ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ନେଇ ବିଦ୍ୟାଭାରତୀଙ୍କ ଆଉ ଏକ ଚିଠି ହେଉଛି ଭାଇରାଲ, ଯେଉଁଥିରେ ଲେଖା ଯାଇଛି କିଛି ଏମିତି…

ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଚିଠି ବିଦ୍ୟା ଭାରତୀଙ୍କର ସାମନାକୁ ଆସିବାରେ ଲାଗିଛି ଯାହାକୁ ନେଇ ତାଙ୍କ ପ୍ରତି ସନ୍ଦେହ ଆହୁରି ବଢିବାରେ ଲାଗିଛି । ଏହି ଚିଠି ରୁ ଜଣା ପଡୁଛି ଯେ ବିଦ୍ୟା ଓ ସୋମ୍ୟଙ୍କ ବିବାହର ଗୋଟିଏ ବର୍ଷ ନ ପୁରୁଣୁ କାହିଁକି ଦୁହେଁ ଦୁହିଙ୍କ ପାଇଁ ଲେଖୁଥିଲେ ଏହି ଭଳି ଚିଠି ।

ଏହି ଚିଠି ରୁ ଜଣା ପଡୁଛି ଯେ ଦୁହିଙ୍କ ସମ୍ପର୍କ ରେ କେତେ ଯେ ମନାନ୍ତର ଭରି ରହିଥିଲା ପରସ୍ପର ପାଇଁ । ସୋମ୍ୟ ଓ ବିଦ୍ୟାଙ୍କ ସମ୍ପର୍କ ମଧ୍ୟ ରେ ଆଉ କେହି ତୃତୀୟ ବ୍ୟକ୍ତି ଥିଲେ କି ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ବିଦ୍ୟାଙ୍କର ପ୍ରଥମ ଚିଠିରେ ସେ ସୋମ୍ୟଙ୍କୁ କେତେ ଘୃଣା କରୁଥିଲେ ତାହା ସେ ମନ ଦୁଖରେ ଲେଖିଥିଲେ ବୋଲି ନିଜ ରାଏ ରେ କହିଥିଲେ । ବିଦ୍ୟାଙ୍କର ଆଉ ଏକ ଚିଠିରେ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଲେଖା ଯାଇଛି ।

ଏହି ଚିଠି ରେ ଲେଖା ଯାଇଛି କି “ୱ୍ହାଟ ଏ ହୋପଲେସ ଲାଇଫ, ମୋ ଭଳିଆ ଗୋଟେ ହୋପଲେସ ଲାଏଫରେ ବି ବଞ୍ଚିକି ଏଇ ଆଶାରେ ଅଛି ଯେ କେବେ ନା କେବେ ସୁଖ ଆସିବ ମୋ ଜୀବନରେ … ଯେତେ ଦଣ୍ଡ ସବୁ ଲେଖିଛନ୍ତି ଭଗବାନ ସବୁ ତତେ ହିଁ ଭୋଗିବାକୁ ପଡିବ ସେଥିପାଇଁ କମ୍ପ୍ଲେନ କରିବା ବନ୍ଦ କର, ରିଆକଶନ ଦେବା ବନ୍ଦ କରି ଦେ…. କାରଣ ଯେତେ ଯାହା କାଲେ ବି ସବୁ ତୋ ଭାଗ୍ୟ ଓ ତୋ ସ୍ଟୁପିଡ ଡିସିସନ ପାଇଁ ଯୋଉଗୁଡା ତୁ ନେଇଥିଲୁ, ଜୀବନକୁ ନେଇ ଖାଲି ଅନୁତାପ ଆସୁଛି, ଏତେ କଣ ପାପ କରିଥିଲି “my future is in dark” ।

ଏତେ ଖରାପ ଲାଗିଲାଣି ନିଜ ଉପରେ… ଛି ଛି କେମିତି ଲାଇଫ ଗୋଟେ ମୋର କେତେ ଡାଉନ ଫିଲ କରି ସାରିଲିଣି ଏଇ ଏତିକି ଦିନ ଭିତରେ” ଏହି ଭଳି ଶବ୍ଦର ପ୍ରୟୋଗ କରିଛନ୍ତି ବିଦ୍ୟା ଭାରତୀ ନିଜ ଚିଠିରେ ଯାହା ଏବେ ପୋଲିସ ହାତରେ ଜବତ ହୋଇଛି । ବର୍ତ୍ତମାନ ବିଦ୍ୟାଙ୍କର ଏହି ଚିଠି ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେବାରେ ଲାଗିଛି ।

ଅନ୍ୟ ପକ୍ଷେ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ସିବିଆଇ ଯାଞ୍ଚ କରିବାକୁ ଭାରତୀୟ ବିକାଶ ପରିଷଦ କୋର୍ଟର ଦ୍ଵାରସ୍ଥ ହୋଇ ଆବେଦନ କରିଛନ୍ତି । ଏହା ସହ ରାଜ୍ୟ ଗୃହ ସଚିବ,ରାଜ୍ୟ ପୋଲିସ ମହା ନିର୍ଦେଶକ, ଗଜପତି ଜିଲା ଏସ୍ପି ଓ ପାରଳାଖେମୁଣ୍ଡି ଆଇଆଇସି ଙ୍କୁ ମଧ୍ୟ ଏହି ଘଟଣା ରେ ଅନ୍ତର୍ଭୁକ୍ତ କରା ଯାଇଛି ।

ବନ୍ଧୁଗଣ ଏହାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *