କେବେ ଖାଲି ପେଟରେ ରାତି ବିତେଇଥିବା ଓ ଗୁପଚୁପ ବିକୁଥିବା ଏହି ଖେଳାଳି ଆଜି IPL ରେ ୨.୪ କୋଟିରେ କିଣା ହୋଇଛନ୍ତି

IPL ୨୦୨୦ ନିଲାମିରେ ଏକ ଏମିତିଆ ଖେଳାଳି ଉପରେ ୨ କୋଟି ୪୦ ଲକ୍ଷ ଧନ ବର୍ଷା ହୋଇଛି, ଯିଏ କେବେ ଖାଲି ପେଟରେ ରାତି ବିତେଇଛନ୍ତି ଆଉ ଗୁପଚୁପ ମଧ୍ୟ ବିକିଛନ୍ତି । ଯଶସ୍ୱୀ ଜୟସୱାଲ ନାମକ ୧୭ ବର୍ଷୀୟ ୟୁବା କ୍ରିକେଟରଙ୍କୁ ରାଜସ୍ଥାନ ରାୟଲ୍ସ ଗୁରୁବାର କୋଲକାତା ନିଲାମିରେ କିଣା ହୋଇଛନ୍ତି । ଯଶସ୍ୱୀ ଜୟସୱାଲଙ୍କ ପାଇଁ ଏହି ୨ କୋଟି ୪୦ ଲକ୍ଷ ଗୋଟେ ସପ୍ନ ପରି । ଚଲାନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ ।

ଯିଏ ଆଗରୁ ମୁମ୍ବାଇରେ ରହୁଥିବା ସମୟରେ ନିଜ ଆଖିର ଲୁହରେ ନିଜ ତକିଆ ଭିଜଉଥିଲେ, ତାଙ୍କ ଆଖିରେ ଆଜି ଖୁସିର ଲୁହ ଆସୁଛି ।


IPL ୨୦୨୦ ର ୧୩ ନମ୍ବର ସିଜନ ଯଶସ୍ୱୀ ଜୟସୱାଲଙ୍କ ପାଇଁ ଭାଗ୍ୟ ବଦଳେଇ ଦେଇପାରେ । ଏହି IPL ସିଜନ ଯଶସ୍ୱୀ ଜୟସୱାଲଙ୍କ ପାଇଁ କେବଳ ତାଙ୍କ ଭାଗ୍ୟ ନୁହେଁ ଇଣ୍ଡିଆନ ଟିମର କବାଟ ମଧ୍ୟ ତାଙ୍କ ଖୋଲିପାରେ । ଭାରତୀୟ ଟିମରେ ଖେଳିବାର ସୁପ୍ନ ନେଇ ଆସିଥିବା ଜୟସୱାଲ ମୂଳ ରୂପରେ ଭଦୋହୀ (ଉତ୍ତର ପ୍ରଦେଶ) ର ବାସିନ୍ଦା ଅଟନ୍ତି । ତାଙ୍କ ବାପାଙ୍କ ଏକ ଛୋଟ ଦୋକାନ ଥିଲା ଯାହା ଦ୍ଵାରା ସେ ବହୁତ କଷ୍ଟରେ ତାଙ୍କ ପରିବାରକୁ ଚାଳଉଥିଲେ ।


