କରୋନାକୁ ନେଇ ସରକାରଙ୍କର ବଡ ଘୋଷଣା- ରାଜ୍ୟର ସମସ୍ତ ଜିଲ୍ଲା ହେବ ତାଲାବନ୍ଦ, ଅବମାନନା କଲେ ହେବ ଜେଲ

ଓଡିଶା ସରକାର କରୋନା ସହ ଲଢିବା ପାଇଁ ନୂଆ ନିଷ୍ପତ୍ତି ନେଇଛନ୍ତି, ପ୍ରଥମ ଥର ସରକାର କେବଳ ୫ଟି ଜିଲ୍ଲା ଉପରେ ଏହା ଲାଗୁ କରିଥିଲେ କିନ୍ତୁ ଆଜି ରାତି ୧୨ଟାରୁ ଏହା ସମଗ୍ର ଓଡିଶାରେ ଲାଗୁ କରାଗଲା । ଆଜି ରାତି ୧୨ଟାରୁ ସମସ୍ତ ୩୦ଟି ଜିଲ୍ଲା ରେ ତାଲାବନ୍ଦ ହେବାର ଘୋଷଣା କରାଯାଇଛି । ଆଜିଠାରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲା ଲକ୍ ଡାଉନ୍ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ତାଲାବନ୍ଦ ସମୟରେ ସମସ୍ତ ଜରୁରୀକାଳିନ ସାମଗ୍ରୀ ଦୋକାନ ଖୋଲା ରହିବ । ଯେମିତିକି ପନିପରିବା, ଗ୍ରୋସେରୀ, ମେଡିସିନ ଆଦି ।

କିନ୍ତୁ ଲୋକେ ମାନେ ଏହାକୁ ନ ମାନି ବାହାରେ ବୁଲାବୁଲି କରିବାରୁ ସରକାର ଚିନ୍ତାରେ ପଡି ଯାଉଛନ୍ତି । ସେଥିପାଇଁ ସରକାର ଏହି ନିୟମକୁ ନ ପାଳନ କରୁଥିବା ଲୋକଙ୍କୁ କଡା ଦଣ୍ଡ ଦିଆଯିବ ବୋଲି ନିଷ୍ପତ୍ତି ନେଇଛି । ଯାହାକୁ ରାସ୍ତାରେ ବୁଲିବାର ଦେଖାଯିବ ବିନା କାରଣରେ ସେମାନଙ୍କୁ ପୋଲିସ କଡା ଦଣ୍ଡ ଦେବ । ଏହିଭଳି କିଛି ଘଟଣା ମଧ୍ୟ ସାମ୍ନାକୁ ଆସି ସାରିଲାଣି । କନ୍ଧମାଳରେ ଜଣେ ଏହାକୁ ନ ମନି ବିବାହ କରିବାକୁ ଯାଉଥିଲେ ତ ପୋଲିସ ତାକୁ ଗିରଫ କରିଛି ।

ତେବେ ଏହି ଭାଇରସରୁ ବଞ୍ଚିବା ପାଇଁ ସରକାର ଯେଉଁ ପଦକ୍ଷପ ନେଉଛନ୍ତୁ ଏହାକୁ ମାନିବା ଆମ ସାଧାରଣ ଜନତାଙ୍କ କର୍ତ୍ତବ୍ୟ । କାହିଁକି ନା ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଔଷଧ ବାହାରି ନାହିଁ । ଏହା ଏକ ନୂଆ ଭାଇରସ ଯାହା ସାରା ପୃଥିବୀରେ ବ୍ୟାପିବାରେ ଲାଗିଛି । ଇଟାଲୀ ଭଳି ଦେଶ ଯାହାର ହେଲ୍ଥ କେୟାର ସବୁଠୁ ଭଲ ସେଠାରେ ୬ ହଜାରରୁ ଉର୍ଦ୍ଧ ଲୋକ ମୃତ୍ୟୁ ବରଣ କଲେଣି । ତେବେ ଭାବନ୍ତୁ ଯଦି ଏହା ଆମ ଦେଶରେ ବ୍ୟାପେ ତେବେ ଏହା କେତେ କ୍ଷତି ପହଞ୍ଚାଇବ । ସେଥିପାଇଁ ନିଜେ ସୁରକ୍ଷିତ ରହିବା ପାଇଁ ନିଜ ଘରେ ରୁହନ୍ତୁ ।

କିଛି ଲୋକ ଲକ୍ ଡାଉନ୍ କୁ ନ ମାନି ରାସ୍ତାରେ ବୁଲିବାକୁ ବାହାରି ପଡ଼ୁଛନ୍ତି ସେହିଭଳି ଲୋକ ମାନଙ୍କୁ ଆମର ଗୋଟେ ଉପଦେଶ ଦୟାକରି ଆପଣମାନେ ଘରେ ରୁହନ୍ତୁ ଓ ନିଜ ସହ ନିଜ ପରିବାର ଲୋକନଙ୍କର ଧ୍ୟାନ ରଖନ୍ତୁ । ବଞ୍ଚି ରହିଲେ ତ ଆଗକୁ ବହୁତ ବୁଲିବାର ସୁଯଗ ପାଇବେ କିନ୍ତୁ ଯଦି ଥରେ ଏହି ମହାମାରୀ ବ୍ୟାପୀ ଯାଏ ତେବେ ସେଥିରୁ କାହାରି ବି ବଞ୍ଚିବା ସମ୍ଭବ ନୁହେଁ, କାହିଁକି ନା ଏହାର ଚିକିତ୍ସା ଏ ପର୍ଯ୍ୟନ୍ତ ବାହାରି ନାହିଁ ।

Leave a Reply

Your email address will not be published. Required fields are marked *