ଚାଲିଗଲେ Arindam କିନ୍ତୁ ଏବେ କେମିତି ଅଛନ୍ତି Prabhat, ଦେଖନ୍ତୁ Video

ଗତକାଲି ମୁଣ୍ଡୁଳି ବୋର୍ଟ ଦୁର୍ଘଟଣାରେ ଓଟିଭିର ସବୁଠୁ ଲୋକପ୍ରିୟ ରିପୋର୍ଟର ଅରବିନ୍ଦ ଦାସଙ୍କ ମୃତ୍ୟୁ ହୋଇଥିଲା । ଏହି ଅଘଟଣ ଆଖି ସାମ୍ନାରେ ଏତେ ଶୀଘ୍ର ଘଟିଥିଲା କି କେହି ବି ଚାହିଁଲେ ବି ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ଶେଷରେ ତାଙ୍କର ମୃତ ଦେହକୁ ଏକ ଡଙ୍ଗା ମାଧ୍ୟମରେ ଉଦ୍ଧାର କରାଯାଇ ଥିଲା । ଯେଉଁ ସମୟରୁ ତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି । ସେହି ସମୟରୁ ପୁରା ଓଡିଶାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଯାଇଛି ।

ସମସ୍ତେ ଅରବିନ୍ଦ ଦାସଙ୍କ ମୃତ୍ୟୁ ଖବର ଶୁଣିବା ପରେ କାନ୍ଦୁଛନ୍ତି ଓ ଦୁଃଖ ପ୍ରକାଶ କରୁଛନ୍ତି । କେହି ବି ଚିନ୍ତା କରି ନ ଥିଲେ କି ଗତକାଲି ଏକ ଏହିଭଳି ଅଘଟଣ ଘଟିଯିବ । ତାହା ବି ପୁଣି କିଛି ସେକନ୍ଡ ମଧ୍ୟରେ ।

ଅରବିନ୍ଦ ଦାସଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅରବିନ୍ଦ ଦାସଙ୍କ ମୃତ୍ୟୁ ପରେ ନିଜର ଟ୍ଵିଟର ପେଜରେ ଏକ ଟ୍ଵିଟ କରି ଦୁଃଖ ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଅରବିନ୍ଦ ଦାସଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ଏହା ଛଡା ଯିଏ ବି ଅରବିନ୍ଦ ଦାସଙ୍କୁ ଚିହ୍ନି ଥିଲେ ସେମାନେ ପ୍ରଥମେ ଏହି ଖବର ଉପରେ ବିଶ୍ଵାସ କରୁ ନ ଥିଲେ । କିନ୍ତୁ ଶେଷରେ ବିଶ୍ଵାସ କରିବାକୁ ବାଧ୍ୟ ହେଲେ ଓ ସେମାନେ ବର୍ତ୍ତମାନ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଅରବିନ୍ଦ ଦାସଙ୍କ ସହଯୋଗୀମାନେ ବି ତାଙ୍କର ଅକାଳ ବିୟୋଗ ଉପରେ ଭାଙ୍ଗି ଯାଇଛନ୍ତି । କହିଦେଉଛୁ କି ସବୁବେଳେ ସାହସର ସହ କାର୍ଯ୍ୟ କରୁଥିବା ଅରବିନ୍ଦ ଦାସ କେବେ ବି କୌଣସି ପରିସ୍ଥିତିକୁ ଦେଖି ଡରି ଯାଇ ନାହାନ୍ତି । ସେ ସବୁବେଳେ ଆଗକୁ ଆସି ଭୟଙ୍କରରୁ ଭୟଙ୍କର ସ୍ଥିତିରେ ରିପୋର୍ଟିଙ୍ଗ କରିଛନ୍ତି ।

କହିଦେଉଛୁ କି ଅରବିନ୍ଦ ଦାସଙ୍କ ଜଣେ ସହଯୋଗୀ ବି ସେହି ବୋର୍ଟରେ ଥିଲେ ଓ କିନ୍ତୁ ତାଙ୍କୁ ସେହି ସ୍ଥାନରୁ ବହୁତ ଜଲ୍ଦି ଉଦ୍ଧାର କରାଯାଇ ଥିଲା ଓ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇ ଥିଲା । ବର୍ତ୍ତମାନ ଖବର ଆସୁଛି କି ତାଙ୍କର ଅବସ୍ଥା ସ୍ଥିର ଅଛି ଓ ସେ ଜଲ୍ଦି ସୁସ୍ଥ ମଧ୍ୟ ହୋଇଯିବେ । କେବଳ ଏତିକି ODRFର ସଦସ୍ୟମାନେ ବି ସୁସ୍ଥ ଅଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ଅଛନ୍ତି ।

Leave a Reply

Your email address will not be published. Required fields are marked *