ଏହି ୪ ଜଣ ଖେଳାଳିଙ୍କ ସ୍ତ୍ରୀମାନେ ବି ଅଟନ୍ତି ଖେଳାଳି, ନମ୍ବର ୧ ଭାରତର ଗର୍ବ

ଆଜି ଆମେ ଆପଣଙ୍କୁ ବିଶ୍ଵ କ୍ରିକେଟ ଜଗତର କିଛି ଏମିତି କ୍ରିକେଟର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ସ୍ତ୍ରୀମାନେ ବି ତାଙ୍କ ପରି ଖେଳାଳି ଅଟନ୍ତି ତାହେଲେ ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ନାମ ।

୧ -ଦିନେଶ କାର୍ତିକ

ଦିନେଶ କାର୍ତିକ ଭାରତୀୟ କ୍ରିକେଟ ଦଳର ଭଲ ୱିକେଟ କିପର ଖେଳାଳି ଅଟନ୍ତି ଯିଏ ୨୦୧୫ ରେ ଭାରତର ଜଣାଶୁଣା ସ୍କ୍ୱେସ ଖେଳାଳି ଦୀପିକା ପଲ୍ଲୀକଲ ଙ୍କ ସହିତ ବିବାହ କରିଛନ୍ତି । ଦୀପିକା ବହୁତ ଲୋକପ୍ରିୟ ମହିଳା ଖେଳାଳି ଅଟନ୍ତି ଯିଏ ୨୦୧୫ରେ ପ୍ଲେୟର ଅଫ ଦ ଇୟର ମାନ୍ୟତା ଜିତିଛନ୍ତି ।

୨ – ସୋଏବ ମଲିକ

ସୋଏବ ମଲିକ ପାକିସ୍ଥାନ କ୍ରିକେଟ ଦଳର ଅନୁଭବି ଖେଳାଳି ଅଟନ୍ତି ଯିଏ ୨୦୧୦ରେ ସାନିୟା ମିର୍ଜାଙ୍କୁ ବିବାହ କରିଛନ୍ତି ଏବଂ ସାନିୟା ମିର୍ଜା ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଅଟନ୍ତି ।

୩ – ମିଚେଲ ଷ୍ଟାର୍କ

ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆ କ୍ରିକେଟର ଦଳର ତୋଫାନି ଖେଳାଳି ଅଟନ୍ତି ଯିଏ ୨୦୧୬ରେ ନିଜ ସାଙ୍ଗ ଏଲିସା ହୋଲି ଙ୍କ ସହିତ ବିବାହ କରିଛନ୍ତି ଏବଂ ଏଲିସା ମଧ୍ୟ ଜଣେ ଖେଳାଳି ଅଟନ୍ତି ଏବଂ ସେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଜଣେ ୱିକେଟ କିପର ଖେଳାଳି ଅଟନ୍ତି ।

୪ – ଇଶାନ୍ତ ଶର୍ମା

ଇଶାନ୍ତ ଶର୍ମା ଭାରତୀୟ କ୍ରିକେଟ ଦଳର ଭଲ ଖେଳାଳି ଅଟନ୍ତି ଯିଏ ସେହି ସମୟରେ ଟେଷ୍ଟ ଦଳର ସବୁଠାରୁ ମୁଖ୍ୟ ଖେଳାଳି ହୋଇ ସାରିଛନ୍ତି । ଇଶାନ୍ତ ଶର୍ମା ୨୦୧୬ରେ ପ୍ରତିମା ସିଂହ ଙ୍କ ସହିତ ବିବାହ କରିଛନ୍ତି ଏବଂ ପ୍ରତିମା ସିଂହ ଭାରତର ଜଣାଶୁଣା ମହିଳା ବାସ୍କେଟବଲ ଖେଳାଳି ଅଟନ୍ତି ।

Leave a Reply

Your email address will not be published. Required fields are marked *