ଚୀନରୁ ବିଦା ହେଉଛି କରୋନା- ୧୦ଟି ମୁଖ୍ୟ ପ୍ରସଙ୍ଗରୁ ଜାଣନ୍ତୁ କେମିତି ପାଇଲା ଚୀନ ଏହା ଉପରେ କାବୁ

ଆପଣ ଜାଣିଥିବେ ସମଗ୍ର ପୃଥିବୀର ଜନତା ଏବେ କାରୋନାର ଆତଙ୍କରେ ଆତଙ୍କିତ । ସର୍ବ ପ୍ରଥମେ ଚୀନ ଏହି ରୋଗର ପ୍ରଭାବରେ ଅଧିକ ପ୍ରଭାବିତ ହୋଇଥିଲା କିନ୍ତୁ ଗତ କାଲିର ଆକଳନ ଅନୁସାରେ ବୁହାନରେ କେବଳ ଗୋଟିଏ ମାମଲା ସମ୍ମୁଖକୁ ଆସିଛି । ଏଥିରୁ ଏହା ପ୍ରମାଣିତ ହେଉଛି ଯେ ଚୀନ ଏହି ମରଣାତ୍ମକ ରୋଗ ଉପରେ କାବୁ ପାଇପାରିଛି । ତେବେ ଆସନ୍ତୁ ଜାଣିବା ଚୀନ କିପରି ଏହି କାର୍ଯ୍ୟରେ ସଫଳ ହେଇ ପାରିଛି ।

ଯେମିତି ଚୀନ ଜାଣିପାରିଲା ଯେ ବୁହାନ ସହରରେ କାରୋନା ପରି ଭୟାନକ ବିମାରୀ ଖେଳି ଯାଇଛି, ଚୀନ ସରକାର ଏହି ସହରକୁ ସମ୍ପୂର୍ଣ ଚୀନ ଠାରୁ ଅଲଗା କରିଦେଇଛନ୍ତି ।

ଏହି ସହରରେ ସମସ୍ତ ପ୍ରକାର ଯାତାୟାତ ଉପରେ କଟକଣା ଲଗାଇ ଦେଇଛନ୍ତି । ଏହା ସହ ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା ଲଗାଇ ଦିଆଯାଇଛି । ଏହା ପରେ ସଂକ୍ରମଣକୁ ରୋକିବା ପାଇଁ ସାନିଟାଇଜର ଛିଞ୍ଚା ଯାଇଛି ।

ଚୀନ ସରକାର ପୋଲିସର ସହାୟତାରେ କାରୋନା ଭୂତାଣୁକୁ ନେଇ ଅନଲାଇନ ବା ଅଫଲାଇନ ଚର୍ଚା ଉପରେ ପ୍ରବନ୍ଧ ଲଗେଇ ଦେଇଛନ୍ତି । ଏପରି କରିବା ଦ୍ଵାରା କାରୋନାକୁ ନେଇ ଲୋକଙ୍କ ମଧ୍ୟରେ ଗୁଜବ ବୃଦ୍ଧି ହେବ ନାହିଁ ।

ଚୀନ ପ୍ରଶାସନ ସମସ୍ତ ଖାଲି ସ୍ଥାନକୁ ଡାକ୍ତରଖାନାରେ ପରିଣତ କରିବା ସହ ସମସ୍ତ ଜିମ ଓ ଷ୍ଟାଡିୟମକୁ ମଧ୍ୟ ଅସ୍ଥାୟୀ ଡାକ୍ତରଖାନାରେ ପରିଣତ କରିଛନ୍ତି ।

ଦେଶର ସମସ୍ତ ସ୍କୁଲ ଓ କଲେଜ କୁ ବନ୍ଦ କରିଦେବା ସହ ସମସ୍ତ ଜନ ଗହଳି ପୂର୍ଣ ସ୍ଥାନ ଯଥା ସିନେମା ହଲ, ମଲ ଇତ୍ୟାଦିକୁ ମଧ୍ୟ ବନ୍ଦ କରିଦେଇଛନ୍ତି ।

ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାତା-ରାତି ୧,୦୦୦ ଶଯ୍ୟା କ୍ଷମତା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରିଦିଆଗଲା । କେବଳ ହୁବେଇ ପ୍ରାନ୍ତରେ ଏକ ଡଜନରୁ ଅଧିକ ଡାକ୍ତରଖାନା ନିର୍ମାଣ କରି ଦିଆ ଗଲା ।

ଚୀନର ୨୮ଟି ପ୍ରାନ୍ତରେ ଯାତ୍ରୀ ପରିବାହ ବନ୍ଦ କରିଦିଆଗଲା । ୨୦୦ରୁ ଅଧିକ ସହରରେ ସର୍ବଜାନିକ ପରିବହନ ବ୍ୟବସ୍ଥା ବନ୍ଦ କରି ଦିଆଗଲା । ଏହା ବ୍ଯତୀତ ରେଳ ପରିବାହନ ମଧ୍ୟ ବନ୍ଦ କରି ଦିଆଗଲା ।

ମାଲବାହୀ ଜାନ ଓ ଜାହାଜ ଉପରେ ଅଧିକ ପ୍ରଭାବିତ ସହରରେ ପରିବହନ ପାଇଁ ପ୍ରବନ୍ଧ ଲଗାଇ ଦିଆଗଲା ।

ଚୀନରେ ସ୍ୱାସ୍ଥ୍ୟ ସଙ୍କେତ ନାମକ ପ୍ରଣାଳୀ ପ୍ରସ୍ତୁତ କରିଦିଆଗଲା । ଏଥିରେ ନାଲି, ହଳଦିଆ ଓ ସବୁଜ ରଙ୍ଗର ତିନୋଟି ସଙ୍କେତ ପ୍ରୟୋଗ କରାଯାଇଛି । ସମସ୍ତ ଲୋକଙ୍କୁ ସେମାନଙ୍କ ଯାତ୍ରା ରେକଡ ମୁତାବକ ରଙ୍ଗର ସଙ୍କେତ ଦିଆଗଲା ।

ଅବସ୍ଥା ସୁଧୁରିବା ପରେ ମଧ୍ୟ ପ୍ରତ୍ୟକ ପରିବାରରୁ କେବଳ ଜଣଙ୍କୁ  ବାହାରକୁ ବାହାରିବାର ଅନୁମତି ଥିଲା ।

ତେଣୁ ଆମ ଦେଶରେ ଏହାକୁ ରୋକିବା ପାଇଁ ମଧ୍ୟ ଆପଣମାନଙ୍କୁ ସତର୍କ ରହିବା ଦରକାର । ସରକାର କରୁଥିବା ସମସ୍ତ ନିୟମକୁ ପାଳନ କରନ୍ତୁ । ନିଜ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *