ନାଗରିକତା ଆଇନ ଉପରେ ବିବାଦ, ୧୫ଟି ରାଜ୍ୟରେ CAA ର ବିଦ୍ରୋହ, ୫ ହଜାରରୁ ଅଧିକ ଅଛନ୍ତି ଗିରଫରେ

ନୂଆ ଦିଲ୍ଲୀରେ ସଂଶୋଧିତ ନାଗରିକତା ଆଇନ ଉପରେ ଲୋକମାନଙ୍କର ରାଗ ବଢିବାରେ ଲାଗିଛି । ଗୁରୁବାର ଦେଶର ୧୫ଟି ରାଜ୍ୟରେ ବିଦ୍ରୋହ ପ୍ରଦଶନ ଚାଲିଛି । ପୋଲିସ ଦେଶରେ ୫ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରିସାରିଲାଣି । କିଛି ସ୍ଥାନରେ ମୋବାଇଲ ଇଣ୍ଟରନେଟ ଉପରେ ରୋକ ଲଗାଯାଇଛି । ସୋଶିଆଲ ମିଡିଆରେ ବହୁତ ଆପତ୍ତିଜନକ ଫଟୋକୁ ହଟେଇବା ପାଇଁ କୁହାଯାଇଛି ।

ଦିଲ୍ଲୀର ହାଲ ବେହାଲ ଅଟେ

ଦିଲ୍ଲୀରେ ଏହି ଆଇନ ବିରୁଦ୍ଧରେ ପ୍ରଦର୍ଶନ ଉପରେ ରୋକ ଲାଗିବା ପରେ ମଧ୍ୟ ରାସ୍ତା ଉପରକୁ ଆସିଛନ୍ତି ବହୁତ ସଂଖ୍ୟାର ଛାତ୍ର, ସାମାଜିକ କାର୍ଯ୍ୟକର୍ତା ଓ ବିପକ୍ଷ ନେତା, ଏମାନଙ୍କୁ ପୋଲିସ ଗିରଫ କରିଛି । ବହୁତ ଜାଗାରେ ଇଣ୍ଟେରନେଟ ବନ୍ଦ କରିଦିଆ ହେଇଛି । ବହୁତ ମେଟ୍ରୋ ଷ୍ଟେସନକୁ ମଧ୍ୟ ବନ୍ଦ କରିଦିଆ ହେଇଛି, ଯାହା ଦ୍ଵାରା ସହରରେ ଯାତାୟାତ ପ୍ରଭାବିତ ହଉଛି ।

ଅନେକ ସ୍ଥାନରେ ବିଦ୍ରୋହ ପ୍ରଦର୍ଶନ ଶାନ୍ତି ପୂର୍ଣ ଭାବି ଚାଲିଛି ଓ ପ୍ରଦର୍ଶନକାରିମାନେ ନୂଆ ଆଇନ ଉପରେ ନିଜର ବିରୋଧ ଦେଖେଇଥିଲେ । ପ୍ରଦର୍ଶନକାରି ମାନେ ଜାମିୟା ମିଲ୍ଲିଯାୟା ଇସ୍ଲାମିୟା ଓ ଅଲୀଗଢ଼ ମୁସ୍ଲିମ ବିୱିଶ୍ୱବିଦ୍ଯାଲୟ ର ଛାତ୍ର ମାନେ ପୋଲିସଙ୍କ ବିରୋଧକୁ ବର୍ବରତାପୂର୍ଣ କହିଲେ । ପୋଲିସର ବିରୋଧରେ ପ୍ରଦର୍ଶନ କରୁଥିବା ଲୋକମାନେ ପୋଲିସକୁ ଗୋଲାପ ଫୁଲ ଦେଇଥିଲେ ଓ କହିଲେ କି ପୋଲିସ ଯେତେ ପାରୁଛି ସେତେ ଲାଠି ମାରିଦଉ, କିନ୍ତୁ ତାଙ୍କ ସନ୍ଦେଶ ଘୁର୍ଣା ବଦଳରେ ଭଲ ପାଇବା ଅଟେ ।

ୟୁପିରେ ଏହାର ପ୍ରଦର୍ଶନ, ୟୋଗୀ ସମ୍ଭାଳିଲେ ଏହାର ଭାର

ୟୁପିରେ ଏହି ସଂଘର୍ଷ ହୋଇଛି ଯେଉଁଠି ୧୨ଟି ଗଡିକୁ ଜଳେଇଦେଲେ । ହିଂସାରେ ଜେନ ବ୍ୟକ୍ତିର ମ୍ୟୁର୍ତ୍ୟୁ ହୋଇଗଲା । ଲକ୍ଷ୍ନୋ ଓ ସଂଭଲ ରେ ନାଗରିଗତ ଆଇନ ବିଦ୍ରୋହ ରେ ହେଇଥିବା ହିଂସା ଉପରେ ୟୋଗୀ ଆଦିତ୍ୟନାଥ କହିଲେ ଯେଉଁ ଲୋକଙ୍କ ସାର୍ବଜନୀକ ସମତ୍ତି ନଷ୍ଟ ହୋଇଛି, ତାଙ୍କ ଠାରୁ ଏହାର ଆଦାୟ କରାଯିବ ଓ ସିସିଟିଭି ଦ୍ଵାରା ସେହି ଦୋଷୀ ମାନଙ୍କୁ ଧରା ଯିବ । ବିହାରରେ ପଥର ମାଡ ଓ ନିଆଁ ଲଗେଇ ଦେବାର ଘଟଣା ସାମ୍ନାକୁ ଆସୁଛି । ପୋଲିସ ବହୁତ ବିରୋଧ କାରୀଙ୍କୁ ଗିରଫ ମଧ୍ୟ କରିଛି ।

କର୍ଣାଟକର ଅନେକ ସହରରେ ଏହି ନୂଆ ଆଇନର ବିରୋଧ ଚାଲିଛି । ବାଙ୍ଗାଲୁରୁରେ ଏହି ବିରୋଧର ମାତ୍ରା ଅଧିକ ହେବାରୁ ପୋଲିସ ଅଂଶୁ ଗ୍ଯାସର ବାରୁଦ ଛାଡିଲା, ଲାଠି ଚାର୍ଜ କରାଗଲା ଓ ପବନରେ ଗୋଳି ମଧ୍ୟ ଚଳାଇଲା । ଯାହା ଦ୍ଵାରା ଏହି ହିଂସାରେ ଦୁଇ ଜଣକ ମ୍ୟୁର୍ତ୍ୟୁ ମଧ୍ୟ ହୋଇଥିଲା ।

ପଶ୍ଚିମବଙ୍ଗରେ ଗରଜିଲେ ମମତା

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପାଙ୍କ ଚେତାବନୀ ଦେଇକି କହିଲେ କି ସେ ସଂଶୋଧିତ ନାଗରିକତା ଆଇନ ଓ ପ୍ରସ୍ତାବିତ ରାଷ୍ଟ୍ରୀୟ ନାଗରିକ ପଂଜୀ ଉପରେ ସଂଯୁକ୍ତ ରାଷ୍ଟ୍ରର ନିଗରାନୀ ରେ ଜନମତ ସଂଗ୍ରହ କରିବେ ଯଦି ସେ ବ୍ୟାପକ ମତ ହାସିଲ କରିବାରେ ବିଫଳ ରହିବେ ତେବେ ତାଙ୍କୁ ସତ୍ତା ଛାଡିବାକୁ ହିଁ ପଡିବ ।

Leave a Reply

Your email address will not be published. Required fields are marked *