ଯେବେ ଯଶସ୍ୱୀଙ୍କୁ ୧୧ ବର୍ଷ ହୋଇଥିଲା ତେବେ ସେ ମୁମ୍ବାଇରେ ରହୁଥିବା ତାଙ୍କ ଦାଦାଙ୍କ ପାଖରେ ରହିବାକୁ ଆସିଥିଲେ ଯାହା ଦ୍ଵାରା ସେ ତାଙ୍କ ସ୍ଵପ୍ନ ସାକାର କରିପାରିବେ । ତାଙ୍କ ଦାଦାଙ୍କ ଘର ଏତେ ବଡ ବି ନଥିଲା କି ସେଠି ୧୧ ବର୍ଷର ଯଶସ୍ୱୀ ଶୋଇପାରିବ । ତାପରେ ତାର ନୂଆ ଠିକଣ କାଲ୍ବାଦେୱୀ ଡେଯରୀ ହେଲା, ଯେଉଁଠି ସେ କାମ କରୁଥିଲା ଓ କ୍ରିକେଟ ଖେଳିବା ପରେ ଶୋଇଯାଉଥିଲା । ଏହା ପରେ ତାକୁ ସେଠୁ ଏଥିପାଇଁ ବାହାର କରିଦିଅ ଯାଇଥିଲା, କାରଣ ସେ କ୍ରିକେଟ ଖେଳିକି ଆସିବା ପରେ ସିଧା ଶୋଇଯାଉଥିଲା ।


ଯଶସ୍ୱୀ ସେଠୁ ଆସିବା ପରେ ସିଧା ଅଜାନ୍ଦ ମେଦାନ ଗଲା । ସେଠି ତାକୁ ଗୋଟେ ମୁସଲିମ କ୍ଲବ ଟେଣ୍ଟ ରହିବାକୁ ଦେଇଦେଲେ । ଯଶସ୍ୱୀ ସେଠି ବହୁତ ଅସୁବିଧାରେ ରହୁଥିଲା, କିନ୍ତୁ ସେ ବା କଣ କରିବ ତାକୁ ତାର ସ୍ଵପ୍ନ ପୁରା କରିବାର ଥିଲା। ଯଶସ୍ୱୀ ସେଠି କେମିତି ରହୁଥିଲା ତାହା ତାଙ୍କ ପରିବାର ଲୋକ ଜାଣିନଥିଲେ ।

ନିଜ ସ୍ଵପ୍ନ ପୁରା କରିବା ପାଇଁ ଗୁପଚୁପ ବିକ୍ରି କରିଲେ

ମୁମ୍ବାଇରେ ରହି ଚଳିବା ଏତେ ସହଜ ନୁହେଁ ଏଠି ପାଇଁ ବହୁତ କଷ୍ଟ ଦରକାର ତ ଯଶସ୍ୱୀ ତାଙ୍କ ଗୁଜୁରାଣ ମେଣ୍ଟେବା ପାଇଁ ଗୁପଚୁପ ବିକିବା ଆରମ୍ଭ କରିଦେଲେ । ସେହି ଗୁପ ଚୁପ ବିକ୍ରିରୁ ମଧ୍ୟ ତାଙ୍କ ଅଭାବ ପୂର୍ଣ୍ଣ ହେଉନଥିଲା । ସେଥିପାଇଁ ସେ ବହୁତ ରାତି ଉପାସ ଶୋଇଛନ୍ତି । ସେ ଗୁପଚୁପ ବିକୁଥିବା ସମୟରେ ତାଙ୍କ ପାଖକୁ ତାଙ୍କ ସହ ଖେଳୁଥିବା ଖେଳାଳି ମାନେ ମଧ୍ୟ ତାଙ୍କ ପାଖରୁ ଗୁପବ୍ହୁପ ଖାଉଥିଲେ । ଏହି କଥା ପାଇଁ ତାଙ୍କୁ ମଧ୍ୟ ବହୁତ ଲାଜ ମାଡୁଥିଲା କିନ୍ତୁ ସେ ଏହାକୁ ନିଜର ଅଭାବ ମାନିକି ନିଜ କ୍ରିକେଟ ଓ କାମ ଉପରେ ଧ୍ୟାନ ଦଉଥିଲେ । ସେ କହୁଥିଲେ ସେଠି ଏତେ ଅସୁବିଧାରେ ରହୁଥିବାରୁ ତାଙ୍କୁ ତାଙ୍କ ଘରର ମନ ପଡୁଥିଲା ଓ ସେ ଦିନେ ଦିନେ ରାତିରେ କାନ୍ଦି କାନ୍ଦି ଶୋଇପଡୁଥିଲେ ।

ଯଶସ୍ୱୀ ଗୋଟେ ଇଣ୍ଟରଭିଉ ଦ୍ଵାରା କହୁଥିଲେ କି ମୁସ୍ଲିମ ଯୂନାଇଟେଡ କ୍ଲବ ଟେଣ୍ଟରେ ରହୁଥିବା ସମୟରେ ସେ ନିଜେ ନିଜ ଖାଦ୍ୟ ବନଉଥିଲେ । ସେହି ଟେଣ୍ଟରେ ନା ଲାଇଟ ଥିଲା ନା ଟଇଲେଟ ଥିଲା । ସେଠି ସେ ବହୁତ କଷ୍ଟରେ ରହୁଥିଲେ ।
ସେ ଦିନେ ଆଜାନ୍ଦ କ୍ରିକେଟ ଗ୍ରାଉନ୍ଡରେ ଖେଳୁଥିବା ସମୟରେ ତାଙ୍କ ପ୍ରତିଭାକୁ ଜଣେ ଜ୍ଵାଲା ସିଂହ ନାମକ କୋଚ ଜାଣିପାରିଥିଲେ । ଜ୍ଵାଲା ଭାବିଲେ ଏହି ପିଲାଟି ପାଖରେ ବହୁତ ଭଲ ପ୍ରତିଭା ଅଛି ତାକୁ ଖାଲି ଭଲ କୋଚିଙ୍ଗର ଆବଶ୍ୟକତା ଅଛି ଯାହା ତା ପାଖରେ ନାହିଁ । ଯଶସ୍ୱୀର ପ୍ରତିଭା ପୂର୍ବ କପ୍ତାନ ଦିଲୀପ ୱେଂଗସରକାର ଜାଣିପାରି ତାକୁ ଅଂଡର-14 ରେ  ଖେଳିବା ପାଇଁ ଇଂଲଣ୍ଡ ନେଇଯାଇଥିଲା । ସେଠି ଯଶସ୍ୱୀ ୨୦୦ ମାରିକି ଉପହାରରେ ୧୦ ହଜାର ପାଉଣ୍ଡ ଜିତିଥିଲେ । ଏହାପରେ  ମୁମ୍ବାଇ କ୍ରିକେଟ ଟୀମର ଅଂଡର-19 ର କୋଚ ସତୀଶ ସାମନ୍ତ ଯଶସ୍ୱୀର ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଯଶସ୍ୱୀ ୧୧ ବର୍ଷରେ ମୁମ୍ବାଇ ଆସିଥିଲେ ଆଉ ଏବେ ୬ ବର୍ଷର କଠିନ ପରିଶ୍ରମରେ ତାଙ୍କ ସ୍ଵପ୍ନ ସାକାର ହେବାରେ ଲାଗିଛି । ତାଙ୍କୁ ଶ୍ରୀଲଙ୍କା ଟୁରରେ ଇଣ୍ଡିଆ A ଟିମ ତରଫରୁ  ସୁଯୋଗ ମିଳିଥିଲା ଖେଳିବାକୁ, ଯଶସ୍ୱୀ ଏହି ସୁଯୋଗର ଭରପୁର ଫାଇଦା ଉଠେଇଛନ୍ତି । ସେ ସେହି ଶ୍ରୀଲଙ୍କା ଟୁରରେ ସର୍ବାଧିକ ରନ କରିବା ସହିତ ଫାଇନାଲରେ ଏକ ଶତକ ସହିତ ଟିମ ଇଣ୍ଡିଆ A କୁ ଷଷ୍ଟ ଥର ପାଇଁ ବିଜେତା କରିଥିଲେ । ଯଶସ୍ୱୀଙ୍କୁ ମଧ୍ୟ ଫାଇନାଲ ମ୍ୟାଚର ‘ମ୍ୟାନ ଅଫ ଦି ମ୍ୟାଚ’ ପୁରସ୍କାର ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *