ବଲୀଉଡ ଅଭିନେତା ଇରଫାନ ଖାନ ଯିଏ ବହୁତ ସମୟ ଧରି କ୍ୟାନ୍ସର ସହ ଲଢେଇ କରୁଥିଲେ, ଆଜି ଜୀବନ ଲଢେଇ ହାରି ଯାଇଛନ୍ତି, ମଙ୍ଗଳବାର ଦିନ ଖବର ଆସିଥିଲା ଯେ ତାଙ୍କ ଦେହ ଅତ୍ୟଧିକ ଖରାପ ହୋଇଯାଇଛି ଯାହା ପରେ ତାଙ୍କୁ ମୁମ୍ବାଇ କୋକିଲାବେନ ଦ୍ଧିରୁଭାଇ ଆମ୍ବାନୀ ହସ୍ପିଟଲ ରେ ଭର୍ତି କରା ଯାଇଥିଲା । ବଲୀଉଡ ଅଭିନେତା ଇରଫାନ ଖାନ ଯିଏ ବହୁତ ସମୟ ଧରି କ୍ୟାନ୍ସର ଭଳି ରୋଗ ସହ ଲଢେଇ କରୁଥିଲେ ଆଜି ଜୀବନ ହାରି ଗଲେ ।
ଇରଫାନ ଖାନ ଦେହ ଅଧିକ ଖରାପ ହୋଇଯାଇଥିଲା ଯାହା କାରଣ ପାଇଁ ତାଙ୍କୁ ହସ୍ପିଟଲ ଆଇସିୟୁ ରେ ଭର୍ତି କରା ଯାଇଥିଲା, ବର୍ତମାନ ଏହି ଖବର ସାମ୍ନାକୁ ଆସିଛି ଯେ ସେ ନିଜ ଜୀବନ ହରେଇଛନ୍ତି ଏବଂ ଦୁନିଆ ଠାରୁ ବିଦାୟ ନେଇଛନ୍ତି । ଇରଫାନ ଖାନଙ୍କ ମୃତ୍ୟୁ ବିଷୟରେ ଖବର ଦେଇ ତାଙ୍କ ପରିବାର ତରଫରୁ ଅଧିକାରିକ ବୟାନ ଜାରି କରା ଯାଇଛି, ଯାହା ବହୁତ ଭାବୁକ ସମୟ ଅଟେ । ଜାରି କରା ଯାଇଥିବା ବୟାନ ରେ ଲେଖା ହୋଇଛି, ‘ମତେ ଭରସା ଅଛି ମୁଁ ଆତ୍ମସମର୍ପଣ କରିଅଛି’ ଇରଫାନ ଖାନ ପ୍ରାୟତଃ ଏହି ଶବ୍ଦ ପ୍ରୟୋଗ କରୁଥିଲେ ।
୨୦୧୮ରେ କ୍ୟାନ୍ସର ସହ ଲଢିଲା ବେଳେ ଇରଫାନ ନିଜ ନୋଟରେ ଏହି କଥା କହିଥିଲେ, ଇରଫାନ ଖାନ ବହୁତ କମ ଶବ୍ଦ ରେ ନିଜ କଥା କହି ଦଉଥିଲେ ଏବଂ କଥା କହିବା ପାଇଁ ଆଖି ଅଧିକ ଉପଯୋଗ କରୁଥିଲେ । ଇରଫାନ ଖାନ ମୃତ୍ୟୁ ଖବର ସବୁଠାରୁ ପ୍ରଥମେ ଫିଲ୍ମ ମେକର ଶୁଜିତ ସରକାର ଦେଇଥିଲେ ସେ ଟ୍ବିଟ କରି ତାଙ୍କ ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । କୋଲୋନ କ୍ୟାନ୍ସର ପାଚନ ତନ୍ତ୍ର କ୍ୟାନ୍ସର ଅଟେ ଯାହା ମଣିଷକୁ ଦୁର୍ବଳ କରିଥାଏ, ତେବେ କ୍ୟାନ୍ସର ଯେଉଁ ଅଙ୍ଗ ପାଇଁ ହେଉ ବହୁତ ଭୟଙ୍କର ଅଟେ ଏହା ଦ୍ଵାରା ବଞ୍ଚିବା ଏକ ବରଦାନ ଅଟେ ।
ଏହି ଖବର ପରେ ସାରା ବଲୀଉଡ ଏବେ ଶୋକ ମାନଉଛନ୍ତି । ଇରଫାନ ଏକ ଏମିତି କଳାକର ଯାହାର ଫ୍ୟାନ ଫୋଲୋୱିଙ୍ଗ ଅନ୍ୟ ବଡ ଅଭିନେତା ମାନଙ୍କ ଠାରୁ କିଛି କମ ନୁହେଁ । ତାଙ୍କର ଏହି ହଟାତ ଦେହନ୍ତରେ ସମସ୍ତେ ବହୁତ ଦୁଃଖ ପ୍ରକାଶ କରୁଛନ୍ତି । ସମସ୍ତେ କିଛି ନା କିଛି ଟୁଇଟ କରି ନିଜର ଶୋକ ଜତାଉଛନ୍ତି । ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ ଆମର ଏତିକି ପାର୍ଥନା ।