ବଲିଉଡର ଏହି ଅଭିନେତାଙ୍କୁ ଛାଡପତ୍ର ନେବା ପଡିଲା ମହଙ୍ଗା, ଦେବାକୁ ପଡିଲା ଏତେ କୋଟି

ବଲିଉଡରେ ଆସୁଥିବା ଦିନରେ କେତେକ ସମ୍ପର୍କ ଗଢିଛି ଏବଂ ଭାଙ୍ଗିଛି । ଗତ କିଛି ବର୍ଷରେ ଆମେ କେତେକ ବଲିଉଡ ଯୋଡିଙ୍କୁ ଅଲଗା ହେବାର ଦେଖିଛେ ଏବଂ ଏବେ କୌକଣା ସେନ ଶର୍ମା ଏବଂ ରଣବିର ଶୋରେ ଜଣେ ଅନ୍ୟ ଜଣଙ୍କ ଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି । ଏମିତିରେ ବଲିଉଡରେ କେତେକ ଫେମସ ଯୋଡି ଅଛନ୍ତି, ଯିଏ ବୀତି ଥିବା ସମୟରେ ଛାଡପତ୍ର ନେଇଛନ୍ତି । ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ ।

ହ୍ରିତିକ ରୋଶନ

ସୂଚନା ଅନୁଯାଇ ୨୦୧୨ ମସିହାରେ ରେ ହ୍ରିତିକ ରୋଶନ ସ୍ତ୍ରୀ ସୁଜେନ ଖାନଙ୍କ ଠାରୁ ଛାଡପତ୍ର ନେଇଥିଲେ । ଏହି ଛାଡପତ୍ର ପରେ ହ୍ରିତିକ ସୁଜେନ ଙ୍କୁ ୩୮୦କରୋଡ ଟଙ୍କା ଦେଇଥିଲେ ।

ଫରହାନ ଅଖତର

ଫରହାନ ଅଖତର ନିଜ ସ୍ତ୍ରୀ ଅଧୁନା ଭବାନୀଙ୍କ ଠାରୁ ୨୧୦୭ରେ ଛାଡପତ୍ର ନେଇଥିଲେ । ୧୬ବର୍ଷ ପରେ ଯେତବେଳେ ଏହି ବିବାହ ଶେଷ ହେଲା ତ ଅଧୁନା ମୁମ୍ବାଇରେ ଥିବା ଘର ନିଜ ପାଇଁ ରଖିବାର ଇଚ୍ଛା କଲେ । ମୁମ୍ବାଇରେ ବେଡଷ୍ଟେଡ ସ୍ଥିତ ୧୦ହଜାର ଫୁଟର ବଙ୍ଗଳାରେ ଫରହାନ ଏବଂ ଅଧୁନା ରହୁଥିଲେ ,ଯାହାକୁ ଅଧୁନା ନିଜ ପାଇଁ ରଖିଲେ । ଏହା ସହିତ ଫରହାନ ଅଧୁନାଙ୍କୁ ନିଜର ପିଲାଙ୍କ ଭରଣ ପୋଷଣ କରିବା ପାଇଁ ମୋଟା ରକମ ବି ଦେଉଛନ୍ତି ।

ସଞ୍ଜୟ ଦତ୍ତ

ସଞ୍ଜୟ ଦତ୍ତଙ୍କ ଦିତୀୟ ସ୍ତ୍ରୀ ରିୟା ପିଲ୍ଲଇ ଛାଡପତ୍ର ପରେ ସମାଧାନ ପାଇଁ ତାଙ୍କର ଲକଜରି ଆପାର୍ଟମେଣ୍ଟ ଏବଂ ଦାମି ଗାଡି ନେଇଥିଲେ । କୁହାଯାଏ କି ସଞ୍ଜୟଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ରିୟାଙ୍କ ବିଲ ବି ଭରିବାକୁ ପଡିଥିଲା ।

ଅମିର ଖାନ

ପ୍ରଥମ ସ୍ତ୍ରୀ ରିନା ଦତ୍ତଙ୍କ ଠାରୁ ଛାଡପତ୍ର ନେବା ପରେ ଅମିର ଖାନ ତାଙ୍କୁ ୫୦କରୋଡ ଟଙ୍କା ଦେଇଥିଲେ । ରିନା ଏବଂ ଅମିରଙ୍କର ଦୁଇଟି ପିଲା ଅଛନ୍ତି । ପରେ ସେ କିରଣ ରାଓଙ୍କ ସହିତ ବିବାହ କରିଥିଲେ ।

ସେଫ ଅଲ୍ଲୀ ଖାନ

କୁହାଯାଇଛି କି ଅମୃତା ସିଂହ ଙ୍କ ଠାରୁ ଛାଡପତ୍ର ନେବା ପରେ ସେଫ ଅଲ୍ଲୀ ଖାନ ତାଙ୍କୁ ୫କରୋଡ ଟଙ୍କା ଦେବେ ,ଯେଉଁଥିରୁ ୨.୫କରୋଡ ସେ ପ୍ରଥମରୁ ହିଁ ଦେଇ ସାରିଛନ୍ତି । ଏହାଛଡା ସେଫ କହିଛନ୍ତି କି ତାଙ୍କ ପୁଅ ଇବ୍ରାହିମଙ୍କୁ ୧୮ବର୍ଷ ହେବା ପର୍ଯ୍ୟନ୍ତ ଅମୃତାଙ୍କୁ ପ୍ରତି ମାସରେ ଏକ ଲକ୍ଷ ଟଙ୍କା ଭରଣ ପୋଷଣ ପାଇଁ ବି ଦେବେ ।

ଆଦିତ୍ୟ ଚୋପଡା

ରାନୀ ମୁଖାର୍ଜୀଙ୍କୁ ବିବାହ କରିବା ପାଇଁ ଆଦିତ୍ୟ ଚୋପଡା ପ୍ରଥମ ସ୍ତ୍ରୀ ପାୟଲ ଖାନ୍ନାଙ୍କ ଠାରୁ ଅଲଗା ହେଇଥିଲେ । ଛାଡପତ୍ର ପରେ ଆଦିତ୍ୟ ପାୟଲଙ୍କୁ ୫୦କରୋଡ ଟଙ୍କା ଦେଇଥିଲେ ।

ଅରବାଜ ଖାନ

କୁହାଯାଇଛି କି ମଲାଇକା ଛାଡପତ୍ର ସମୟରେ ଅରବାଜଙ୍କୁ ୧୦ରୁ୧୫କରୋଡ ଟଙ୍କା ପର୍ଯ୍ୟନ୍ତ ମାଗି ଥିଲେ । ସେ ତାଙ୍କୁ ଟଙ୍କା ଦେଇଛନ୍ତି କି ନାହିଁ ତାହା ଜଣା ପଡି ନାହିଁ ।

Leave a Reply

Your email address will not be published. Required fields are marked *