ବ୍ରତ ଉପବାସ ରେ ପେରିୟଡ୍ସ ହେଲେ କଣ କରିବା ଉଚିତ!

ଆପଣ ମାନେ ସମସ୍ତେ ଏହି କଥା ବେଶ ଭଲ ଭାବରେ ଜାଣିଛନ୍ତି ଯେ ହିନ୍ଦୁ ଧର୍ମ ବା ବୈଦିକ ଧର୍ମ ଅନୁଯାଇ ମହିଳାଙ୍କୁ ମାସିକ ସମୟରେ ବ୍ରତ ବା ଉପବାସ ଛଡା ସାମାନ୍ଯ ପୂଜା ଇତ୍ୟାଦି ମଧ୍ୟ ମନା କରା ଯାଇଥାଏ, ମାସିକ ଧର୍ମ ସମୟରେ ସାମାନ୍ୟତଃ ସବୁ ମହିଳାଙ୍କୁ କଷ୍ଟ ଓ ବହୁତ ପ୍ରକାର ସମସ୍ଯା ସାମ୍ନା କରିବାକୁ ପଡିଥାଏ । ତେବେ ବହୁତ ଲୋକ ମାସିକ ଧର୍ମ ସମୟରେ ଏହା ବିଚାର କରିଥାନ୍ତି ଯେ ଉପବାସ ବା ବ୍ରତ କେଉଁ ଭଳି କରିବା ଉଚିତ ବା କଣ କରିବା ଉଚିତ ।

Image Courtesy: Google

ଆଗ କାଳରେ ମହିଳାଙ୍କୁ ମାସିକ ଆସିଲେ ତାଙ୍କୁ ଅଲଗା ଘରେ ରଖା ଯାଉଥିଲା ସେ ଘର କୌଣସି ଜିନିଷ ଛୁଇଁବେ ନାହିଁ, ଲୋକ ମହିଳାଙ୍କୁ ଘରୁ କିଛି ଦୂରରେ କିଛି କୂଟିଆ କରି ସେହି ସାତ ଦିନ ପାଇଁ ତାଙ୍କୁ ଅଲଗା ରଖୁଥିଲେ ଏହି ସମୟରେ ପିନ୍ଧିଥିବା ବସ୍ତ୍ର ସେ ଅନ୍ୟ ସମୟରେ ପିନ୍ଧୁନଥିଲେ ଏହା ଛଡା ବହୁତ କିଛି ନିୟମ କରା ଯାଇଥିଲା ତେବେ ମୁସ୍ଲିମ ଧର୍ମରେ ମଧ୍ୟ ମାସିକ ସମୟରେ ମହିଳାଙ୍କୁ ଅଲଗା ରଖିବା ପ୍ରଥା ଅଟେ, ଆଜି କାଲିକା ସମୟରେ ଏହି ନିୟମ ଏବେ କେହି ମାନୁ ନାହାନ୍ତି କାହିଁକିନା କିଛି କଥା ବଦଳିବା ବହୁତ ଆବଶ୍ୟକ ଅଟେ ।

Image Courtesy: Google

ତେବେ ମାସିକ ସମୟରେ ପୂଜା ପାଠ ବା ରୋଷେଇ କାମ ଏବେ ବି ମହିଳା କରନ୍ତି ନାହିଁ । ତେବେ ମାସିକ ଶଂସ୍ୟରେ ଏମିତି କୌଣସି ବ୍ରତ ଆସିଲା ଯାହା ଆପଣ ଛାଡି ପାରିବେ ନାହିଁ ତେବେ ଆପଣ ଉପାସ କରନ୍ତୁ କିନ୍ତୁ ପୂଜା ପାଠ ବା ପୂଜା କରୁଥିବା ମହିଳାଙ୍କୁ ଛୁଆନ୍ତୁ ନାହିଁ । ଯଦି ଆପଣ ଉପବାସ କରିଛନ୍ତି ଓ ଆପଣଙ୍କୁ ମାସିକ ଧର୍ମ ଆସିଗଲା ତେବେ ଆପଣଙ୍କୁ ବ୍ରତ ଭାଙ୍ଗିବା ଉଚିତ ନୁହ ଆପଣ ଓପାସ ରୁହନ୍ତୁ ଓ ଯେମିତି ସମାପ୍ତ କରିବା ଉଚିତ କରନ୍ତୁ କିନ୍ତୁ ପୂଜା ପାଠ ବା ଘର ମନ୍ଦିରରେ ଯାନ୍ତୁ ନାହିଁ । ଆମ ସମାଜରେ ଏମିତି ଏକ ନିୟମ ରହିଛି ଯାହା କି ଅନ୍ୟ ମାନେ କରିବା ଦେଖି ଆମେ ବି କରିଥାଉ ।

Image Courtesy: Google

ଏ ନୀତି ନିୟମ ବିଷୟରେ ଜାଣିବା କୁ କିଛି ଲୋକ ସଙ୍କୋଚ କରନ୍ତି ତ ଆଉ କିଛି ଲୋକ କୁହନ୍ତି ଏହା ପୂର୍ବ ପୁରୁଷ ରୁ କରିଆସୁଛନ୍ତି । ଯଦି ଆମେ ଏସବୁ ବନ୍ଦ କଲେ ତେବେ ସେମାନଙ୍କ ଅପମାନ ହେବ । ହିନ୍ଦୁ ରୀତିନୀତି ରେ ଅଛି କି ମହିଳା ମାନେ ମାସିକିଆ ଋତୁସ୍ରାବ ହେଲେ ମନ୍ଦିର ଯିବା ନିଷେଧ । ପାଠପଢ଼ା ଲୋକ ଏସବୁ ମାନନ୍ତି ଯେ ଏହା ପଛରେ ବୈଜ୍ଞାନିକ କାରଣ ଅଛି ହେଲେ ହିନ୍ଦୁ ଧର୍ମ ରେ ପିରିୟଡ୍ସ କୁ ନେଇ କେତେ ଗୁଡିଏ କାହାଣୀ ଅଛି, ଯାହା ଶୁଣିଲେ ଆପଣ ଭରସା କରିପାରିବେନି ତ ଆସନ୍ତୁ ଏ ବିଷୟରେ ଜାଣିବା । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *