ବିଶ୍ଵ ରେ ପାଞ୍ଚୋଟି ବଡ ଆତଙ୍କବାଦି ଆକ୍ରମଣ, ଯାହା ଦୁନିଆକୁ ଦୋହଲାଇ ରଖିଦେଲା- ଜାଣନ୍ତୁ ସେହିସବୁ ହୃଦୟ ଥରା ଆକ୍ରମଣ ବିଷୟରେ

ଦୁନିଆରେ ଆତଙ୍କବାଦି ଆକ୍ରମଣ ଦିନକୁ ଦିନ ବଢି ଯାଇଛି, ଆତଙ୍କବାଦ ନା ଧର୍ମ ଦେଖେ, ନା ଶିଶୁ ବୃଦ୍ଧ ଏବଂ ନା ଅମିର ନା ଗରିବ ଯିଏ ବି ଏହା ଆଗରେ ଆସିଲା ଭୟଙ୍କର ମୃତ୍ୟୁ ପାଇଲା । ସବୁ ଦେଶ ଏହି ଆତଙ୍କକୁ ଅଟକେଇବା ପ୍ରୟାସ ରେ ଲାଗି ରହିଛନ୍ତି, କିନ୍ତୁ ଆଗରୁ ହୋଇଥିବା ଘଟଣା କେହି ଭୁଲି ପାରିବେନି । ଆସନ୍ତୁ ଆଜି ଆମେ ପାଞ୍ଚୋଟି ବଡ ଆତଙ୍କ ଆକ୍ରମଣ ବିଷୟରେ ଜାଣିବା ଯାହା ସାରା ଦେଶକୁ ଦୋହଲାଇ ରଖି ଦେଇଛି ।

ଆମେରିକା ରେ ୯/୧୧ ଆତଙ୍କି ଆକ୍ରମଣ :

୧୧ ସେପ୍ଟେମ୍ବର ୨୦୦୧ରେ ଆମେରିକା ଉପରେ ଅଲକାୟଦା ର ଆତଙ୍କବାଦିମାନେ ଆତ୍ମଘାତକ ଆକ୍ରମଣ କରିଥିଲେ । ପ୍ରାୟତଃ ୩୦୦୦ ଲୋକ ମରିଥିଲେ ଏବଂ ୮୯୦୦ ଲୋକ ଆଘାତ ହୋଇଥିଲେ । ଏହା ବିଶ୍ଵ ଇତିହାସ ର ସବୁଠୁ ବଡ ଏବଂ ଭୟଙ୍କର ଆତଙ୍କବାଦି ଆକ୍ରମଣ ଅଟେ ।

ଇରାକ: ଯଜିଦି ସମୁଦାୟ ଉପରେ ୨ଟନ ବିସ୍ଫୋଟକ ଆକ୍ରମଣ

ଦୁନିଆ ଦୁଇଟି ସବୁଠାରୁ ବଡ ଆତଙ୍କ ଆକ୍ରମଣ ଇରାକରେ ୧୪ ଅଗଷ୍ଟ ୨୦୦୭ ରେ ହୋଇଥିଲା, ଏହି ଆକ୍ରମଣ ପାଇଁ ତିନୋଟି କାରରେ ୨ଟନ ବିସ୍ଫୋଟକ ଜିନିଷ ରଖି ଗୋଟେ ଫୁଏଲ ଟ୍ୟାଙ୍କର କୁ ବିଲଡିଙ୍ଗ ସହ ଆକ୍ସିଡେଣ୍ଟ କଲେ ଏହି ଘଟଣା ରେ ୭୫୬ଲୋକ ମରିଥିଲେ ଓ ୧୫୦୦ ଲୋକ ଆଘାତ ହୋଇଥିଲେ ।

ରୁସ : ବେସଲାନ ସ୍କୁଲ ହତ୍ୟାକାଣ୍ଡ

ସେପ୍ଟେମ୍ବର ୨୦୦୪ରେ ରୁସ ର ବେସଲାନ ସ୍କୁଲରେ ୧୦୦୦ରୁ ଅଧିକ ଲୋକ ବନ୍ଧକ ହୋଇଥିଲେ, ଏହି ଆକ୍ରମଣ ରେ ୩୩୦ଲୋକଙ୍କ ମୃତ୍ୟୁ ହୋଇଥିଲା ଏହି ମରିବା ଲୋକଙ୍କ ମଧ୍ୟ ରେ ପ୍ରାୟତଃ ଛୁଆ ଥିଲେ । ଚେଚେନ୍ୟା ଆତଙ୍କବାଦିମାନେ ଏହି ଘଟଣାକୁ ଅଞ୍ଜାମ ଦେଇଥିଲେ ।

ଏୟର ଇଣ୍ଡିଆ ର ଫ୍ଲାଇଟ ୧୮୨:

୨୩ଜୁନ ୧୯୮୫ରେ ଏୟର ଇଣ୍ଡିଆ ର ଫ୍ଲାଇଟ ୧୮୨ ଟୋରନଟୋରୁ ଉଡିବା ଆରମ୍ଭ କରିଥିଲା ସେହି ଫ୍ଲାଇଟ ଲଣ୍ଡନ ହୋଇ ଦିଲି ଆସିବାର ଥିଲା । କିନ୍ତୁ ସକାଳେ ୟୁରୋପ ପହଞ୍ଚିବା ଆଗରୁ ଜମିରୁ ୩୧୦୦୦ ଫିଟ ଉପରେ ବହୁତ ବଡ ବିସ୍ଫୋଟ ହେଲା । ଏହି ବିମାନରେ ଥିବା ସବୁ ଲୋକଙ୍କ ମୃତ୍ୟୁ ହୋଇଗଲା, ଏହି ବିମାନରେ ୩୨୯ ଲୋକ ଥିଲେ ଯେଉଁଥିରେ ୨୨କୃ ମେମ୍ବର ଥିଲେ ।

 

୨୬/୧୧ ମୁମ୍ବାଇ ଆତଙ୍କି ଆକ୍ରମଣ :

ଏହା ଭାରତରେ ହୋଇଥିବା ସବୁଠାରୁ ବଡ ଆତଙ୍କି ଆକ୍ରମଣ ଅଟେ, ଏଥିରେ ୧୬୬ଲୋକ ମୃତ ହୋଇଥିଲେ ଏବଂ ୨୯୩ଲୋକ ଆଘାତ ହୋଇଥିଲେ । ୨୬ନଭେମ୍ବର ୨୦୧୧କୁ ୧୦ଟି ଆତ୍ମଘାତି ଆକ୍ରମଣ କର୍ତ୍ତା ମୁମ୍ବାଇରେ ପଶି ଆସିଲେ ଯାହାଙ୍କ ପାଖରେ ହତିଆର ମଧ୍ୟ ଥିଲା । ଆତଙ୍କବାଦୀ ନାରୀମନ ହାଉସ, ତାଜ ହୋଟେଲ ଏବଂ ହୋଟେଲ ଓବେରାୟ କୁ ନିଜ କବ୍ଜା ରେ କଲେ ଓ ଛତ୍ରପତ୍ତି ଶିବାଜି ଟର୍ମିନଲ ଉପରେ ଭୟଙ୍କର ଗୁଳି ବର୍ଷା କଲେ ।

ଏହି ଘଟଣା ଗୁଡିକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *