ଚାହୁଁ ଚାହୁଁ ସୃଷ୍ଟି ହେଲା ଘାଇ, କିଛି ଭାବିବା ଆଗରୁ ମାଡି ଆସିଲା ପାଣି ! ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସାରା ରାଜ୍ୟ ରେ ଲଗାଣ ବର୍ଷା କାରଣରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଯାହା ପାଇଁ ତଳିଆ ଓ ପାହାଡିଆ ଅଞ୍ଚଳ ରେ ଥିବା ଲୋକ ମାନେ ନାହି ନ ଥିବା ସମସ୍ୟାର ସମୁଖିନ୍ନ ହେଉଛନ୍ତି । ବନ୍ୟା ପାଣି ଗାଁ ଗାଁ ରେ ପଶି ଲୋକ ମାନଙ୍କ ଘରେ ମଧ୍ୟ ପଶି ଯାଇଛି । ଯାହା ପାଇଁ ଗରିବ ଲୋକ ମାନେ ଭୋକ ଉପାସରେ ଦିନ କାଟୁଛନ୍ତି । ବନ୍ୟା ପାଣିରେ କାହାର ଘର ବୁଡି ଯାଇଛି ତ ଆଉ କାହାର ରୋଷେଇ ଚୁଲି ଭାଙ୍ଗି ପାଣିରେ ଭାସି ଯାଇଛି । ଏହି ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କାରଣରୁ ବର୍ଷା ପ୍ରବଳ ରୁ ଅତି ପ୍ରବଳ ହେବାରେ ଲାଗିଛି । ଯାହା ପାଇଁ ସବୁ ରାଜ୍ୟ ରେ ବନ୍ୟା ସ୍ଥିତି ପାଇଁ ଭୟର ବାତାବରଣ ସୃଷ୍ଟି କରିଛି । ବର୍ତ୍ତମାନ ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଭୟଭୀତ କରିବେ । ଆପଣ ମାନେ ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ କିଭଳି ଚାହୁଁ ଚାହୁଁ ଫାଟି ଯାଉଛି ରାସ୍ତା । ଦେଖୁ ଦେଖୁ ସୃଷ୍ଟି ହୋଇ ଯାଇଛି ଘାଇ । ଲୋକ ମାନେ କିଛି ଭାବିବା ବିଚାର କରିବା ଅଗାରୁ ମାଡି ଆସୁଛି ବନ୍ୟା ପାଣି ।

ଏହା କେଉଁ ଫିଲ୍ମ ର ଦୃଶ୍ୟ ନୁହେଁ ଦର୍ଶକ ବନ୍ଧୁ ଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂପୁର ଜିଲ୍ଲା କୁଜଙ୍ଗ ବ୍ଲକ କାଠକୋଟ ପଞ୍ଚାୟତ ପାଇକା ନଦୀ ଅଞ୍ଚଳ ର । ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ମନରେ ବି ନିଶ୍ଚୟ ଭୟ ସଂଚାର ହେବ । ସତେ ଯେମିତି ମାଳିକା ବଚନ ସତ ହେଉଛି ଏହି ଦୃଶ୍ୟ ଦେଖିଲେ ସେଭଳି ମାନେ ହେଉଛି । ଯୁଆଡେ ଆଖି ବୁଲାଇବେ ସବୁ ଆଡେ ପାଣି । ଚାରି ଆଡେ ଯେପରି ହାହାକାର ଦେଖା ଯାଉଛି ।

ବନ୍ୟା ପାଣି ପଶି ଆସିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡି ତ ଆଉ କେଉଁଠି ଭୋକ ଉପାସରେ ଦିନ ରାତି କାଟୁଛନ୍ତି ବନ୍ୟା ବିପପନ୍ନ । ସେମାନଙ୍କ ପାଖରେ ପହଞ୍ଚି ପାରି ନାହି ପ୍ରସାଶନ । ତଳିଆ ଅଞ୍ଚଳରେ ବନ୍ୟା ପାଣି କମି ନ ଥିବା ବେଳେ ଆଗକୁ ଆସୁଛି ଆଉ ଏକ ବଡ ବର୍ଷା । ଆଗକୁ କେଉଁ ଭଳି ସ୍ଥିତି ରହିବ ତାକୁ ନେଇ ଲୋକ ମାନଙ୍କ ମନରେ ପ୍ରଶ୍ନ ଉଠୁଛି ।

ବନ୍ୟା ପାଣି ପସିବାରୁ ଯେଉଁଠି ଦେଖି ସେଠାରେ ଖାଲି ଘାଇ ସୃଷ୍ଟି ହେଉଛି ଯାହା ପାଇଁ ଲୋକ ମାନଙ୍କର ଘର ଦ୍ଵାରା ବୁଡିବା ସହ ଚାଷ ଜମି ମଧ୍ୟ ବୁଡି ଯାଇଛି ଯାହା ଫଳରେ ଫସଲ ସବୁ ନଷ୍ଟ ହୋଇ ଯାଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *