ଏହା କାହାକୁ କହିବା ଆବଶ୍ୟକ ନୁହେଁ ଯେ ଭଗବାନ ଶ୍ରୀ କୃଷ୍ଣଙ୍କ ଳୀଳା କେତେ ମନମୋହିତ ହୋଇ ଥାଏ, ଶ୍ରୀ କୃଷ୍ଣ ନିଜ ଏହି ଲୀଳା ଦ୍ଵାରା କେତେକ ପ୍ରକାର ଅସମ୍ଭବ କାର୍ଯ୍ୟ କରିଛନ୍ତି । କିନ୍ତୁ ଆପଣ ଯେଉଁଠି ବି ଭଗବାନଙ୍କୁ ଦେଖି ଥିବେ ତାଙ୍କ ପାଖରେ ସବୁବେଳେ ଗୋଟେ ଛୋଟ ପ୍ରିୟ ବସ୍ତୁ ଥାଏ, ଯାହାକୁ ସେ ନିଜ ପ୍ରାଣ ଠାରୁ ଅଧିକ ଭଲ ପାଆନ୍ତି । ତାଙ୍କ ବାଂସୁରୀ ଶୁଣି ମଣିଷ କଣ ପଶୁ ମଧ୍ୟ ମନ୍ତ୍ର ମୁଗ୍ଧ ହୋଇ ଯାଉଥିଲେ ।
ବୋଧେ ଆପଣ ଜାଣି ନାହାନ୍ତି ଯେ ଭଗବାନ ଶ୍ରୀ କୃଷ୍ଣଙ୍କର ବାଂସୁରୀରେ ଜୀବନ ସାର ଲୁଚିକି ଅଛି, ତାଙ୍କ ବାଂସୁରୀ ଆମ ମଣିଷକୁ ଶିଖେଇଥାଏ ଯେ ମଣିଷ ଆଚରଣ କେମିତି ହବା ଉଚିତ ଅଟେ ।
ଆଜି ଆମେ ଆପଣ ମାନଙ୍କୁ ଶ୍ରୀ କୃଷ୍ଣ ଠାକୁରଙ୍କ ବଇଁଶି ବିଷୟରେ କହିବାକୁ ଯାଉଛୁ ଯାହା ଠାକୁରଙ୍କୁ ବହୁତ ପ୍ରିୟ ଥିଲା, ଆମ ଏହି କଥା ଦ୍ଵାରା ଆପଣ ନିଜ ଜୀବନରେ ବହୁତ କିଛି ଶିଖିବା ପାଇଁ ପାଇବେ ଏବଂ ଏହା ଦ୍ଵାରା ଆପଣ ବୁଝି ପାରିବେ ଯେ ମଣିଷ ଜୀବନ କେମିତି ବିତେଇବା ଉଚିତ ଅଟେ । ଗୋଟେ ଥର ଶ୍ରୀ କୃଷ୍ଣ ଯମୁନା କୂଳେ ବସି ବଇଁଶି ବଜଉଥିଲେ ଯାହା ସ୍ଵର ଶୁଣି ଗୋପୀମାନେ ତାଙ୍କ ନିକଟକୁ ଆସି ଗଲେ ଏବଂ ସମୟ ଦେଖି ଠାକୁରଙ୍କ ବଇଁଶି ଲୁଚେଇ ଦେଲେ ।
ଏହା ପରେ ଗୋପୀମାନେ ବଇଁଶିକୁ ପଚାରିଲେ ତମେ ଆର ଜନ୍ମରେ ଏମିତି କେଉଁ କାମ କରିଥିଲ ଯାହା ଫଳରେ ଏଇ ଜନ୍ମରେ ତମେ କେଶବଙ୍କ ଗୋଲାପ ପରି ଓଠକୁ ସବୁବେଳେ ସ୍ପର୍ଶ କରୁଛ ଏହା ଶୁଣି ବଇଁଶି ହସିଲେ ଏବଂ କହିଲେ ମୁଁ ଠାକୁରଙ୍କ ପାଖକୁ ଆସିବା ପାଇଁ ବହୁତ ଜନ୍ମ ପ୍ରତୀକ୍ଷା କରିଛି । ବଇଁଶି କହିବାକୁ ଲାଗିଲେ ଜେତବେଳେ ଠାକୁର ତ୍ରେତାଯୁଗ ରେ ଶ୍ରୀ ରାମ ବନବାଶ ଗଲେ ତେବେ ତାଙ୍କ କୂଟିଆ ପାଖରେ ବହୁତ ପ୍ରକାର ସୁଗନ୍ଧିତ ପୁଷ୍ପ ଏବଂ ଫଳ ଗଛ ଥିଲେ ।
ଏହି ଗଛଙ୍କ ମଧ୍ୟରେ ମୁଁ ବହୁତ କଠୋର ଥିଲି ତେବେ ମଧ୍ୟ ଠାକୁର ମତେ ସମସ୍ତଙ୍କ ସମାନ ଭଲ ପାଇବା ଦେଲେ ମୋ ଜୀବନରେ ପ୍ରଥମ ଥର ପାଇଁ କେହି ମତେ ଏତେ ଭଲ ପାଇ ଥିଲା ଏହା ପରେ ମୁଁ ନିଶ୍ଚୟ କଲି ମୁଁ ସଦେବ ଠାକୁରଙ୍କ ସହ ରହିବି । ଶ୍ରୀ ରାମ ନିଜ ମରଜାଦା ରେ ବନ୍ଧା ହୋଇ ଥିଲେ ସେଥିପାଇଁ ସେ ମତେ ବଚନ ଦେଇ ଥିଲେ ଯେ ସେ ନିଜ କୃଷ୍ଣ ରୂପ ଜନ୍ମ ରେ ମତେ ସବୁବେଳେ ନିଜ ସହ ରଖିବେ । ବଇଁଶି ଆମ ସମସ୍ତଙ୍କୁ ବହୁତ ଭଲ କଥା ଶିଖେଇ ଛନ୍ତି ଯେ ସବୁବେଳେ ମିଠା କଥା କୁହ କାହା ମନକୁ କଷ୍ଟ ହେଲା ଭଳି କଥା କୁହ ନାହିଁ ।