ଲଘୁଚାପ ଯୋଗୁ ଓଡିଶାରେ ଜୁଲାଇ ୩୦ ଯାଏଁ ହେବ ପ୍ରବଳ ବର୍ଷା, ଏହି 8ଟି ଜିଲ୍ଲାକୁ ପାଣିପାଗ ବିଭାଗ ଦେଲେ ସତର୍କ ସୂଚନା

ନମସ୍କାର ବନ୍ଧୁଗଣ । ଗତ କାଲି ଘୁର୍ନିବଳୟ ପ୍ରଭବରେ ଆଜି ଉତ୍ତର ପୂର୍ବ ବଙ୍ଗୋପସାଗରର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୨୮ ରୁ ୩୦ ଯାଏଁ ଓଡିଶାର ଅନେକ ଜିଲା ଗୁଡିକରେ ହାଲ୍କା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।

ମଙ୍ଗଳବାର ଦିନ ଝାରସୁଗୁଡା, ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ବଲାଙ୍ଗୀର, ଯାଜପୁର, ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା ଗୁଡିକୁ ୟେଲୋ ୱାର୍ନିଙ୍ଗ ପାଣିପାଗ ବିଭାଗ ପାଖ ରୁ ଜାରି କରା ଯାଇଛି । ୨୯ ଜୁଲାଇରେ ଉତ୍ତର ଓଡିଶାରେ ଅନେକ ସ୍ଥାନ ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡା ଆଦି ଜିଲା ଗୁଡିକରେ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି ।

ଏହି ସବୁ ଜିଲା ଗୁଡିକର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଜଗତସିଙ୍ଘପୁର, କଟକ, ଅନୁଗୁଳ, ବରଗଡ, ସୁନ୍ଦରଗଡ, ସମ୍ବଲପୁର ଆଦି ଜିଲା ଗୁଡିକରେ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରା ଯାଇଛି । ଜୁଲାଇ ୨୯ ପରେ ୩୦ ତାରିଖରେ ମଧ୍ୟ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ସମଲପୂର, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲା ଗୁଡିକରେ ୩୦ ତାରିଖ ରେ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଅଛି ।

ଏହା ସହ ବାଲେଶ୍ଵର, ଯାଜପୁର, କଟକ, ପୁରୀ, କେନ୍ଦ୍ରାପଡା, ଜଗତସିଙ୍ଘପୁର, ଖୋର୍ଦ୍ଧା, ଝାରସୁଗୁଡା, ବରଗଡ, ଢେଙ୍କାନାଳ ଆଦି ଜିଲା ଗୁଡିକରେ ପ୍ରବଳ ବର୍ଷା ହେବାର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରା ଯାଉଛି । ଏହି ଲଘୁଚାପ ପ୍ରଭାବରେ ୨୯ ଓ ୩୦ ତାରିଖରେ ପରବଳ ବର୍ଷା ହୋଇପାରେ ।

ତେବେ ଜୁଲାଇ ୩୧ ବେଳକୁ ବର୍ଷାର ପରିମାଣ କମ ହେବା ସହ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଆସିଥିବ ବୋଲି ସୂଚନା ମିଳିଛି । କିନ୍ତୁ ୩୧ ଜୁଲାଇରେ ଦକ୍ଷିଣ ଓଡିଶାରେ ମଧ୍ୟମ ବା ହାଲ୍କା ଧରଣର ବର୍ଷା ହେବର ସମ୍ଭାବନା ରହିଛି । ଆଗରୁ ଯେଉଁ ଲଘୁଚାପ ହୋଇଥିଲା ସେଥିରେ ବର୍ଷା କମ ହୋଇଥିବାରୁ ଏହି ଲଘୁଚାପ ଯୋଗୁ ଭଲ ବର୍ଷା ହେବା ବୋଲି ଆଶା କରା ଯାଉଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *