କରୋନାର ୨ୟ ସ୍ତରରେ ଭାରତ- ଜାଣନ୍ତୁ ଏହାର ସମସ୍ତ ସ୍ତର ବିଷୟରେ, କେମିତି ଏହା ହୁଏ ପ୍ରସାରିତ

ସମଗ୍ର ଦୁନିଆ ସହିତ ଭାରତରେ ମଧ୍ୟ କାରୋନା ନିଜର କାୟା ବିସ୍ତାର କରି ସାରିଛି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । କିନ୍ତୁ ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତରେ କାରୋନା ନିୟନ୍ତ୍ରଣରେ ରହିଛି ଏବଂ ଏବେ ପର୍ଯ୍ୟନ୍ତ ସମଗ୍ର ଦେଶରେ ୫୧୧ ରୁ ଅଧିକ ମାମଲା ଲୋକ ଲୋଚନାକୁ ଆସି ସାରିଛି । ଭାରତ ସରକାର ତରଫରୁ ଲୋକଙ୍କୁ ଏଥିପ୍ରତି ସଚେତନ କରାଯାଉଛି । ଏହି ରୋଗ ବ୍ୟାପିବାକୁ ରୋକିବା ପାଇଁ ଅନେକ ତୃଣମୂଳ ପଦକ୍ଷେପ ନିଆଯାଉଛି ।

ଏହି କରୋନା ଭୂତାଣୁକୁ ୪ଟି ସ୍ତରରେ ବଣ୍ଟନ କରାଯାଇଛି ଏବଂ ଭାରତ ଏବେ ୨ୟ ସ୍ତରରେ ଗତି କରୁଛି । ଆଜି ଆମେ ଆପଣଙ୍କୁ ଏହି ୪ଟି ସ୍ତର ବିଷୟରେ ଅବଗତ କରାଇବୁ ।

ପ୍ରଥମ ସ୍ତର – ବିଦେଶରୁ ଆସିଥିବା ସଂକ୍ରମିତ:-

ଏହି ସ୍ତରରେ ସେହି ଲୋକଙ୍କୁ ରଖାଯାଇଛି ଯେଉଁମାନେ ବିଦେଶକୁ ଯାତ୍ରା କରିଛନ୍ତି । ବିଶେଷ କରି ସେହି ଲୋକମାନେ ଯେଉଁ ମାନେ କରୋନା ପ୍ରଭାବିତ ରାଷ୍ଟ୍ରରୁ ଆସିଛନ୍ତି ବା ସେଠାକୁ ଯାତ୍ରା କରିଛନ୍ତି ।

୨ୟ ସ୍ତର – ସ୍ଥାନୀୟ ବିସ୍ତାରିତ :-

୨ୟ ସ୍ତରରେ ସେହି ଲୋକଙ୍କୁ ରଖାଯାଇଛି ଯେଉଁମାନେ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଏହି ଲୋକମାନେ ସଂକ୍ରମିତ ବ୍ୟକ୍ତିର ପରିବାର ବର୍ଗ, ବନ୍ଧୁ, ସାଥି ଯାତ୍ରୀ ମଧ୍ୟ ହୋଇ ପାରନ୍ତି । ଭାରତ ଏବେ ଏହି ସ୍ତର ଦେଇ ଗତି କରୁଛି ।

୩ୟ ସ୍ତର – ସମୁଦାୟିକ ସଂକ୍ରମଣ :-

ଏହି ସ୍ତରରେ ଲୋକଙ୍କ ମଧ୍ୟରେ ଜାଣତରେ ହେଉ ବା ଅଜାଣତରେ ହେଉ ଏହି ଭୂତାଣୁ ବିସ୍ତାରିତ ହେଇଥାଏ । ସାଧାରଣତଃ ବିଦେଶରୁ ଆସିଥିବା ସଂକ୍ରମିତ ବ୍ୟକ୍ତିଙ୍କ ପରିଜନଙ୍କ ଠାରୁ ଏହା ଅନ୍ୟ ଲୋକଙ୍କ ଶରୀରକୁ ଯାଇଥାଏ । ୩ୟ ସ୍ତରର ଏହା ଜାଣିବା କଷ୍ଟକର ହେଇଥାଏ ଯେ ବ୍ୟକ୍ତି ଜଣକ କାହାଠାରୁ ସଂକ୍ରମିତ ହୋଇଛନ୍ତି । ଏହି ସ୍ତର ସବୁଠାରୁ କଠିନ ସ୍ତର ହୋଇଥାଏ । ତେଣୁ ଯଦି ଆମେ ସମସ୍ତେ ସାବଧାନ ଓ ସତର୍କ ନ ହେବା ତେବେ ଏହା ସମଗ୍ର ଦେଶରେ ବ୍ୟାପୀଯିବ ଏବଂ ଏହାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହେଇଯିବ ।

ଚତୁର୍ଥ ସ୍ତର – ମହାମାରୀ :-

ଏହି ସ୍ତରରେ ଏହା ମହାମାରୀ ର ରୂପ ନେଇଯାଇଥାଏ । ଏହା ପରେ ପଞ୍ଚମ ଓ ଷଷ୍ଠ ସ୍ତରରେ ଏହାର ସ୍ଥିତି ଅତି ଭୟାନକ ହେଇଯାଇଥାଏ । ଚୀନ, ୟୁରୋପେ ଓ ଇଟାଲୀ ଏହି ସ୍ତରରେ ଏବେ ସଂଘର୍ଷ କରୁଛନ୍ତି । ସେଥିପାଇଁ ଆପଣମାନଙ୍କୁ ଅନୁରୋଧ ଯେତେ ସମ୍ଭବ ଏହାକୁ ବିସ୍ତାର ହେବାରୁ ରୋକାନ୍ତୁ । ନିଜେ ଘରେ ରୁହନ୍ତୁ ଓ ସଂକ୍ରମିତ ହେବାରୁ ବଞ୍ଚନ୍ତୁ ।

Leave a Reply

Your email address will not be published. Required fields are marked *