ବର୍ତ୍ତମାନର ବଡ ଖବର : ଓଡିଶାର ନୂଆ 3ଟି ଜିଲ୍ଲାରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛି । ପ୍ରତ୍ୟକ ଦିନ କିଛି ନା କିଛି ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବ ଆଜି ସକାଳୁ ଭୁବନେଶ୍ଵର ମଧୁସୂଦନ ନଗରରୁ ଗୋଟେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ଏବେ ଖବର ଆସିଛି ରାଜ୍ୟରେ ଆଉ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାର । ତେବେ ଏମାନେ ସଂକ୍ରମିତ ଜିଲ୍ଲାର ନୁହଁନ୍ତି, ଏହା ଅନ୍ୟ ନୂଆ ୩ଟି ଜିଲ୍ଲା ସେଗୁଡିକ ହେଲା ଦେବଗଡ, ଝାରସୁଗୁଡା ଓ କେନ୍ଦୁଝର ।

ତେବେ ଆପଣଙ୍କୁ ଜଣେଇ ଦବାକୁ ଚାହୁଞ୍ଚୁ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜିଲ୍ଲାରୁ କୌଣସି ବି ସଂକ୍ରମିତ ରୋଗୀ ଚିହ୍ନଟ ହୋଇନଥିଲେ । ଏହା ଏହି ସବୁ ଜିଲ୍ଲାର ନୂଆ ସଂକ୍ରମିତ ଅଟନ୍ତି । ତେବେ ଏହି ସଂକ୍ରମଣ ସଂଖ୍ୟା ଏବେ ବଢି ଯାଇ ଓଡିଶାରେ ୧୨୨ ଜଣ ରୋଗୀ ହେଲେ । ଯେଉଁ ସ୍ଥାନରେ କରୋନା ରୋଗୀ ଚିହ୍ନଟ ହୋଇନଥିଲେ ସେହି ସବୁ ଗ୍ରୀନ ଜୋନରେ ଥିଲା କିନ୍ତୁ ବର୍ତ୍ତମାନ ଏହା ଅରେଞ୍ଜ ଜୋନକୁ ହୋଇଯାଇଛି । ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି ବା କେମିତି ସଂକ୍ରମିତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ । ସେ ବିଷୟରେ ଏବେ ଜାଣିବା ପାଇଁ ଚେଷ୍ଟା ଜାରି ଅଛି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାର ଭଦ୍ରକ, ଯାଜପୁର, ବାଲେଶ୍ଵର, ସୁନ୍ଦରଗଡ, କଟକ, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ, ପୁରୀ ଓ ଖୋର୍ଦ୍ଧା ଆଦି ଜିଲ୍ଲା ସଂକ୍ରମିତ ଥିଲେ । ଏବେ ପୁଣି ନୂଆ ତିନୋଟି ଜିଲ୍ଲା ଯୋଡି ହେବା ପରେ ସରକାରଙ୍କର ଚିନ୍ତା ବଢି ଯାଇଛି । ତେବେ ଏହା ଯେଉନଭଳି ଭାବେ ବାଢୁଛି ଏହା ଦେଖି ଲାଗୁନି କି ୩ ତାରିଖରେ ଲକଡାଉନ ଉଠିବ ବୋଲି । ସେଥିପାଇଁ ଆମର ଆପଣମାନଙ୍କୁ ଏତିକି ଅନୁରୋଧ ସରକାରଙ୍କ କଥା ମାନନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ । ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ । ସରକାର କହୁଥିବା ସମସ୍ତ କଥାକୁ ମାନନ୍ତୁ ।

Leave a Reply

Your email address will not be published. Required fields are marked *