BJD ବିଧାୟକ କଲେ ନୂଆ ଡଙ୍ଗା ଯୋଜନା, କିନ୍ତୁ ଶେଷରେ ବୁଡିଲା BJD ଡଙ୍ଗା… ଦେଖନ୍ତୁ Video

ବନ୍ଧୁଗଣ ଶେଷରେ ବୁଡିଲା ବିଜେଡି ଡଙ୍ଗା । ସବୁଜ ପତାକା ବିଜେଡି ଦଙ୍ଗାରେ ଶଙ୍ଖ ଚିହ୍ନ ବାନା ଡଙ୍ଗା ହୋଇଛି ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ । ବିଜେଡି ଡଙ୍ଗା ରେ ବସିଛନ୍ତି ଏତେ ଲୋକ ଯେ ଡଙ୍ଗା ବୁଡିବ କେତେବେଳେ ତାହା କିଛି କହି ହେବ ନାହିଁ । ଏତେ କଟ ମରାହେଲା ପରେ ବି ଡଙ୍ଗା ଠିକ ସେ ଚାଲୁ ନାହି । ଦଙ୍ଗାର କାପାସିଟି ଯେତିକି ସେତିକି ନ ନେଇ ଓଭର ଲୋଡ କରି ନେଲେ ଅବସ୍ଥା କଣ ହେବ । ଏଠି ଜଣେ ଆର ପଟୁ ଡାକୁଛନ୍ତି ଏଥିକି ଡଙ୍ଗା ଆଣ କିନ୍ତୁ ଡଙ୍ଗା କଣ ବୋଲ ମାନୁଛି । ଶେଷରେ ବିଜେଡି ଡଙ୍ଗା କୁଳ ରେ ଲାଗିଲା ।

୨୨ ବର୍ଷର ଡଙ୍ଗା ଯେଉଁଠି ପାଣି ପଶି ଯାଉଛି । ନଇ କୁ ଡଙ୍ଗା ଆଜି ନୂଆ ଆସିଛି ତେଣୁ ଉଦ୍ଘାଟନ ହେଉଛି । ସେଥିପାଇଁ ସେଠାରେ ବିଜେଡି ଦଳ ତରଫରୁ କିଛି ସମର୍ଥକ ମଧ୍ୟ ଉପସ୍ଥିତ ଅଛନ୍ତି ଆଉ ପତାକା ମଧ୍ୟ ହଲାଉଛନ୍ତି । ତେବେ ଜଟଣୀ ର ପୂର୍ବତନ ବିଜେଡି ବିଧାୟକ ବିଭୂତି ବଳବନ୍ତ ରାଏ । ଏହି ଦୃଶ୍ୟ ହେଉଛି ଜଟଣୀ ନିର୍ବାଚନ ପଞ୍ଚାୟତ ବେଣା ପଞ୍ଜରୀ ପଞ୍ଚାୟତ ଯେଉଁଠି ବଳବନ୍ତ ରାଏ ଉଦ୍ଘାଟନ କରୁଛନ୍ତି ।

ଉଦ୍ଘାଟନ ହେବ ସହ ନବୀନ ପଟ୍ଟନାୟକ ଜିନ୍ଦବାଦ ର ନାରା ମଧ୍ୟ ଦିଆ ଯାଇଛି । ବଳବନ୍ତ ରାଏ କହୁଛନ୍ତି ସେମାନେ ଜନ ସାଧାରଣ ଙ୍କ ପାଇଁ ଡଙ୍ଗାକୁ ତିଆରି କରି ଆଜି ଉଶ୍ଚର୍ଗିତ କରିଛନ୍ତି । ସମସ୍ତେ ଜନ ସାଧାରଣ ଙ୍କ ଠାରୁ ଆରମ୍ଭ କରି ସବୁ ଦଳ ବଦଳ ନେତା ମାନେ ଏହି ଡଙ୍ଗା ରେ ବସି ଯାତ୍ରା କରି ପାରିବେ । କିନ୍ତୁ ସବୁଠାରୁ ମଜାଦାର କଥା ହେଉଛି ବିଜେଡି ଡଙ୍ଗା ବୁଡି ଅଧା ନଈ ରେ ଭାସୁଛି ।

ଆଉ ତାର ପାର୍ଟ ସବୁ ଖଣ୍ଡ ଖଣ୍ଡ ହୋଇ ନଦୀ କୂଳରେ ପଡିଛି । ଆଜ୍ଞା ହଁ ବନ୍ଧୁଗଣ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ଶେଷରେ ବିଜେଡି ଡଙ୍ଗା ଭାରସାମ୍ୟ ହରାଇ ପାଣି ରେ ବୁଡି ଯାଇଛି । ଏହାର କାରଣ ହେଉଛି ଡଙ୍ଗା ରେ ଯେତିକି ଲୋକ ବସାଇବା କଥା ସେତିକି ନ ବସାଇ ଟଙ୍କା ଲୋଭରେ ଅଧିକ ଲୋକଙ୍କୁ ବସାଇଲେ ଯାହା ଅବସ୍ଥା ହୁଏ ସେୟା ହେଇଛି ।

ଏଥିରେ କିଛି ଭାବିବାର ନାହି ଆଜ୍ଞା । କାରଣ ବିଜେଡି ଡଙ୍ଗା ପୁରା ପୁରୀ ଭାବେ ପଣି ବୁଡି ଯାଇଛି । ଭାଗ୍ୟ ଭଲ ଲୋକମାନେ ସୁରକ୍ଷିତ କୁଳ ରେ ଯାଇ ପହଞ୍ଚି ଯାଇଛନ୍ତି । ତେବେ ଏତେ ଟଙ୍କା ଖର୍ଚ୍ଚ କରି ବିଭୁତି ଭାଇ ଯେଉଁ ଡଙ୍ଗା ତିଆରି କରିଥିଲେ ତାହା ପାଣି ରେ ବୁଡି ଯାଇଛି ।

ସବୁଠାରୁ ବଡ କଥା ହେଉଛି ଯିଏ ନିଜର ଡଙ୍ଗା ସମ୍ଭାଳି ପାରୁ ନାହାନ୍ତି ସେ ଲୋକ ମାନଙ୍କର ଡଙ୍ଗା କେମିତି ସମ୍ଭାଳିବେ ବା ? ଯଦି ଡଙ୍ଗା ରେ ଲୋକ ମାନଙ୍କୁ ତାର ସକ୍ଷମ ଅନୁଯାୟୀ ବସାଇଥାନ୍ତା ତେବେ ଆଜି ଡଙ୍ଗା ବୁଡି ନ ଥାନ୍ତା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *