ଆଜି ରାତି ସୁଦ୍ଧା ଲ୍ୟାଣ୍ଡଫଲ କରିବ ବାତ୍ୟା Gulab…. ରୁହନ୍ତୁ ସାବଧାନ

ପାଣି ପାଗ ବିଭାଗ ପୁଣି ଏକ ବାତ୍ୟାକୁ ନେଇ ସୂଚନା ଜାରି କରିଛି । କହିଦେଉଛୁ କି ଗତକାଲି ଠାରୁ ବର୍ଷା ହେବାର ସମ୍ଭାବନା ଅଛି ଓ ଗତକାଲି ପୁଣି ଏକ ବାତ୍ୟାର ପ୍ରଭାବ ଓଡିଶା ଉପରେ ପଡିବାକୁ ଯାଉଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଗୋପାଳପୁରର ପୂର୍ବ ଓ ଦକ୍ଷିଣ ପୂର୍ବ ୫୧୦ କିମି ଦୂରରେ ଏହା ଅବସ୍ଥିତ । ୧୨ କିମି ବେଗରେ ଏହା ଉପକୂଳ ଆଡକୁ ଯାଉଛି ।

ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ । ଆଞ୍ଚଳିକ ପାଣି ପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଗତକାଲି ଅର୍ଥାତ ୨୬ ତାରିଖର ସନ୍ଧ୍ୟା ସମୟରେ ଏହା ସ୍ଥଳ ଭାଗ ଛୁଇଁବ ।

ଗୋପାଳପୁର ଓ ବିଶାଖାପାଟନମ ମଝିରେ ଥିବା କଳିଙ୍ଗପାଟଣାରେ ଏହି ବାତ୍ୟା ଲ୍ୟାଣ୍ଡଫଳ ହୋଇପାରେ । ସେହି ସମୟରେ ପବନର ବେଗ ୭୦ ରୁ ୮୦ କିମି ରହିବ । ଏହି କାରଣରୁ ମସ୍ତ୍ୟଜୀବିଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ମନା କରା ଯାଇଛି । ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡିଶାର ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡା ଓ କନ୍ଧମାଳ ଜିଲ୍ଲା ଗୁଡିକ ଅଧିକ ପ୍ରଭାବିତ ହୋଇ ପାରନ୍ତି । ଏହି ସବୁ ଜିଲ୍ଲାରେ ବର୍ଷାର ପରିମାଣ ଅନ୍ୟ ଜିଲ୍ଲା ଅପେକ୍ଷା ଅଧିକ ରହିବ ।

ଅକସ୍ମାତ ବନ୍ୟା ଓ ଭୁସ୍କଳନ ହୋଇପାରେ ବୋଲି କୁହାଯାଇଛି । ଓଡିଶାର ସମସ୍ତ ବନ୍ଦର ଗୁଡିକରେ ବିପଦ ସଂକେତ ୧ ଜାରି କରା ଯାଇଛି । ଆଜି ଠାରୁ ହିଁ ସମୁଦ୍ର ମଧ୍ୟକୁ କୌଣସି ବି ମସ୍ତ୍ୟଜୀବୀଙ୍କୁ ଯିବା ପାଇଁ ମନା କରା ଯାଇଛି । କାରଣ ଆଜି ଠାରୁ ହିଁ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ରହିବ ଓ ଧୀରେ ଧୀରେ ପବନର ବେଗ ବଢିବ । ଯାହାକି ୭୦ ରୁ ୮୦ ପର୍ଯ୍ୟନ୍ତ ଚାଲି ଯାଇ ପାରେ ।

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଅଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା କରିବା କିଛି ଜିଲ୍ଲାର ତହସିଲଦାର ଓ ବିଡ଼ିଓଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ପାହାଡିଆ ଓ ତଳିଆ ଅଂସରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଯିବା ପାଇଁ କୁହାଯାଇଛି । ବାତ୍ୟାର ସତର୍କ ସୂଚନା ଜାରି ହେବା ପରେ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ସମସ୍ତଙ୍କୁ ସତର୍କ ଓ ସଚେତନ ରହିବା ପାଇଁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *