ଲୁଣର ଏହି ଉପାୟ ମିନିଟରେ କରିଦେବ ଆପଣଙ୍କ ଅନେକ ସମସ୍ୟାକୁ ଦୂର- ନିଶ୍ଚୟ ପ୍ରୟୋଗ କରି ଦେଖନ୍ତୁ

ଲୁଣ ଦ୍ଵାରା କେବଳ ଖାଦ୍ୟ ସ୍ଵାଦିଷ୍ଟ ହୋଇନଥାଏ ଏହା ଦ୍ଵାରା ଅନେକ ସମସ୍ୟାକୁ ମଧ୍ୟ ଦୂର କରାଯାଇପାରେ । ସମସ୍ତଙ୍କ ଘରର ରୋଷେଇ ଘରେ ବ୍ୟବହାର ହେଉଥିବା ଲୁଣରେ ଏତେ ଶକ୍ତି ଅଛି କି ଏହା ଆପଣଙ୍କର ଅନେକ ସମସ୍ୟାକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଗୋଟିଏ ଚୁଟକୀ ଲୁଣର ବିଭିନ୍ନ ଉପାୟ ଗୁଡିକ କରି ଆପଣ ନିଜ ଘରେ ଓ ଜୀବନରେ ସୁଖ ଶାନ୍ତି ଆଣି ପାରିବେ ।

ଲୁଣ ସହିତ ଜଡିତ କିଛି ଚମତ୍କାରୀ ଉପାୟ

ଯେଉଁ ଲୋକମାଙ୍କର ମନ ପ୍ରାୟତଃ ଶାନ୍ତ ରୁହେ ନାହିଁ ସେହି ଲୋକମାନେ ଲୁଣ ସାହାର୍ଯ୍ୟରେ ନିଜର ମନକୁ ଶାନ୍ତ କରି ପାରିବେ । ଏମିତିରେ ଆପଣ କିଛି ସମୟ ପାଇଁ ସାବୁତ ଲୁଣକୁ ହାତରେ ରଖନ୍ତୁ । ଏହା ପରେ ଏହି ଲୁଣକୁ ବାଥରୁମରେ ଯାଇ ପାଣି ଦ୍ଵାରା ଏହାକୁ ପ୍ରବାହିତ କରି ଦିଅନ୍ତୁ ।

ରୋଗ କରେ ଭଲ

କୌଣସି ବି ରୋଗର ସମସ୍ୟାରେ ଥିବା ଲୋକମାନେ ନିଜର ଶୋଇଥିବା ଜାଗାର ତଳେ ଗୋଟିଏ କାଚ ବୋତଲରେ ଲୁଣ ରଖି ଦିଅନ୍ତୁ । ଏହାକୁ ସପ୍ତାହେ ରଖନ୍ତୁ । ଏହା ପରେ ଏହି ଲୁଣକୁ ବଦଳାଇ ଦିଅନ୍ତୁ । ଏମିତି କରିବା ଦ୍ଵାରା ଧୀରେ ଧୀରେ ବ୍ୟକ୍ତିର ରୋଗ ଠିକ ହେବାକୁ ଲାଗେ ।

ଟଙ୍କାରେ ବୃଦ୍ଧି ପାଇଁ

ଯଦି ଆପଣ ଘରେ ଟଙ୍କାର ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ତେବେ ଘରର ଦକ୍ଷିଣ ପଶ୍ଚିମ ଦିଗରେ ଗୋଟିଏ କାଚ ଗ୍ଳାସରେ ଲୁଣ ସହିତ ପାଣି ରଖି ଦିଅନ୍ତୁ ଏବଂ ମଝିରେ ମଝିରେ ଗ୍ଳାସର ପାଣି ଓ ଲୁଣକୁ ବଦଳାଇ ଦିଅନ୍ତୁ । ଏମିତି କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ ।

ଶନି ଗ୍ରହର ଦୋଷକୁ କରିଥାଏ କମ

ଯେଉଁ ଲୋକମାନଙ୍କୁ ଶନି କିମ୍ବା ଚନ୍ଦ୍ର ଦୋଷ ଅଛି ସେହି ଲୋକମାନେ ଭୋଜନରେ ଅଧିକ ଲୁଣ ଖାଆନ୍ତୁ ନାହିଁ । ଏହା ସହିତ ଧଳା ଲୁଣ ପରିବର୍ତ୍ତେ ଭୋଜନରେ କଳା ଲୁଣର ପ୍ରୟୋଗ କରନ୍ତୁ ।

ଲୁଣକୁ ଦାନ କରନ୍ତୁ

ଘରର ଶାନ୍ତି ପାଇଁ ଲୁଣର ଦାନ କରନ୍ତୁ । ଏହା ସହିତ କାହାଠାରୁ ବି ମାଗଣାରେ ଲୁଣ ନିଅନ୍ତୁ ନାହିଁ ।

ଘରର ଝଗଡା ଶେଷ କରେ

ଘରେ ଯଦି ସ୍ଵାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ଝଗଡା ଲାଗି ରହୁଛି ତେବେ ସେମାନେ ନିଜର ଶୋଇବା ଘରର କୌଣସି କୋଣରେ ସୈନ୍ଧବ ଲୁଣ ରଖନ୍ତୁ । ଏହି ଲୁଣକୁ ଏକ ମାସ ଅନ୍ତରାଳରେ ବଦଳାଇବେ ଓ ଯେତେବେଳେ ଝଗଡା ଶେଷ ହୋଇଯିବ ତେବେ ଏହି ଉପାୟକୁ କରିବା ବନ୍ଦ କରିଦେବେ ।

ଘରର ବାସ୍ତୁ ଠିକ କରିବା ପାଇଁ

ଘରର ବାସ୍ତୁ ସଠିକ କରିବା ପାଇଁ ଘରର ପୋଛା ଲଗାଇବା ସମୟରେ ପାଣିରେ ଲୁଣ ପକାଇ ପୋଛନ୍ତୁ । ଏହାକୁ ଗୁରୁବାର ଦିନ କରିବେ ନାହିଁ । ଏହା ସହିତ ବାଥରୁମରେ କାଚର ପାତ୍ରରେ ଲୁଣ ରଖି ଦିଅନ୍ତୁ ଓ ଏହାକୁ ମଝିରେ ମଝିରେ ବଦଲାଇବେ । ଏମିତି କରିବା ଦ୍ଵାରା ଆପଣଙ୍କବାସ୍ତୁ ଶାସ୍ତ୍ର ଉପରେ ଭଲ ପ୍ରଭାବ ପଡିଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *