୫ ବର୍ଷ ଆଗରୁ ବିଲ ଗେଟ୍ସ କହିଥିଲେ, ଦୁନିଆ କୌଣସି ପ୍ରକାର ମହାମାରୀକୁ ରୋକିବା ପାଇଁ ପ୍ରସ୍ତୁତ ନାହିଁ

କରୋନା ଦ୍ଵାରା ପୁରା ଦୁନିଆ ଆତଙ୍କ ରେ ଅଛି, ଏପର୍ଯ୍ୟନ୍ତ କରୋନା ଦ୍ଵାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢି ଯାଇ ୩,୮୧,୭୪୪ ହୋଇଯାଇଛି, ତେବେ ମୃତ୍ୟୁ ପାଇଥିବା ଲୋକଙ୍କ ସଂଖ୍ୟା ୧୬,୫୦୦ ପର୍ଯ୍ୟନ୍ତ ପହଞ୍ଚି ଗଲାଣି, କୋରୋନା ସବୁଠାରୁ ଯେଉଁ ଦେଶରେ ଆତଙ୍କ କରିଛି ତାହା ଚୀନ, ଇଟାଲୀ, ସ୍ପେନ ଓ ଆମେରିକା ଅଟେ । ଇଟାଲୀ ରେ ଏପର୍ଯ୍ୟନ୍ତ ୬ହଜାର ଲୋକ କରୋନା ଭାଇରସ ସଂକ୍ରମଣ ଦ୍ଵାରା ମୃତ୍ୟୁ ବରଣ କରିଛନ୍ତି, ଯାହା ବହୁତ ଦୁଃଖ ର ବିଷୟ ।

କରୋନାର କେନ୍ଦ୍ର ଚୀନ ଦେଶ ବୁହାନ ଜାଗା ବୋଲି କୁହା ଯାଇଛି, ବୁହାନ ଖବର ଅନୁଯାଇ କୋରୋନାର ନୂଆ ସଂକ୍ରମଣ ବୁହାନ ରେ ଏବେ ପର୍ଯ୍ୟନ୍ତ ଦେଖିବାକୁ ମିଳି ନାହିଁ ।

କରୋନା ଭଳି ମହାମାରୀ ଆଗରୁ ଦୁନିଆକୁ ହଲେଇ ଦେଇଛନ୍ତି, ୨୦୧୪ ରେ ସଂକ୍ରମିତ ଗୋଟେ ମହାମାରୀ ଯାହା ନା ଇବୋଲା ଥିଲା ଦୁନିଆକୁ ବହୁତ ଆତଙ୍କିତ କରିଥିଲା କେବଳ ଦୁଇ ବର୍ଷ ରେ ଇବୋଲା ଦ୍ଵାରା ୧୧,୦୦୦ ଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲେ । କରୋନା ଭାଇରସ କିଛି ଦିନ ଭିତରେ ଇବୋଲା ଠାରୁ ଅଧିକ ଆତଙ୍କ ବ୍ୟାପ୍ତ କରି ସାରିଲାଣି, ଗୋଟେ ଆୟୋଜନ ରେ ବିଲ ଗେଟ୍ସ କହିଥିଲେ ଆମ ଦୁନିଆ କୌଣସି ନୂଆ ଭାଇରସ ପାଇଁ ଏବେ ରେଡି ନାହିଁ, ସେ ଏହା ମଧ୍ୟ କହିଥିଲେ ଯେ ଇବୋଲା ପରେ ଦୁନିଆକୁ ସ୍ୱାସ୍ଥ୍ୟ ସୁବିଧା ଉପରେ ବିଶେଷ ଧ୍ୟାନ ଦବା ଆବଶ୍ୟକ ଅଟେ କିନ୍ତୁ ଏହା ହେଲା ନାହିଁ ।

ବିଲ ଗେଟ୍ସ ଆଗକୁ ଏହା ମଧ୍ୟ କହିଥିଲେ ଯେ ଛୋଟବେଳେ ତାଙ୍କୁ ପରମାଣୁ ବମ ଦ୍ଵାରା ଡର ଲାଗୁଥିଲା ସେଥିପାଇଁ ତାଙ୍କ ଘର ଲୋକ ତାଙ୍କୁ ବେରଲ ବେସମେଣ୍ଟ ରେ ରଖୁଥିଲେ କିନ୍ତୁ ବଡ ହେଲା ପରେ ତାଙ୍କୁ ଏହା ଅନୁଭବ ହେଲା ଯେ ମଣିଷ ଯୁଦ୍ଧ ଦ୍ଵାରା ସମାପ୍ତ ହୋଇବେ ନାହିଁ ତେବେ ମଣିଷ ଏହି ଭଳି ଭୟଙ୍କର ଭାଇରସ ଗୁଡିକ ଦ୍ଵାରା ସମାପ୍ତ ହୋଇଯିବେ ।

ଭିଡିଓରେ ବିଲ ଗେଟ୍ସ କହିଥିଲେ ଦୁନିଆରେ ସବୁଠାରୁ ଅଧିକ ଖର୍ଚ ପରମାଣୁ ବମ ତିଆରି କରିବାରେ ଲାଗିଛି, କିନ୍ତୁ ତାଙ୍କ ଅନୁଯାଇ ଟଙ୍କା ଖର୍ଚ ଏହି ଭଳି ଭୟଙ୍କର ମହାମାରୀ ଠାରୁ ଲୋକଙ୍କୁ ବଞ୍ଚେଇବା କରିବା ଉଚିତ ଅଟେ । ଇବୋଲା ଭଳି ମହାମାରୀ ଠାରୁ ଲୋକଙ୍କୁ କିଛି ଶିଖିବା ଉଚିତ ଅଟେ, ଭିଡିଓ ରେ ବିଲ ଗେଟ୍ସ କିଛି ନୂଆ ଭାଇରସ ବିଷୟରେ ମଧ୍ୟ ସଂକେତ ଦେଇଥିଲେ, ସେ ଏହା ମଧ୍ୟ କହିଥିଲେ ଯେ ନୂଆ ଭାଇରସ ଇବୋଲା ଠାରୁ ଅଧିକ ଭୟଙ୍କର ହବ ।

Leave a Reply

Your email address will not be published. Required fields are marked *