିଲେ । ଅନ୍ୟ କେହି ବ୍ୟକ୍ତି ରାସ୍ତା ପାରା ହେବା ପାଇଁ କିଛି ଲୋକ ଅପେକ୍ଷା କରିଥାନ୍ତି । ପ୍ରତେକ ସ୍ଥିତିରେ ବିଲେଇ ରାସ୍ତା କାଟିବା ଅଶୁଭ ହୋଇ ନ ଥାଏ । ଆଜି ଆମେ ଜାଣିବା ବିଲେଇ ରାସ୍ତା କାଟିବା ଶୁଭ ନା ଅଶୁଭ ଅଟେ ।

୧- ବିଲେଇ ରାସ୍ତା କାଟିବା ସେତେବେଳେ ଅଶୁଭ ମାନାଯାଏ ଯେବେ ବାମ ପଟ ଦେଇ ଡାହାଣ କୁ ଚାଲିଯାଏ । ଅନ୍ୟ ସ୍ଥିତିରେ ବିଲେଇ ରାସ୍ତା କାଟିବାକୁ ଅଶୁଭ ମାନାଯାଏ ନାହିଁ । ମାନ୍ୟତା ଅଛି କୁକୁର ପରି ବିଲେଇ ର ମଧ୍ୟ ୫ଟି ଇନ୍ଦ୍ରିୟ ବହୁତ ବିକଶିତ ଅଟେ । ଏଥିପାଇଁ ବିଲେଇ ଭବିଷ୍ଯତରେ ଥିବା ଘଟଣାକୁ ଜାଣି ପାରିଥାଏ । ଏହା ଦ୍ଵାରା ମଣିଷ କୁ ରୋକିବାକୁ ଚେଷ୍ଟା କରିଥାଏ ଯାହା ଆମେ ମାନେ ବୁଝିପାରି ନ ଥାଉ । ତେବେ ଏଠାରେ କହି ରଖୁଛୁ ଯଦି ବିଲେଇ ରାସ୍ତା କାଟେ ତେବେ କିଛି ନା କିଛି ଦୁର୍ଘଟଣା ନିଶ୍ଚୟ ଘଟିପାରେ ।

୨- ତନ୍ତ୍ର ବିଜ୍ଞାନରେ ବିଲେଇ କୁ ମହତ୍ବପୂର୍ଣ୍ଣ ଜୀବ ମାନାଯାଏ । ମାନାଯାଏ ବିଲେଇ ଘରେ ରହିଲେ ଅଘଟଣ ହୋଇପାରେ । ବିଲେଇ ପରସ୍ପର ସହ କଳି କରିଲେ ଧନ ହାନି ଓ କାହା ସହ ଝଗଡା ହେବାର ସମ୍ଭାବନା ଥାଏ । ଏହା ସହ କାହାର ମୃତ୍ୟୁ ମଧ୍ୟ ହୋଇପାରେ ।

୩- ଲୋକ ମାନ୍ୟତା ଅଛି ଦୀପାବଳି ରାତିରେ ଘରକୁ ବିଲେଇ ଆସିବା ଶୁଭ ମାନାଯାଏ । ଏହାର ଅର୍ଥ ମା ଲକ୍ଷ୍ମୀ ଗୃହକୁ ଆସିଥାନ୍ତି ଓ ବର୍ଷ ସାରା ଧନର ଅଭାବ ରୁହେ ନାହିଁ ।

୪- ବିଲେଇ ଯଦି ଛୁଆ ଙ୍କୁ ଜନ୍ମ ଦିଏ ତେବେ ଶୁଭ ମାନାଯାଏ । ବିଲେଇ ଘରକୁଆ ଆସି ଚୁପଚାପ କ୍ଷୀର ପିଇଗଲେ ଏହା ଧନ ଆଗମନର ଶୁଭ ଫଳ ଦେଇଥାଏ । ବିଲେଇ ବାରମ୍ବାର ଘରକୁ ଆସିବା ଅଶୁଭ ମାନାଯାଏ । ଏମିତି ରେ ସତ୍ୟ ନାରାୟଣ ପାଠ କରାଇବା ଉଚିତ । ଏହାର ଖରାପ ପ୍ରଭାବ ଘର ଉପରେ ପଡି ନ ଥାଉ ।

୫- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବିଲେଇ ଙ୍କୁ ରାହୁର ରୂପ ବୋଲି ମାନାଯାଏ । ଯାହାର ଜାତକରେ ରାହୁ ଦୋଷ ଥାଏ ତାକୁ ବିଲେଇକୁ କ୍ଷୀର ପିଇବା ଉଚିତ । ଏହା ଦ୍ଵାରା ରାହୁ ଦୋଷ ଲାଗି ନ ଥାଏ । ସବୁ କାମ ଆଶ୍ଚର୍ଯ୍ୟ ଜନକ ଭାବେ ହେବାକୁ ଲାଗିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *