ବୈଜ୍ଞାନିକ ମାନେ ‘ଜୀବିତ ଧରିଲେ’ କୋରୋନା ଭାଇରସ, ଫଟୋ କଲେ ଜାରି

କୋରୋନା ଭାଇରସ ଦୁନିଆ ପାଇଁ ସମସ୍ୟା ହୋଇଛି । ଦୁନିଆ ସାରା ବୈଜ୍ଞାନିକ ଏହା ଉପରେ ରିସର୍ଚ କରୁଛନ୍ତି । ଏବେ ପର୍ଯ୍ୟନ୍ତ ଏହା ଜଣାଥିଲା କି ତାର ସରଞ୍ଚନା କେମିତି ,ସେ ଦେଖିବାକୁ କେମିତି । କିନ୍ତୁ ଏବେ ବୈଜ୍ଞାନିକଙ୍କର ଗୋଟିଏ ଟିମକୁ ଭାଇରସର ଅସଲ ସରଞ୍ଚନାକୁ ଜାଣିବାରେ ସଫଳତା ମିଳିଛି । ଏତିକି ହିଁ ନୁହେଁ ଯେତବେଳେ ଏହି ଭାଇରସ କୋଷକୁ ସଂକ୍ରମିତ କରିଥାଏ ତାହେଲ ସେହି ସମୟରେ କୋଷର ସ୍ଥିତି କଣ ହୋଇଥାଏ ,ଏହାର ବି ଫଟୋ ନେବାରେ ବୈଜ୍ଞାନିକ ମାନେ ସଫଳ ହୋଇଛନ୍ତି ।

ସବୁଠାରୁ ବିଶ୍ଵାସନିୟ ରେଜଲ୍ଟ

ଜୀବିତ କୋରୋନା ଭାଇରସ କେମିତି ଦେଖାଯାଇ ଥାଏ ,ଡେଲି ମେଲର ରିପୋର୍ଟ ଅନୁସାରେ ,ଦକ୍ଷିଣ ଚୀନର ଶେନଜେନ ରେ ରିସର୍ଚର ଏକ ଟିମ ଏମିତି ପ୍ରଥମ ଫଟୋ ଜାରି କରିଛନ୍ତି ,ଯାହା ଏହା କହୁଛି କି ନୂଆ କୋରୋନା ଭାଇରସ ପ୍ରକୃତରେ କେମିତି ଦେଖା ଯାଇଥାଏ । ଏହି ଫଟୋକୁ ଫ୍ରୋଜେନ ଇଲେକ୍ଟ୍ରୋନ୍ସ ମାଇକ୍ରସ୍କୋପ ଏନାଲିସିସ ଟେକ୍ନୋଲୋଜି ସାହାଯ୍ୟରେ କରାଯାଇଛି । ଏହି ଟେକନିକ ଜରିଆରେ ଭାଇରସକୁ ନିଷ୍କିୟ କରିବା ପରେ ଫଟୋ ନିଆଯାଇଛି । ଏହି ଟେକନିକ ଜରିଆରେ ଜୈବିକ ନମୁନାକୁ ସୁରକ୍ଷିତ କରାଯାଇଛି ଯାହାଦ୍ୱାରା ଏହା ଜଣାଯାଇଛି କି ଯେତବେଳେ ଏହି ଭାଇରସ ବଞ୍ଚିଥିଲେ କିପରି ସ୍ଥିତିରେ ଏବଂ କେମିତି ଥିଲେ । ଏହା ସବୁଠାରୁ ବିଶ୍ବାସନିୟ ରେଜଲ୍ଟ ଅଟେ ।

ଦକ୍ଷିଣ ଚୀନର ରିସର୍ଚରଙ୍କ ଟିମକୁ ବଡ ସଫଳତା

ରିସର୍ଚ ଟିମ ମେମ୍ବର ଏବଂ ଆସୋସିଏଟ ପ୍ରଫେସର ଲିଉ ଚୁଆଙ୍ଗ କହିଛନ୍ତି ଭାଇରସର ଯେଉଁ ସରଞ୍ଚନା କୁ ଆମେ ଦେଖିଲୁ ତାହା ବିଲକୁଲ ସେମିତି ଅଟେ ଯେମିତି ବଞ୍ଚିଥିବା ଅବସ୍ଥାରେ ଭାଇରସ ଥାନ୍ତି । ଏହି ସଫଳତାକୁ ଶେନଜେନ ନେସନାଲ କ୍ଲିନିକାଲ ମେଡିକାଲ ରିସର୍ଚ ସେଣ୍ଟର ଏବଂ ସଦର୍ନ ୟୁନିଭରସିଟି ଅଫ ସାଇସ ଆଣ୍ଡ ଟେକ୍ନୋଲୋଜି ର ସଂଯୁକ୍ତ ଟିମ ହାସିଲ କରିଛନ୍ତି ।

ବୈଜ୍ଞାନିକ ମାନଙ୍କୁ ଭାଇରସର ଜୀବନ ଚକ୍ରକୁ ବୁଝାଇବା ପାଇଁ ମିଳିବ ସାହାଯ୍ୟ

ସଦର୍ନ ୟୁନିଭର୍ସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ର ପ୍ରୋଫେଜ ମାଇକ୍ରସ୍କୋପି ସେଣ୍ଟରରେ ଆସୋସିଏଟ ପ୍ରଫେସର ଲିଉ ଚୁଆଙ୍ଗ କହିଛନ୍ତି ଫଟୋ ଆମ ପାଇଁ ବୈଜ୍ଞାନିକ ମହତ୍ଵ ଅଟେ ,ଏହାଦ୍ବାରା ଆମେ ଭାଇରସର ଜୀବନ ଚକ୍ରକୁ ବୁଝିବାରେ ସାହାଯ୍ୟ ମିଳିବ । ଟିମ କହିଛନ୍ତି କି ରେସର୍ଚର ୨୭ଜାନୁୟାରୀ ରେ ଜଣେ ରୋଗୀ ଭିତରୁ କୋରୋନା ଭାଇରସକୁ ଅଲଗା କଲେ ଏବଂ ଟେକନିକ ଜରିଆରେ ବହୁତ ଶୀଘ୍ର ଜିନୋମ ସିକ୍ଯୁଏସିଂ ଏବଂ ତାର ପରିଚୟର କାମକୁ ପୁରା କଲେ । ଏହି ଅଧୟନ ଗୁରୁବାର ଦିନ biorxiv ଜର୍ନାଲ ପ୍ରିଣ୍ଟ ଦ୍ଵାରା ପ୍ରଥମେ ଅନଲାଇନ ପ୍ରକାଶିତ ହୋଇଛି ।

Leave a Reply

Your email address will not be published. Required fields are marked *