ଆମ ଶରୀର ରକ୍ତ ସଫା ହେବା ନିତ୍ୟାନ୍ତ ଆବଶ୍ୟକ, ଆପଣନ୍ତୁ ଏହି ଘରୋଇ ଉପାୟ

ଶରୀର ପୂର୍ଣ୍ଣ କାର୍ଯ୍ୟ ବିଧିରେ ରକ୍ତର ବହୁତ ମହତ୍ଵପୂର୍ଣ କାମ ହୋଇଥାଏ, ଏହା ଦ୍ଵାରା ପୁରା ଶରୀର ରେ ଅକ୍ସିଜେନ, ପୋଷକ ତତ୍ଵ ଓ ହର୍ମୋନ ପଠା ଯାଏ, ଏମିତି ଅବସ୍ତାରେ ଏହା ଆବଶ୍ୟକ ଯେ ରକ୍ତ ଦୂଷିତ ନଥାଉ ଓ ଏହା ସଫା ରହୁ, ଯଦି ରକ୍ତ ସଫା ନଥାଏ ତେବେ ବହୁତ ପ୍ରକାର ସମସ୍ୟା ଶରୀରରେ ହୋଇଥାଏ । ତେବେ ଆପଣଙ୍କ ପାଇଁ ଆମେ ଏମିତି କିଛି ଉପଚାର ଆଣିଛୁ ଯାହା ଆପଣଙ୍କ ରକ୍ତ ସଫା ରଖିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ କାମ କଲେ ଆପଣଙ୍କ ରକ୍ତ ସଫା ରହିଥାଏ ।

Image Courtesy: Google

ହଳଦୀ ଖିର :

ଗୋଟେ ଗ୍ଳାସ ଖିରରେ ଦୁଇ ଚାମଚ ହଳଦୀ ମିଶାଇ ରାତିରେ ଶୋଇବା ଆଗରୁ ପିଆନ୍ତୁ, ଗୋଟେ ମାସ ପ୍ରତିଦିନ ଏହି ପରି କଲେ ଆପଣଙ୍କ ରକ୍ତ ସଫା ହୋଇଥାଏ, ହଳଦୀ ରେ କରକ୍ୟୁମୀନ ନାମକ ତତ୍ଵ ହୋଇଥାଏ ଯାହା ଏନ୍ଟିଅକ୍ସିଡେଣ୍ଟ ଗୁଣ ହୋଇଥାଏ । ରକ୍ତ ସଫା କରିବା ଉପଚାର ପାଇଁ ହଳଦୀ ସବୁଠାରୁ ଉତ୍ତମ ଉପାୟ ଅଟେ ।

ଧନିଆ ପତ୍ର :

ଗୋଟେ ବିଡାପତ୍ର ବାହାର କରି ଦୁଇ ଗ୍ଳାସ ପାଣି ରେ ଫୁଟେଇବା ପାଇଁ ରାଖୀ ଦିଅନ୍ତୁ, ଫୁଟିଲା ପରେ ବଞ୍ଚିଥିବା ପାଣି ଛାଣି ନିଅନ୍ତୁ ଓ ଷ୍ଟୋର କରି ଫ୍ରିଜ ରେ ରଖି ଦିଅନ୍ତୁ, ଆପଣଙ୍କୁ ଗୋଟେ ମାସ ଏହି ପାଣି ସେବନ କରିବା ଉଚିତ ଆପଣ ଯଦି ଚାହନ୍ତି ତେବେ ସକାଳେ ଖାଲି ପେଟରେ ମଧ୍ୟ ପି ପାରିବେ ।

Image Courtesy: Google

ଏପଲ ସାଇଡ ଭିନେଗାର ଓ ବେକିଙ୍ଗ ସୋଡା :

ଏହି ଦୁଇଟି ଜିନିଷ ମିଶ୍ରଣ ଆମ ଶରୀର ପିଏଚ ଲେବଲ ସନ୍ତୁଳିତ ରଖିବା ପାଇଁ ସାହାଜ୍ଯ କରିଥାନ୍ତି । ପ୍ରତିଦିନ ସକାଳେ ଖାଲି ପେଟରେ ଦୁଇ ଚାମଚ ଏପଲ ସାଇଡ ଭିନେଗାର ରେ ଅଧା ଚାମଚ ବେକିଙ୍ଗ ସୋଡା ମିସାଇ, କିଛି ସମୟ ପାଇଁ ଛାଡି ଦିଅନ୍ତୁ ଯେତେବେଳେ ମିଶ୍ରଣରେ ଫେଣ ହେଇଯିବ ସେତେବେଳେ ଏହାକୁ ତୁରନ୍ତ ପିଅନ୍ତୁ ।

Image Courtesy: Google

ଲେମ୍ବୁ ରସ :

ଲେମ୍ବୁ ରସ ରକ୍ତ ଓ ପାଚନ ମାର୍ଗ ସଫା କରିଥାଏ, ଏହା ଏସିଡିକ ହୋଇଥାଏ ଏବଂ ପିଏଚ ଲେବଲ ବଦଳିଥାଏ । ଲେମ୍ବୁ ରକ୍ତରୁ ବିଷାକ୍ତ ପଦାର୍ଥ ସଫା କରିବାରେ ଉପଯୋଗୀ ହୋଇଥାନ୍ତି, ପ୍ରତିଦିନ ସକାଳେ ଖାଲି ପେଟରେ ଲେମ୍ବୁ ପାଣି ପିଲେ ଶରୀର ବିଷାକ୍ତ ପଦାର୍ଥ ସଫା ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *