ଘରୁକୁ ଆସି ସ୍ତ୍ରୀକୁ ନେଇଯିବାକୁ Babushanଙ୍କୁ କହିଲେ Truptiଙ୍କ ବାପା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଅଭିନେତା ବାବୁସାନ ମହାନ୍ତି ନିଜେ ଯିବେ ନିଜ ସ୍ତ୍ରୀ ଙ୍କୁ ଆଣିବା ପାଇଁ । ତୃପ୍ତି ଙ୍କ ବାପାଙ୍କ ସହ ଫୋନ ରେ କଥା ହୋଇ ଯାଇଛନ୍ତି ବାବୁସାନ । ଗତ କାଲି ରାତିରେ ବାବୁସାନ ଙ୍କ ଜନ୍ମ ଦିନରେ ଶ୍ଵଶୁର ଆସିଥିଲେ ଘରକୁ ଜ୍ଵାଇଁ ଙ୍କୁ ଜନ୍ମ ଦିନର ୱିସ କରିବାକୁ । ଆଉ ଏହା ସହ ସବୁ ମଧ୍ୟସ୍ଥି ଯାହା ବି ଘଟି ଯାଇଛି ଆଉ ଆଗକୁ କଣ କରିବେ କଣ ନାହି ତାହା ବିଷୟରେ ଆଲୋଚନା କରି ଯାଇଛନ୍ତି । ଶ୍ଵଶୁର ଙ୍କ ସହ ବସି ଆଲୋଚନା କରିବା ସହ ମୁଣ୍ଡିଆ ମାରି ତୃପ୍ତି ଙ୍କ ଭବିଷ୍ୟତ ପାଇଁ ଆଉ ତାଙ୍କ ପାଉ ପାଇଁ ଭରସା ମଧ୍ୟ ଦେଇଛନ୍ତି ବାବୁସାନ ।

ଆଜି ସକାଳୁ ସକାଳୁ ଫୋନ ରେ କଥା ହୋଇଛନ୍ତି ତୃପ୍ତିଙ୍କ ସହ ବାବୁସାନ । ଏହା ସହ ଭିଡିଓ କଲରେ ନିଜ ପୁଅକୁ ମଧ୍ୟ ଦେଖିଛନ୍ତି । ଆଉ ଏହା ସହ କେବେ ପହଞ୍ଚିବେ ଆଉ ତୃପ୍ତି ଙ୍କୁ ନିଜ ସହ ନେଇକି ଆସିବେ ସେ ବିଷୟରେ ବି ଆଲୋଚନା ସାରିଛି । ଶାଶୁ ଅପରାଜିତା ମଧ୍ୟ ଗୋଡ ଟେକି ବସିଛନ୍ତି କେବେ ବୋହୁ ନାତି ଘରକୁ ଆସିବେ ।

ଗତ କାଲି ପୁଅର ଜନ୍ମ ଦିନ ଥିଲା ଆଉ ଜନ୍ମ ଦିନରେ ସବୁ କିଛି ତୁଟିଗଲା । ଏବେ କେସ ବି ଉଠିଯିବ । ଆଉ ଏହାରି ମଧ୍ୟରେ ସମସ୍ତେ ଅପେକ୍ଷା କରି ରହିଛନ୍ତି ବୋହୁ ଆଉ ନାତି କେବେ ଘରକୁ ଆସିବେ । ତେବେ ଗୋଟେ ପ୍ରକରରେ ସ୍ପଷ୍ଟ ସୂଚନା ଦେଇଥିଲେ ସଞ୍ଜୟ ନାୟକ । ସଞ୍ଜୟ ନାୟକ କହିଛନ୍ତି ଯାହା ବି ଅଡୁଆ ଥିଲା ସବୁ କିଛି ସମାଧାନ ହୋଇ ସାରିଛି । ପୂର୍ବ ଭଳି ସବୁ  କିଛି ଠିକ ହୋଇଯିବ ।

ଆଉ ଆଗକୁ କିଛି ବି ଅସୁବିଧା ହେବ ନାହି । ତେବେ ଅପେକ୍ଷା ରହିଲା କେବେ ବାବୁସାନ ନିଜ ପୁଅ ଓ ସ୍ତ୍ରୀ ତୃପ୍ତି ଙ୍କୁ ଘରକୁ ଆଣିବେ । ତା ସହ ଗତ କଲି ବାବୁସାନ କହିଛନ୍ତି ତାଙ୍କ ସ୍ତ୍ରୀ ତୃପ୍ତି ସବୁବେଳେ ସବୁ ସ୍ଥିତିରେ ତାଙ୍କ ସହ ଅଛନ୍ତି । ତେବେ ବାବୁସାନ ବହୁତ ଜଲ୍ଦି ନିଜ ସ୍ତ୍ରୀ ଓ ପୁଅ ଓ ପରିବାର ସହ ଫୋଟୋ ଉଠାଇ ନିଜର ଫ୍ୟାନ୍ସ ମାନଙ୍କୁ ଗୁଡ ନିୟୁଜ ଦେବେ ବୋଲି ଆଶା କରା ଯାଉଛି ।

ଗତ କାଲି ବାବୁସାନ ନିଜ ଜନ୍ମ ଦିନରେ ପୁରା ପରିବାର ଓ ଫ୍ୟାନ୍ସ ମାନଙ୍କ ସହ ଖୁବ ଧୂମଧାମ ରେ ଜନ୍ମ ଦିନ ସେଲିବ୍ରେସନ କରିବାର ନଜର ଆସିଛନ୍ତି । ତେବେ ସ୍ତ୍ରୀ ତୃପ୍ତି ବାବୁସାନ ଙ୍କ ଘରକୁ ଆଇ ନାହାନ୍ତି ସତ କିନ୍ତୁ ତାଙ୍କୁ ଜନ୍ମ ଦିନର ଶୁଭକାମନା ଜଣାଇଥିଲେ ଆଉ ବାବୁସାନ ଙ୍କ ପୁଅ ଗୁହାନ ମଧ୍ୟ ବାପା ଙ୍କୁ କୁନି କୁନି ସ୍ଵର ରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇ ଥିଲା ।

ଅନେକ ଦିନର ବିରାମ ପରେ ବାବୁସାନାଙ୍କ ଜୀବନକୁ ଖୁସି ଫେରିଛି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *