ଏହି ଉପାୟରେ ମଜଭୁତ କରନ୍ତୁ ନିଜର ରୋଗପ୍ରତିରୋଧକ ଶକ୍ତି- ନିଶ୍ଚୟ ଜାଣନ୍ତୁ

ସମଗ୍ର ଦୁନିଆରେ ଏବେ କାରୋନା ଭୁତାଣୁର ଆତଙ୍କ ଖେଳି ଯାଇଛି । କାରୋନା ଭୂତାଣୁର କବଳରେ ଏବେ ସମଗ୍ର ପୃଥିବୀ । ଏହି ଭୁତାଣୁର କବଳରୁ ଭାରତ ମଧ୍ୟ ବାଦ ପଡି ନାହିଁ । ଭାରତରେ ଏବେ କାରୋନା ରୋଗୀଙ୍କ ସଂଖ୍ୟା ୫୦୮ ପର୍ଯ୍ୟନ୍ତ ପହଞ୍ଚି ଗଲାଣି । ଏବେ ପର୍ଯ୍ୟନ୍ତ ଏହାର ଭ୍ୟାକସିନ ନିର୍ମିତ ହେଇ ପାରିନାହିଁ, ତେଣୁ ଆମକୁ ଏହା କବଳରୁ ବଞ୍ଚିବା ପାଇଁ ନିଜ ଶରୀରକୁ ଭିତରୁ ମଜବୁତ କରିବାକୁ ପଡିବ ।

ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ ଯାହାଦ୍ୱାରା ଆପଣ ନିଜର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ କିଛି ଖାସ ।

· ଶରୀରର ଓଜନ ବୃଦ୍ଧି ହେଉଥିବା ଲୋକଙ୍କୁ ସଂକ୍ରମଣର ଅଧିକ ଭୟ ରହିଥାଏ । ଏହି ସମୟରେ ବାହାରର ତେଲଯୁକ୍ତ ଖାଦ୍ୟ ଓ ହେଲଦି ଖାଦ୍ୟ ଗ୍ରହଣ କରିବା ପରିବର୍ତ୍ତେ ପୃଷ୍ଟିକର ଖାଦ୍ୟ ଗ୍ରହଣ କରିବା ଉଚିତ ।

· ନିଜର ସମଗ୍ର ଦିନର ଥକାପଣ ଦୂରକରିବା ପାଇଁ ମନ ଖୋଲି ହସିବା ଦରକାର । ନିଜ ପାଇଁ ସମୟ ବାହାର କରି ନିଜକୁ ପ୍ରସନ୍ନ ରଖନ୍ତୁ ।

· ମନକୁ ଶାନ୍ତ ରଖନ୍ତୁ । ମଜାକିଆ ବନ୍ଧୁଙ୍କ ସହ ରୁହନ୍ତୁ ଏବଂ ସର୍ବଦା ଯୁକ୍ତ ଚିନ୍ତାଧାରା ରଖନ୍ତୁ । କୌଣସି କାରଣରୁ ଦୁଃଖୀ ରହିବା ପରିବର୍ତ୍ତେ ସକାରାତ୍ମକ ଚିନ୍ତାଧାରା ଦ୍ଵାରା ଏହାର ସମାଧାନ କରନ୍ତୁ ।

· ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ପାଇଁ ନିୟମିତ ଭାବେ ଫଳ ଓ ପରିବା ଭୋଜନ ରୂପେ ଗ୍ରହଣ କରନ୍ତୁ । କିନ୍ତୁ ଏହି ଭୁତାଣୁର ସଂକ୍ରମଣ କାରଣରୁ ଏସବୁକୁ ଭଲ ଭାବେ ସିଝାଇ ଖାଆନ୍ତୁ । ଏହା ସହ ଡାଲି ସେବନ କରନ୍ତୁ ।

· ପ୍ରତିଦିନ ୭-୮ ଘଣ୍ଟା ନିଦ୍ରା ଗ୍ରହଣ କରନ୍ତୁ । ଏହା ଆପଣଙ୍କ ଠକାପଣ ଦୂର କରିବା ସହ ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

· ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପ୍ରତିଦିନ ସୁସ୍ଥ ପବନରେ ୩୦ ମିନିଟ ବ୍ୟାୟାମ ବା ଯୋଗ କରିବା ଉଚିତ । ଏଥିରେ ରୋଗପ୍ରତିରୋଧକ ଶକ୍ତି ବଢିବା ସହ ଶରୀରରେ ଫୁର୍ତି ଦେଖାଯାଇଥାଏ ।

ତେବେ ଯଦି ଆପଣ ମଧ୍ୟ ରହିବାକୁ ଚାହୁଁଛନ୍ତି ଫୁର୍ତି ଓ ମଜବୁତ ତେବେ ଏହି ସବୁ ଉପାୟ ନିଶ୍ଚୟ ଆପଣାଇ ଦେଖନ୍ତୁ । ଏହା ବ୍ୟତୀତ ନିଜ ସ୍ଵଚ୍ଛତା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଏବଂ ବର୍ତ୍ତମାନ ଏହି କରୋନା ମୁକାବିଲା କରିବା ପାଇଁ ଯଥା ସମ୍ଭବ ଘରେ ରୁହନ୍ତୁ ।

Leave a Reply

Your email address will not be published. Required fields are marked *