ବୁଦ୍ଧିମାନ ଶିଶୁ ପାଇଁ ଗର୍ଭବସ୍ଥାରେ ଖାଆନ୍ତୁ ଏହି 10ଟି ଖାଦ୍ୟ- Pregnancy Tips

ଯେତେବେଳେ ମହିଳା ଗର୍ଭଧାରଣ କରିଥାଏ ସେତେବେଳେ ତା ପାଇଁ ପୌଷ୍ଟିକ ଆହାର ନେବା ଜରୁରୀ ଅଟେ । କାରଣ ଗର୍ଭରେ ଭ୍ରୁଣର ବିକାଶ ପାଇଁ ପୋଷାକ ତତ୍ତ୍ଵ ପାଇଁ ଆହରର ସେବନ ହାରୁରୀ ହୋଇଥାଏ । ଚେତ ଶିଶୁ ଶାରୀରିକ ଓ ମନିଷ୍କ ରୂପରେ କମ୍ଜୋର ହୋଇଥାଏ । ନହେଲେ ନବଜାତ ଶିଶୁ କୌଣସି ବଡ ରୋଗର ଶିକାର ହୋଇପାରେ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଖାଦ୍ଯ ବିଷୟରେ କହିବାକୁ ଯାଉଛୁ ଯାହା ଗର୍ଭବତୀ ମହିଳା ସେବନ କରିଲେ ନବଜାତ ଶିଶୁ ବୁଦ୍ଧିମାନ ହୋଇ ଜନ୍ମ ହୋଇଥାଏ ।

୧- ପାଳଙ୍ଗ ଶାଗ : ଗର୍ଭାବସ୍ଥାରେ ଅନ୍ୟ ପରିବା ସହ ପାଳଙ୍ଗ ସାଗର ସେବନ କରିବା ଦ୍ଵାରା ଶରୀରରେ ପୋଷାକ ତତ୍ତ୍ଵ ଅଭାବ ହୁଏ ନାହି । ଏହା ଶିଶୁର ମସ୍ତିକ୍ସ୍ର ବିକାଶ ପାଇଁ ଜରୁରୀ ହୋଇଥାଏ । କାରଣ ପାଳଙ୍ଗ ସାଗରେ ପ୍ରୋଟିନ, ଭିଟାମିନ, ଫାଇଭର ପ୍ରଚୁର ପରିମାଣରେ ରହିଥାଏ ।

୨- ଅଣ୍ଡା : ଗର୍ଭବତୀ ମହିଳା ଅଣ୍ଡାର ସେବନ କରିବା ଉଚିତ । କାରଣ ଏଥିରେ ପ୍ରୋଟିନ ବ୍ୟତିତ ଭିଟାମିନ-ଡି ଓ ମିନେରାଲସ ପ୍ରଚୁର ପରିମାଣରେ ରହିଥାଏ । ଏହି ଭିଟାମିନ-ଡି ଶିଶୁର ମସ୍ତିସ୍କରେ ବିକାଶରେ ସାହାଜ୍ଯ କରିଥାଏ ।

୩- ଆଲମଣ୍ଡ : ଗର୍ଭବତୀ ମହିଳା ଆଲମଣ୍ଡ ବା ପେସ୍ତା ବାଦାମ ଖାଇବା ଉଚିତ ଯାହା ଶିଶୁର ମାନସିକ ବିକାଶରେ ସାହାଜ୍ଯ କରିଥାଏ । ପ୍ରତେକ ଦିନ ରାତିରେ ବାଦାମକୁ ଭିଯାଇ ସକାଳେ ଏହାର ସେବନ କରିପାରିବେ ।

୪- ଦହି : ଶିଶୁର ବୃଦ୍ଧି ବିକାଶରେ ଦହି ନିହାତି ଜରୁରୀ ଅଟେ । ତେଣୁ ଗର୍ଭବତୀ ମହିଳା ପ୍ରତେକ ଦିନ ଫ୍ରେସ ଦହିର ସେବନ କରିବା ଉଚିତ । କାରଣ ଦହିରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ ।

୫- ଡାଲି : ବୁଦ୍ଧିମାନ ଶିଶୁ ଜନ୍ମ କରିବା ପାଇଁ ଡାଲିର ସବୁ ପ୍ରକାରର ଆଇଟମ ସେବନ କରିବା ଉଚିତ । କାରଣ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ ଯାହା ପିଲାର ମସ୍ତିସ୍କର ବିକାଶ କରିଥାଏ ।

୬- କ୍ଷୀର : ଗର୍ଭବତୀ ସମୟରେ ମହିଳା କ୍ଷୀରର ସେବନ ଶିଶୁ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଥିବା ପ୍ରୋଟିନ ଓ କ୍ୟାଲସିୟମ କାରଣରୁ ପିଲାର ମାନସିକ ବିକାଶ ହେବା ସହ ଅସ୍ଥି ମଧ୍ୟ ଷ୍ଟ୍ରଙ୍ଗ ହୋଇଥାଏ । ପ୍ରେଗନେଣ୍ଟ ମହିଳା ପ୍ରତେକ ଦିନ ଗୋଟେ ଗ୍ଳାସ କ୍ଷୀରର ସେବନ କରିବା ଉଚିତ ।

୭- ଫଳ : ଗର୍ଭବତୀ ମହିଳା ପ୍ରତେକ ଦିନ ଫ୍ରେସ ଫଳର ସେବନ କରିବା ଉଚିତ । କାରଣ ଏଥିରେ ଭିଟାମିନ ଓ ମିନେରାଲ ପ୍ରଚୁର ପରିମାଣରେ ରହିଥାଏ । ନଡିଆ, ସେଓ, କମଳା ଆଦିର ସେବନ କରିଲେ ଶିଶୁର ମସ୍ତିସ୍କ ବିକାଶରେ ସାହାଜ୍ଯ କରିଥାଏ ।

୮- ଅଖରୋଟ : ଗର୍ଭବତୀ ମହିଳା ଅଖରୋଟ ସେବନ କରିଲେ ଏଥିରେ ଥିବା ପୋଷାକ ତତ୍ତ୍ଵ ଶିଶୁର ବିକାଶରେ ସାହାଜ୍ୟ କରିଥାଏ ।

୯- ବୋଇତାଳୁ ମଞ୍ଜି : ପ୍ରେଗନେଣ୍ଟ ସମୟରେ ବୋଇତାଳୁ ମଞ୍ଜି ସେବନ କରିଲେ ଅନେକ ପ୍ରକାରର ପୋଷାକ ତତ୍ତ୍ଵ ମିଳିଥାଏ ଯାହା ଶିଶୁର ମସ୍ତିସ୍କ ବିକାଶରେ ସାହାଜ୍ଯ କରିଥାଏ ।

୧୦- ସାମୁଦ୍ରିକ ମାଛ : ସାମୁଦ୍ରିକ ମାଛରେ ଆଇରନ, ଓମେଗା- ୩ ରହିଥାଏ ଯାହା ଶିଶୁର ମସ୍ତିସ୍କରେ ବିକାଶ କରିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *