Rashmirekha ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ଆଉ ଏକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ, Rashmirekha ଶବ ପାଖରୁ ମିଳିଥିବା ଫୋନରେ କାହିଁକି ବାଜୁଥିଲା ଏଭଳି ଗୀତ?

ରଶ୍ମିରେଖା ହେଉଛନ୍ତି ଏକ ଅଭିନେତ୍ରୀ ଓ କିଛି ଦିନ ତଳେ ସେ ଏକ ଫାଇନାନ୍ସ ରେ କାମ କରିବା ଆରମ୍ଭ କରି ଥିଲେ । କିଛି ଦିନ ତଳେ ହଠାତ ଏକ ଦୁଃଖଦ ଖବର ଶୁଣିବା ପାଇଁ ମିଳିଥିଲା କି ସେ ଆତ୍ମହତ୍ୟା କରି ଦେଇ ଛନ୍ତି । ଏହାକୁ ନେଇକି ପୋଲିସ ମଧ୍ୟ ତଦନ୍ତ କରୁଛି । କିନ୍ତୁ ପରିବାର ଲୋକମାନେ ଓ ତାଙ୍କୁ ଜାଣି ଥିବା ଲୋକଙ୍କ ଦାବି ଅନୁସାରେ ରଶ୍ମି ଏହି ଭଳି ମହିଳା ନଥିଲେ ଯିଏ କି କିଛି ଭି ପରିସ୍ଥିତି ଆସିଲେ ତାକୁ ସମ୍ଭାଳି ନପାରିକି ଆତ୍ମହତ୍ୟା କରି ନେବେ ।

ଏହି ଘଟଣା କୁ ଆତ୍ମହତ୍ୟାର ରୂପ ଦେଉ ଥିବା ପ୍ରମାଣ ହେଉଛି ଭିତର ପଟୁ ବନ୍ଦ ଥିବା କବାଟ ଓ ତାଙ୍କ ହାତ ଲେଖା ଚିଠି । ଯାହାକୁ ପୋଲିସ ନିଜ ପାଖରେ ଏବେ ରଖିଛି । ପୋଲିସ ଶବ ଉଧାର କରିବା ପରେ ଏହାକୁ ପୋଷ୍ଟମଟାମ ପାଇଁ ନେଇ ଥିଲେ ଯାହାର ଏବେ ଯାଏ ରିପୋର୍ଟ ଆସିନୀ ।

ମାତ୍ର ପରିବାର ଲୋକମାନେ କହୁଛନ୍ତି କି ସେ ଆତ୍ମହାତ୍ୟା କରି ନାହାଁନ୍ତି ତାଙ୍କୁ ହତ୍ୟା କରା ଯାଇଛି । ଅନେକ କଥା ମଧ୍ୟରେ ତାଙ୍କ ବାପା ଓ ମା ମଧ୍ୟ କହିଛନ୍ତି କି ସେ କାହାକୁ ଭଲ ପାଉ ଥିଲେ ଓ କାହା ସହ ସେ ରହି ଥିଲେ ସବୁ କଥା ସେ ଘରେ ଜଣାଇ ଥିଲେ ।

ଆଗରୁ ସେ ଏକ ବ୍ୟକ୍ତି ଙ୍କୁ ଭଲ ପାଉ ଥିଲେ ଯାହାଙ୍କ ନାମ ରାଜା । ରାଜା ମଧ୍ୟ ଏହାକୁ ସ୍ଵୀକାର କରି ଥିଲେ କି ସେ ମଧ୍ୟ ତାଙ୍କୁ ଭଲ ପାଉ ଥିଲେ କିନ୍ତୁ କିଛି ଦିନ ପରେ ଏହି ସମ୍ପର୍କ ସମାପ୍ତ ହୋଇ ଯାଇଥିଲା । ଏହା ସହ ତାଙ୍କ ବାନ୍ଧବୀ ମଧ୍ୟ କହିଛନ୍ତି କି ସେ ମଧ୍ୟ ତାଙ୍କ ଶେଷ କଥା ହେବା ସମୟରେ ସେ ଠିକ କଥା ହେଉ ଥିଲେ ଓ କିଛି ଆର୍ଥିକ ସାହାଜ୍ଯ ମାଗି ଥିଲେ 5000 ଟଙ୍କା ଭଳି ତାଙ୍କୁ ଏହା ଏନଓସି କ୍ଲିୟର କରିବା ପାଇଁ ଦରକାର ଥିଲା ।

ସନ୍ତୋଷ ପାତ୍ର ଯେଉଁ ଜାଗାରେ ରହୁ ଥିଲେ ସେହି ଜାଗାରେ ରଶ୍ମିରେଖା ସେହି ଜାଗାରେ ରହୁ ଥିଲେ । ସନ୍ତୋଷ କିଛି ଦିନ ହେବ ବାହାରକୁ ଯାଇ ଥିଲେ । ସେ ସବୁ ଦିନ ରଶ୍ମିରେଖା ଙ୍କ ସହ ସବୁଦିନ କଥା ହେଉଥିଲେ । ହଠାତ କଲ ଉଠାଇବା ବନ୍ଦ କରିବା ଦ୍ଵାରା ସନ୍ତୋଷ ଘର ଦେଇଥିବା ଲୋକକୁ କଲ କରିକି ପରିସ୍ଥିତି ଯାଞ୍ଚ କରିବା ପାଇଁ କହି ଥିଲେ ।

ସେ କବାଟ ବାଡେଇବା ପରେ ମଧ୍ୟ ରଶ୍ମିରେଖା କବାଟ ଖୋଲି ନଥିଲେ ଜାହା ପାଇଁ ତାଙ୍କୁ ସନ୍ଦେହ ହୋଇ ଥିଲା ଓ ପୋଲିସ ଙ୍କୁ ଡାକି ଥିଲେ । ପୋଲିସ କବାଟ ଭାଙ୍ଗିକି ଭିତରେ ପଶିବା ପରେ ଘରୁ ମୃତ ଦେହ କୁ ଉଧାର କରିଥିଲେ ଏହା ସହ ଘରୁ ମଦ ବୋତଲ ଓ ସିଗାରେଟ ମଧ୍ୟ ପାଇ ଥିଲେ ।

ଏହା ସହ ବେବଫା ଗୀତ ରଶ୍ମି ଙ୍କ ଫୋନ ରେ ବାଜୁଥିଲା । ଏହି ଫୋନ ମଧ୍ୟ ଏବେ ପୋଲିସ ପାଖରେ ଅଛି । ଏହା ସନ୍ଦେହ କରା ଯାଉଛି କି ତ୍ରୋକୋଣୀୟ ପ୍ରେମ ପାଇଁ ଏହି ଭଳି ପରିସ୍ଥିତି ହୋଇଛି କିନ୍ତୁ ଏହା ଏବେ ଯାଏ ଅସ୍ପଷ୍ଟ ଅଟେ ।

Leave a Reply

Your email address will not be published. Required fields are marked *