ବୁଧବାର ଦିନ ଶ୍ରୀ ଗଣେଶଙ୍କ ପୂଜା କରିଲେ ବ୍ୟବସାୟରେ ହେବ ଉନ୍ନତି ଓ ପଢାରେ ଲାଗିବ ମନ, ଏମିତି କରନ୍ତୁ ପୂଜା

ବୁଧବାର ଦିନ ଭଗବାନ ଗଣେଶଙ୍କୁ ଅର୍ପିତ ହୋଇଥାଏ, ଏହି ଦିନ ବିଘ୍ନହର୍ତା ଭଗବାନ ଗଣେଶଙ୍କ ପୂଜା କଲେ ଜୀବନରେ ସବୁ ପ୍ରକାର ସଙ୍କଟ ଦୂର ହୋଇଥାଏ । ଗଣେଶ ଠାକୁରଙ୍କ ପୂଜା କଲେ ବୁଧ ଗ୍ରହ ଦୋଷରୁ ମୁକ୍ତି ମିଳିବାରେ ସାହାଯ୍ୟ ହୋଇଥାଏ । ଭଗବାନ ଗଣେଶଙ୍କ ମହିମା ବେଦ ଏବଂ ଶାସ୍ତ୍ର ରେ ଉଲ୍ଲେଖ କରା ଯାଇଛି, ଗଣେଶ ଠାକୁରଙ୍କ ପୂଜା ସମସ୍ତ ଦେବୀ ଦେବତାଙ୍କ ଠାରୁ ସର୍ବପ୍ରଥମେ କରା ଯାଇଥାଏ, ଗଣେଶ ଠାକୁର ଏମିତି ଗୋଟେ ଠାକୁର ଯିଏ ଭକ୍ତଙ୍କ ଅଳପ ପୂଜାରେ ମଧ୍ୟ ପ୍ରସନ୍ନ ହୋଇଯାନ୍ତି ।

ବୁଧବାର ଦିନ ଗଣେଶ ଠାକୁରଙ୍କ ପୂଜା କଲେ ବୁଧ ଗ୍ରହ ଦୋଷ ସମାପ୍ତ ହୋଇଥାଏ, ବ୍ୟକ୍ତି ଜୀବନରେ ଯେତେବେଳେ ବୁଧ ଅଶୁଭ ଫଳ ଦେଇଥାଏ ତେବେ ବ୍ୟକ୍ତିକୁ ବହୁତ ପ୍ରକାର ରୋଗ କଷ୍ଟ ହୋଇଥାଏ । ବ୍ୟବସାୟ ରେ ହାନି ହୋଇଥାଏ ବିଦ୍ୟାର୍ଥୀମାନଙ୍କ ମନ ପାଠରେ ରୁହେ ନାହିଁ । ବୁଧ ଗ୍ରହ ସମ୍ବନ୍ଧ ତ୍ଵଚା ସହ ମଧ୍ୟ ହୋଇଥାଏ ଯେତେବେଳେ ବୁଧ ଖରାପ ହୋଇଥାଏ ସେତେବେଳେ ବ୍ୟକ୍ତି ସୁନ୍ଦରତା ଏବଂ ତ୍ଵଚା ରେ ମଧ୍ୟ ଫରକ ଦେଖା ଯାଇଥାଏ ।

Image Courtesy: Social Media

ଗଣେଶ ଠାକୁରଙ୍କ ପୂଜା :

ବୁଧବାର ଦିନ ସକାଳେ ଶୀଘ୍ର ଉଠି ସ୍ନାନ କରନ୍ତୁ, ଏହା ପରେ ସଫା ବସ୍ତ୍ର ଧାରଣ କରି ପୂଜା ଆରମ୍ଭ କରିବା ଉଚିତ, ସର୍ବପ୍ରଥମେ ପୂଜା ସ୍ଥାନ ସଫା ଏବଂ ସୁଧ କରିବା ଉଚିତ । ଏହା ପରେ ସଂକଲ୍ପ କରନ୍ତୁ, ସଂକଲ୍ପ କରିବା ପାଇଁ ଆଗ ହାତରେ ଜଳ, ଫୁଲ, ଏବଂ ଚାଉଳ ନିଅନ୍ତୁ, ସଂକଲ୍ପ କଲା ବେଳେ ଯେଉଁ ଜାଗା ରେ ଆପଣ ଅଛନ୍ତି ସେହି ଜାଗା ନାମ, ବର୍ଷ, ବାର, ତିଥି ଏବଂ ନିଜ ନାମ କହି ନିଜ ମନ ଭିତରେ ଥିବା ଇଛା କୁହନ୍ତୁ ଓ ହାତରେ ଥିବା ଜଳ ଜମିକୁ ଅର୍ପଣ କରନ୍ତୁ ।

ଏହି ମନ୍ତ୍ର ଜାପ କରନ୍ତୁ

ॐ ଅପୱିତ୍ର: ପୱିତ୍ରୋ ୱା ସର୍ୱାୱସ୍ଥା ଗତୋରପିବା ।

ଯା ସ୍ମରେତ ପୁଣ୍ଡରୀକାକ୍ଷଂ ସ ବାହ୍ରାମାୟତର: ସୂଚୀ: ॥

ଭୋଗ କରନ୍ତୁ :

ଏହା ପରେ ଭଗବାନ ଗଣେଶଙ୍କ ପ୍ରିୟ ଭୋଗ କରନ୍ତୁ, ଚନ୍ଦନ ଲଗାନ୍ତୁ ଓ ଧୂପ ଦେଖାନ୍ତୁ ଯଥା ବିଧି ପୂଜା କରନ୍ତୁ ।

Image Courtesy: Social Media

ଗଣେଶ ମନ୍ତ୍ର :

ॐ ସୁମୁଖଶ୍ଚୈକଦନ୍ତଶ୍ଚ କପିଲୋ ଗଜକର୍ଣକଃ ।

ଲମ୍ବୋଦରଶ୍ଚ ବିକଟୋ ବିଘ୍ନନାଶୋ ବିନାୟକଃ ॥

ଧୂମ୍ରକେତୁର୍ଗଣାଧ୍ଯକ୍ଷୋ ଭାଲଚନ୍ଦ୍ରୋ ଗଜାନନଃ ।

ଦ୍ୱାଦଶୈତାନି ନାମାନି ୟଃ ପଠେଚ୍ଛୃଣୁୟାଦପି ॥

ବିଦ୍ୟାରମ୍ଭେ ବିବାହେଃ ଚ ପ୍ରବେଶେ ନିର୍ଗମେ ତଥା ।

ସଂଗ୍ରାମେ ସଂକଟେ ଚୈବ ବିଘ୍ନସ୍ତସ୍ୟ ନ ଜାୟତେ ॥

Leave a Reply

Your email address will not be published. Required fields are marked *