ଏମତି ବି ଆସେ ମୃତ୍ୟୁ, ଚଳନ୍ତା ଟ୍ରକରେ ଚାଲିଗଲା Driverଙ୍କ ଜୀବନ… ଆଉ ତା ପରେ ଯାହା ହେଲା ଦେଖନ୍ତୁ Video

ଚଳନ୍ତା ଟ୍ରକ ରେ ଚାଲି ଯାଇଛି ଡ୍ରାଇଭର ଙ୍କ ଜୀବନ । ଏହି ଘଟଣା ଖଲିକଟ ଥାନା ନିକଟସ୍ଥ 16 ନମ୍ବର ଜାତୀୟ ରାଜା ପଥରେ ହୋଇଛି । ଯାହା ଭେଜିପୁର ଫ୍ଲାଏ ଓଭର ବ୍ରୀଜ ନାମରେ ଜଣା ଯାଏ । ଆନ୍ଧ୍ରପ୍ରଦେଶ ରୁ କିଛି ଜିନିଷ ଭୁବନେଶ୍ବର କୁ ଆନୁଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଡ୍ରାଇଭର ଓ ନିଜର ଗାଡିରେ ନିୟନ୍ତ୍ରଣ କରି ପାରି ନଥିଲେ । ଡ୍ରାଇଭାର ଚଲାଉଥିବା ଗାଡିର ନମ୍ବର ହେଉଛି AP05TC0288 ।

ହଠାତ ତାଙ୍କ ଜୀବନ ଚାଲି ଜୀବ ପରେ ଗାଡି ଗଡିକି ଭୁବନେଶ୍ବର ର ଫ୍ଲାଏ ଓଭର ରେ ଥିବା ଡିଭାଇଡ଼ର ଉପରେ ଚଢି ଯାଇ ଥିଲା ଯାହା ଦ୍ଵାରା ଏହା ବରହମପୁର କୁ ଯାଉଥିବା ରାସ୍ତାର ଗାର୍ଡ ୱାଲ କୁ ପିଟି ହୋଇକି ଅଟକି ଯାଇଥିଲା ।

ଏହା ଦ୍ଵାରା ଆଉ କେଉଁ ଗାଡି ଏହା ଦେହରେ ପିଟି ହୋଇ ନଥିଲା କିନ୍ତୁ ଏହା ସେହି ଭଳି ଷ୍ଟାଟ ହୋଇକି ରହି ଯାଇ ଥିଲା । ଯାହା ଦ୍ଵାରା ସ୍ଥାନୀୟ ଯୁବକ ମାନେ ଏହାକୁ ଯାଇକି ବନ୍ଦ କରି ଥିଲେ । ଡ୍ରାଇଭର କୁ ହୋସ ରେ ଆଣିବା ପାଇଁ ଚେଷ୍ଟା କରି ଥିଲେ ।

ଅସଫଳ ହେବା ଦ୍ଵାରା ସେମାନେ ସାଙ୍ଗେ ସାଙ୍ଗେ ପୋଲିସ କର୍ମୀ ଓ ଦମକଳ କୁ ଖବର ପଠାଇ ଦେଇ ଥିଲେ । ଏହା ଜାଣିବା ପରେ ହାଇୱେ ପେଟ୍ରୋଲିଂ କରୁ ଥିବା ଗାଡି ସେହି ଜାଗାରେ ପ୍ରଥମେ ପହଞ୍ଚି ଯାଇ ଥିଲା । ପରେ ଖଲିକୋଟ ଦମକଳ ବାହିନୀ ଓ ଭେଜିପପୁର ର ଥାନା ର ଅଧିକାରୀ ସନ୍ତୋଷ କୁମାର ସ୍ଵାଇଁ ସେହି ଜାଗାରେ ପହଞ୍ଚି ଯାଇ ଥିଲେ ।

ଏହା ପରେ ସେମାନେ ଡ୍ରାଇଭର କୁ ଗାଡି ମଧ୍ୟରୁ ସାବଧାନ ର ସହ ବାହାର କୁ ବାହାର କରି ଥିଲେ ଓ ଡ୍ରାଇଭର ଙ୍କୁ ନେଇକି ସ୍ଥାନୀୟ ଖଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦେଇ ଥିଲେ । ଡାକ୍ତର ତାଙ୍କୁ ଦେଖିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ଡ୍ରାଇଭରଙ୍କ ପକେଟ ରୁ ମିଳିଥିବା ତାଙ୍କ ଲାଇସେନ୍ସ ରୁ ତାଙ୍କ ନାମ ଓ ତାଙ୍କ ପରିଚୟ ଜଣା ପଡି ଥିଲା । ଡ୍ରାଇଭର ଙ୍କ ନାମ ହେଉଛି ସିଏଚ ବୀରା ଭଦ୍ର ରାଓ ଓ ସେ ଆନ୍ଧ୍ରପ୍ରଦେଶ ର ଜାମୋପେଟା ବାସିନ୍ଦା ବୋଲି ଜଣା ପଡିଛି ।

ମୃତ୍ୟୁ କେଉଁ ସମୟରେ ଆସିବ ଏହା କେହି ଜାଣି ନଥାନ୍ତି । କିନ୍ତୁ ଏହି ଭଳି ଭାବେ ଘର ପରିବାର ଠାରୁ ଦୂରେଇ ରହି ଯଦି କାହାର ଦେହାନ୍ତ ହୋଇ ଯାଉଛି ତେବେ ଏହା ସତରେ ଖୁବ କଷ୍ଟର କଥା । ଏହାର କଳ୍ପନା ମଧ୍ୟ କେହି ପାରିବେନି କି ଏହା କେତେ କଷ୍ଟ ଦାୟକ ଅଟେ ।

Leave a Reply

Your email address will not be published. Required fields are marked *