ଚଳିତ ବର୍ଷ 2022, ରାକ୍ଷୀ ପୂର୍ଣ୍ଣିମା କେବେ ପଡୁଛି ? ରକ୍ଷା ବନ୍ଧନ ମନ୍ତ୍ର କଣ ? ଏହି ଦିନ କଣ ଖାଇବେ ନାହିଁ?

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ରାକ୍ଷୀ ପୂର୍ଣ୍ଣିମା ଚଳିତ ବର୍ଷ କେବେ ପଡିବାକୁ ଯାଉଛୁ । ରାକ୍ଷୀ ପୂର୍ଣ୍ଣିମା ଦିନ ଭାଇ ମାନେ ରାକ୍ଷୀ ପିନ୍ଧିବା ସମୟରେ କେଉଁ ଦିଗକୁ ମୁଖ କରି ବସିବେ ଏବଂ ଏହି ଦିନ କଣ ଖାଇବା ଉଚିତ କଣ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ । ଚଳିତ ବର୍ଷ ଅଗଷ୍ଟ ୧୧ ତାରିଖ ଦିନ ରକ୍ଷା ବନ୍ଧନ ପଡୁଛି । ଅଗଷ୍ଟ ୧୨ ତାରିଖ ଦିନ ରାକ୍ଷୀ ପୂର୍ଣ୍ଣିମା ପଡୁଛି । ଶ୍ରୀ ବଳଭଦ୍ରଙ୍କ ଜନ୍ମଦିନ ଅଗଷ୍ଟ ୧୧ରେ ପାଳନ କରାଯିବ ଓ ରକ୍ଷା ବନ୍ଧନ ହେବ । ଏହି ଦିନ ଚତୁର୍ଦ୍ଦଶୀ ପଡୁଥିବାରୁ ବିରି ଜାତୀୟ ଖାଦ୍ୟ ଖାଇବା ଉଚିତ ନୁହେଁ ।

ଯେଉଁ ମାନେ ପୂର୍ଣ୍ଣିମା ଚନ୍ଦ୍ର ପୂଜା କରୁଛନ୍ତି ସେମାନେ ଅଗଷ୍ଟ ୧୧ରେ ପୂଜା କରିବେ । ରାକ୍ଷୀ ପୂର୍ଣ୍ଣିମା ଦିନ ଆପଣ ସକାଳ ୧୦ଟା ୩୯ଟା ପରେ ରାକ୍ଷୀ ବାନ୍ଧି ପାରିବେ । ରାକ୍ଷୀ ବାନ୍ଧିବା ସମୟରେ ଭଉଣୀ ଏକ ମନ୍ତ୍ର ଗାଇ ଭାଇ ହାତରେ ରାକ୍ଷୀ ବାନ୍ଧିବେ । ସେହି ମନ୍ତ୍ରଟି ହେଉଛି ଯେନ ବଧୋ ବଳିରାଜା ଦାନବେନଦ୍ରୋ ମହାସୁରମ ତେନତ୍ଵାମପି ବଧ୍ବାମୀ ରକ୍ଷମାଚାର ମାଚଳ ।

ଏହି ଦିନ ମାଛ ଓ ମାଂସ ସେବନ ବର୍ଜନୀୟ ଅଟେ । ଏହା ଛଡା ପିଆଜ ରସୁଣ ସେବନ ବର୍ଜନୀୟ ଅଟେ । ଏମିତିକି ସ୍ତ୍ରୀ ସଂଭୋଗ ଓ ତୈଳ ସେବନ ମଧ୍ୟ ବର୍ଜନୀୟ ଅଟେ । ଏହି ଦିନ ତେଲ ମଧ୍ୟ ଖାଇବେ ନାହି କି ଦେହରେ ତେଲ ଲଗାଇବେ ନାହି । ଯେବେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିବେ ସେହି ସମୟରେ ଭାଇର ମୁଖ ପୂର୍ବ ଦିଗକୁ ରହିବ । ଭଉଣୀ ତାଙ୍କ ଆଗରେ ବସି ରାକ୍ଷୀ ବାନ୍ଧିବେ ।

ସର୍ବଦା ଆସନ ପକାଇ ତଳେ ରାକ୍ଷୀ ବାନ୍ଧିବା ଉଚିତ । ଯଦି ସୁବିଧା ନାହି ତେବେ ଭାଇ ଉତ୍ତର ଦିଗକୁ ମୁଖ କରି ବସିପାରିବେ । ରାକ୍ଷୀ ବାନ୍ଧିବା ପୂର୍ବରୁ ଘରର ଠାକୁର ପୂଜା, ଇଶାଣ ପୂଜା, ସୂର୍ଯ୍ୟଙ୍କ ପୂଜା, ପ୍ରଭୁ ଗଣେଶଙ୍କ ପୂଜା ଶେଷ କରିବା ଉଚିତ । ଠାକୁରଙ୍କୁ ଯେଉଁ ଭୋଗ ଲଗାଇଥିବେ ସେହି ମିଠାକୁ ରାକ୍ଷୀ ଥାଳିରେ ରଖି ପୂଜା କରିବା ଦରକାର ।

ଗମ୍ହା ପୂର୍ଣ୍ଣିମା ଦିନ କୁଳ ପୁରୋହିତ ଘରକୁ ଆସୁଥିଲେ ତାଙ୍କ ପାଇଁ ପୂର୍ବରୁ ଖାଦ୍ୟ ସଜାଡି ରଖିବା ଦରକାର । ଫଳ, ମିଠା, କ୍ଷୀର ବା ଚାହା ଦେଇପାରିବେ । ଏହା ସହ ଗମ୍ହା ପଇତା ରଖିବା ସହ ଦକ୍ଷିଣା ଦାନ କରିବେ । ରକ୍ଷା ବନ୍ଧନ ଦିନ ଗୋ-ମାତା ଓ ବଳଦ କୁ ପୂଜା କରାଯିବା ସହ ହଳଦୀ ଲଗାଇ ପିଠା, ଡାଲମା, ଖିରୀ ଖାଇବାକୁ ଦିଆଯାଏ ।

ଗମ୍ହା ପୂର୍ଣ୍ଣିମା ଦିନ ଗମ୍ହା ପଇତା ପିନ୍ଧିବା ଦରକାର । ତେବେ ଏହି ପରି ଭାବେ ଭାଇ ପାଇଁ ରାକ୍ଷୀ ଥାଳି ସଜାଇ ଭଉଣୀ ରାକ୍ଷୀ ବାନ୍ଧି ପାରିବ । ରାକ୍ଷୀ ଥାଳିରେ ଚାଉଳ, ସିନ୍ଦୁର, ଚନ୍ଦନ, ଫୁଲ, ମିଠା ରଖି ଭାଇକୁ ବନ୍ଦାପନା କରି ଭଉଣୀ ରାକ୍ଷୀ ପିନ୍ଧାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *