ଏହି ୧୦ଟି ଉପାୟ ହେଉଛି ଆପଣଙ୍କ ପାଇଁ ସୁରକ୍ଷା କବଚ, କରୋନା ଆପଣଙ୍କୁ ଛୁଇଁ ବି ପାରିବ ନାହିଁ

କରୋନା ଭାଇରସ ଦ୍ଵାରା ପୁରା ଦୁନିଆ ଲୋକ ଡରିକି ଅଛନ୍ତି, କରୋନା ଠାରୁ ବଞ୍ଚିବା ପାଇଁ କାହା ପାଖରେ ଔଷଧ ମଧ୍ୟ ନାହିଁ, ବୈଜ୍ଞାନିକମାନେ ତାଙ୍କ ସାମର୍ଥ୍ୟ ପ୍ରୟାଶ ପରେ ମଧ୍ୟ ଏପର୍ଯ୍ୟନ୍ତ ଔଷଧ ବାହାର ହୋଇ ପାରି ନାହିଁ । କରୋନା ଭାଇରସ ଦ୍ଵାରା ପୁରା ଦୁନିଆରେ ଏପର୍ଯ୍ୟନ୍ତ ୩ ଲକ୍ଷ ଠାରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଭାରତରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢି ଯାଇ ୫୦୦ ଉପରେ ହେଇ ଗଲାଣି ।

ଏହି ଭୟଙ୍କର ସଂକ୍ରମଣ ଦ୍ଵାରା ଦେଶ ରେ ୧୦ ଟି ଲୋକଙ୍କ ମୃତ୍ୟୁ ହୋଇଯାଇଛି, ପୁରା ଦୁନିଆ ବୈଜ୍ଞାନିକମାନେ ଏହି କରୋନା ଭାଇରସ ଭ୍ୟାକସିନ ଖୋଜିବାରେ ଲାଗିଛନ୍ତି ।

ତେବେ ଆସନ୍ତୁ ଜାଣିବା କେଉଁ କାମ ଦ୍ଵାରା ଆମେ ନିଜକୁ ସଂକ୍ରମଣ ଠାରୁ ବଞ୍ଚେଇ ରଖିବୁ :

– ହାତ ସଫା ରଖିବା ପାଇଁ ସାନିଟାଇଜର ବା ସାବୁନ ପ୍ରୟୋଗ କରନ୍ତୁ, ହାତ ୨୦ ସେକେଣ୍ଡ ପାଇଁ ସାବୁନ ଦ୍ଵାରା ଭଲ ଭାବରେ ଧୁଅନ୍ତୁ ।

– କାଶିବା ସମୟରେ ଟିସୂ ବା ରୁମାଲ ହାତ ରେ ରଖନ୍ତୁ, ଅନ୍ୟ ଲୋକଙ୍କ କାଶିବା ବା ଛିଙ୍କିଲା ବେଳେ ନିଜ ମୁହଁ ଉପରେ କପଡା ଦିଅନ୍ତୁ ଏହି ଭଳି ଭାବରେ ନିଜକୁ ବଞ୍ଚାନ୍ତୁ ।

– କୌଣସି ବାହାର ଲୋକଙ୍କ ସହ ହାତ ମିଶାନ୍ତୁ ନାହିଁ, ଯଦି ଏମିତି ହୁଏ ତେବେ ବି ହାତ ଭଲ ଭାବରେ ଧୁଅନ୍ତୁ ।

– କୌଣସି ସାର୍ବଜନୀକ ସ୍ଥଳ ଜିନିଷ ଛୁଆନ୍ତୁ ନାହିଁ, ଏମିତି ଜାଗାରେ ଅଧିକ ସାବଧାନ ରହିବା ଉଚିତ, ଯଦି ପାରୁଛନ୍ତି ତେବେ ଏମିତି ଜାଗାରେ ଯିବା ବନ୍ଦ କରି ଦିଅନ୍ତୁ ।

– ଫଳ ବା ପନି ପାରିବା ଭଲ ଭାବରେ ଧୋଇ ଖାଆନ୍ତୁ, ବଜାରରୁ ଆଣି ତୁରନ୍ତ ଖାଆନ୍ତୁ ନାହିଁ ।

– ରୋଷେଇ କଲା ବେଳେ ମଧ୍ୟ ଧ୍ୟାନ ରଖନ୍ତୁ, ପରିବା ଆଗ ଭଲ ଭାବରେ ଫୁଟେଇ ଦିଅନ୍ତୁ, ରୋଷେଇ କରିବା ପାଇଁ ପାଣି ଆଗ ଫୁଟେଇ ଦିଅନ୍ତୁ ଏହା ପରେ ପାଣି ରୋଷେଇ ପାଇଁ ବ୍ୟବହାର କରନ୍ତୁ ।

– ମାଂସ ବା କଞ୍ଚା ଅଣ୍ଡା ଭୁଲରେ ବି ସେବନ କରନ୍ତୁ ନାହିଁ, ଯଦି ଏହି ଭଳି ଜିନିଷ ସେବନ ମଧ୍ୟ କରୁଛନ୍ତି ତେବେ ଏହାକୁ ଭଲ ଭାବରେ ଫୁଟେଇ ନିଅନ୍ତୁ ।

– ନିଜ ଘର ଆଖ ପାଖ ଜାଗା ଅସନା କରନ୍ତୁ ନାହିଁ, ଘର ଓ ବାହାର ଜାଗା ସଫା ସୁତୁରା ରଖିବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

– ବାରମ୍ବାର ମୁହଁ, ଆଖି ବା ନାକରେ ହାତ ମାରନ୍ତୁ ନାହିଁ । ଏହା କରଛନ୍ତି ଯଦି ତେବେ ତୁରନ୍ତ ମୁହଁ ଓ ହାତକୁ ସାବୁନରେ ଭଲଭାବେ ଧୁଅନ୍ତୁ ।

– କୌଣସି ସଂକ୍ରମିତ ବ୍ୟକ୍ତିଠାରୁ ଦୂରେଇ ରୁହନ୍ତୁ, ଘରୁ ବାହାରିବା ଆଗରୁ ମୁହଁକୁ ଭଲଭାବେ କଭର କରନ୍ତୁ ।

Leave a Reply

Your email address will not be published. Required fields are marked *