Bollywoodରେ ପୁଣି ଶୋକର ଛାୟା, ଏହି କାରଣ ପାଇଁ ଆଖିବୁଜିଲେ ପ୍ରସିଦ୍ଧ ଗାୟକ KK

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ସବୁଠାରୁ ଦୁଖଦ ଖବର ଆସି ପହଞ୍ଚିଛି ବଲିଉଡ ଇଣ୍ଡଷ୍ଟ୍ରି ରୁ । ସୂଚନା ଅନୁଯାୟୀ ବଲିଉଡର ଭଏସ ଅଫ ରଫ କେ କେ କୃଷ୍ଣକୁମାରଙ୍କ ଦେହାନ୍ତ ଘଟିଛି । ମଙ୍ଗଳବାର ଦିନ କୋଲକାତା ରେ ନସରୋଲ ମଞ୍ଚ କୁରଦାସ କଲେଜ ଫେଷ୍ଟିଭାଲ ରେ ଗୀତ ଗାଇବା ବେଳେ କେ କେ ଅଚାନକ ଅସୁସ୍ଥ ଅନୁଭବ କରିଥିଲେ । ଏହା ପରେ ତାଙ୍କୁ କୋଲକତାର ସି କେ ବିର୍ଲା ହସ୍ପିଟାଲରେ ତୁରନ୍ତ ଭର୍ତ୍ତି କରା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତାଙ୍କର ୫୩ ବର୍ଷ ବୟସରେ କେକେ ଙ୍କର ଏଭଳି ଅକାଳ ମୃତ୍ୟୁ ପାଇଁ ପୁରା ବଲିଉଡ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି । ୯୦ ଦଶକରେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ କେ କେ । ରେହେନା ହେ ତେରେ ଦିଲ ମେର ସଜ କେ ଦିବାନା ଦିଲ ଯେ ଗୀତ ଟି ବଲିଉଡରେ ହୋଇଥିବା ଭଏସ ଅଫ ଲଭ ର ଗୋଟେ ନୂଆ ନାଁ ଥିଲା ଓ ନୂଆ ଟ୍ରେଣ୍ଡ ଥିଲା ।

ଏହା ପରେ କେ କେ ବଲିଉଡକୁ ଗୋଟେ ପରେ ଗୋଟେ ହିଟ ଗୀତ ଦେଇ ଚାଲିଥିଲେ । “ମ୍ୟାଚେସ” ଫିଲ୍ମ ର ଛୋଡ ଆଏ ହମ ୱୋ ଗଲିୟା ବା “ହମ ଦିଲ ଦେ ଚୁକେ ସନମ’ ଭଳି ହିଟ ଫିଲ୍ମର ଗୀତ ହେଉ ବା ତଡପ ତଡପ କରେ ଇସ ଦିଲ ମେ ଆହା ନିକଲତି ରହି ଗୀତ ରେ ତାଙ୍କର ସ୍ଵତନ୍ତ୍ର ଛାପ ରହିଥିଲା ।

କେ କେଙ୍କର ଅକାଳ ମୃତ୍ୟୁ ପରେ ବଲିଉଡ ଇଣ୍ଡଷ୍ଟ୍ରି ରେ ସବୁ କଳାକାର ମାନେ ସ୍ତବ୍ଧ ହୋଇ ଯାଇଛନ୍ତି । ଶିଂଗର ବାବୁଲ ସୁପ୍ରିୟଙ୍କ ସହ ଅନେକ ନିର୍ଦ୍ଦେଶକ ହସପିଟାଲ ଯାଇ କେ କେଙ୍କର ଅନ୍ତିମ ଦର୍ଶନ କରିଛନ୍ତି । ଆଜି କୋଲକାତାରେ ତାଙ୍କର ଶବ ବିଚ୍ଛେଦ କରାଯିବା ପରେ ଶେଷକୃତୀ କରାଯିବ ।

ଅନ୍ୟ ପକ୍ଷରେ ବଲିଉଡର ପ୍ରସିଦ୍ଧ ଶିଂଗର କେ କେଙ୍କର ଅକାଳ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେ କେ ବଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ହିଟ ଗୀତ ଦେଇ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ସେ ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରୁଥିଲେ । କୌଣସି ପାର୍ଟିରେ ମଧ୍ୟ ତାଙ୍କୁ ନ୍ଦେଖିବାକୁ ମିଳୁ ନ ଥିଲା ।

ସେ ଫିଲ୍ମ “ତେରେ ଲିୟେ”, “ରାଜ-୩”, “ଭୟା କି ସାଦି ହେ”, “ସଡକ-୨” ଆଦି ସଙ୍ଗୀତ ଗାନ କରି ଖୁବ ଫ୍ୟାମସ ହୋଇଥିଲେ । ସେ ବେଙ୍ଗୋଲି ଫିଲ୍ମ ରେ ମଧ୍ୟ ନିଜର ସଙ୍ଗୀତ ଦାନ କରିଥିଲେ । ତାଙ୍କ ଭଳି ଶିଂଗର ବା ପର୍ଫୋମର ଆଉ ବଲିଉଡ ଇଣ୍ଡଷ୍ଟ୍ରି ରେ ମିଳିବେ ନାହି ବୋଲି ସମସ୍ତଙ୍କର ମତ ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ କେ କେଙ୍କ ଗୀତ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *