ସୃଷ୍ଟିର ରଚନା ହେବା ସହ ପ୍ରତେକ ଗ୍ରହ ଓ ରାଶି ମାନଙ୍କର ସ୍ଥିତି ନିର୍ଧାରିତ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ସ୍ଥିତି ବଦଳିବା ଯୋଗୁ ମଣିଷ ଜୀବନର ମଧ୍ୟ ବଦଳିଥାଏ । ସପ୍ତାହର ଦିନ ଗୁଡିକର ବିଶେଷ ମହତ୍ଵ ରହିଛି । ସପଥର ତୃତୀୟ ଦିନ ହେଉଛି ବୁଧବାର । ବୁଧବାର ହେଉଛି ବୁଧ ଗ୍ରହଙ୍କର ବାର । ବୁଧ ଗ୍ରହକୁ ଭାଗ୍ଯର ଦେବତା ବୋଲି ଜ୍ଯୋତିଷ ଶାସ୍ତ୍ରରେ ମାନାଯାଏ । ବୁଧବାର ଦିନ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ବାର ମାନିବା ସହ ଉପାସନା କରିବା ଉଚିତ ।
ବୁଧବାର ଦିନ କେଉଁ କାମର ପାଳନ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ୧- ବୁଧବାର ଦିନ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ନାଲି ଫୁଲ ଅର୍ପଣ କରି ମନ୍ଦିର ଯାଇ ପୂଜା ଆରଧନା କରନ୍ତୁ । ଧନ ବୃଦ୍ଧି କରିବା ପାଇଁ ଲଗାତାର ୭ଟି ବୁଧବାର ଧଳା ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।
୨- ଯଦି ଆପଣ ଅନ୍ୟ ଠାରୁ ଟଙ୍କା କରଜରେ ଆଣିଛନ୍ତି ତେବେ ସେଥିରୁ ମୁକ୍ତି ପାଇବା ପାଇଁ ୭ଟି ବୁଧବାର କୌଣସି ଗରିବ ବ୍ୟକ୍ତିଙ୍କୁ କିଛି ମୁଗ ଡାଲି ଦାନ କରନ୍ତୁ । ଆପଣଙ୍କ ସକ୍ଷମ ଅନୁଯାୟୀ ଆପଣ ଏହି ଉପାୟ କରନ୍ତୁ ।
୩- ବୁଧବାର ଦିନ ମା ଲକ୍ଷ୍ମୀଙ୍କ ବାର ହୋଇଥିବାରୁ ବ୍ରତ କରନ୍ତୁ । ଏହି ଦିନ ଧଳା ଜିନିଷର ସେବନ କରିବା ସହ ଖାଇବାରେ ବିନା ଲୁଣର ବ୍ୟବହାର କରନ୍ତୁ । ଏହି ଦିନ ମା ଲକ୍ଷ୍ମୀଙ୍କୁ ଧଳା ଫୁଲ, ଖିରୀ, ଦହି ବା କଦଳୀ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । ଏହି ବ୍ରତ ସମ୍ପନ୍ନ ହେବା ଦ୍ଵାରା ଘରେ ସୁଖ ସମୃଦ୍ଧି ସହ ଧନ ସମ୍ପତି ପ୍ରାପ୍ତ ହୋଇଥାଏ ।
୪- ବୁଧବାର ଯଦି ଆପଣଙ୍କ ସହ କିନ୍ନର ମାନଙ୍କର ଭେଟ ହୋଇଯାଏ ତେବେ ତାଙ୍କୁ କିଛି ଟଙ୍କା ବା ଶ୍ରୀଙ୍ଗାର ଜିନିଷ ଦାନ କରନ୍ତୁ । ବୁଧବାର ଦିନ କିନ୍ନର ମାନଙ୍କର ଆଶୀର୍ବାଦ ମିଳିବା ଶୁଭ ମାନାଯାଏ । ଏହା ଦ୍ଵାରା ଆପଣଙ୍କର ଅଟକି ରହିଥିବା କାମ ଆରମ୍ଭ ହେବ ।
ବୁଧବାର ଦିନ କେଉଁ କାମ କରିବା ଉଚିତ ନୁହେ ?
ବୁଧବାର ଦିନ କାହାକୁ ଅପଶବ୍ଦ କହିବା ଅନୁଚିତ । ଏହି ଦିନ ମଧୁର ବଚନ କହିବା ଦ୍ଵାରା ବ୍ୟକ୍ତି ଜୀବନରେ ଦୁଖ କଷ୍ଟ ଦୂର ହୋଇଥାଏ । ଏହି ଦିନ କୌଣସି କିନ୍ନର ମାନଙ୍କ ଅପମାନ କରନ୍ତୁ ନାହି । ଏହା ଦ୍ଵାରା ଜୀବନରେ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ବୁଧବାର ଦିନ କାହା ଠାରୁ ଉଧାର ଦେବା ନା ନେବା ଉଚିତ ନୁହେଁ । ଏହା ଦ୍ଵାରା ଧନର କ୍ଷୟ ହୋଇଥାଏ ଯାହା ଦ୍ଵାରା ଆର୍ଥିକ ସ୍ଥିତି ଖରାପ ହୋଇଥାଏ । ଏହି ଦିନ ପାନ ଖାଇବା ଦ୍ଵାରା ଧନ ହାନି ହୋଇଥାଏ । ଏହି ଦିନ ମହିଳା ମାନେ କେଶ ଧୋଇବା ଅନୁଚିତ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।