ବିବାଦ ଥମିବା ପରେ ସ୍ତ୍ରୀ Truptiଙ୍କ ସହ ବୁଲିବାକୁ ଗଲେ Babushan, ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରି ରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ସେମାନେ ନିଜର ଅଭିନୟ ଯାଦୁ ରେ ଦର୍ଶକ ମାନଙ୍କୁ ଏମିତି ବାନ୍ଧି ରଖିଛନ୍ତି କି ଦର୍ଶକ ମାନେ ସେମାନଙ୍କର ବ୍ୟକ୍ତିଗତ ଜୀବନୀ ଉପରେ ଜାଣିବାକୁ ମଧ୍ୟ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ଆପଣ ମାନେ ଓଲିଉଡ ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଗତ କିଛି ହେବ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ସମ୍ପର୍କ କୁ ନେଇ ଯେଉଁ ଭଳି ବିବାଦ ଲାଗି ରହିଥିଲା ତାହାକୁ ନେଇ ସାରା ରାଜ୍ୟ ରେ ଚାଞ୍ଚଲ୍ୟ କର ସ୍ଥିତି ଦେଖା ଯାଇଥିଲା ।

କିନ୍ତୁ ଏବେ ସବୁ କିଛି ଠିକ ହୋଇ ସାରିଛି । ଆଉ ପ୍ରକୃତି ଓ ବାବୁସାନ ନିଜ ନିଜ ଘରେ ପରିବାର ସହ ବେଶ ହସ ଖୁସି ରେ ଟାଇମ ସ୍ପେନ୍ଡ କରିବାର ନଜର ଆସୁଛନ୍ତି । କିନ୍ତୁ ଏହାରି ଭିତରେ ଆଉ ଗୋଟେ କଥା ଏୟା କି ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ଆଉ ପୁଅ ଗୁହାନ ଏ ଯାଏଁ ତାଙ୍କ ପାଖକୁ ଫେରି ନାହାନ୍ତି । କାରଣ ତୃପ୍ତି ବାବୁସାନ ଙ୍କ ପାଖକୁ ଫେରିବା ପାଇଁ ୩ଟି ସର୍ତ୍ତ ରଖିଛନ୍ତି ଯାହାକୁ ଏ ଯାଏଁ ମାନି ନାହାନ୍ତି ବାବୁସାନ ।

ତେବେ ଏହାରି ମଧ୍ୟରେ ବାବୁସାନ ନିଜ ସାଙ୍ଗ ମାନଙ୍କ ସହ ମସ୍ତି କରିବାର ଭିଡିଓ ଭାଇରାଲ ହୋଇଥିଲା । ଏବେ ପୁଣି ଥରେ ସ୍ତ୍ରୀ ତୃପ୍ତି ସହ ବାବୁସାନଙ୍କର ଆଉ ଏକ ନୂଆ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଦେଖା ଯାଉଛି କି ଦୁହେଁ ବାହାରକୁ ବୁଲିବାକୁ ଯାଇଛନ୍ତି ଆଉ ସେଠାରେ ବହୁତ ସାରା ମଜା ମସ୍ତି ମଧ୍ୟ କରୁଛନ୍ତି ।

ବିବାଦ ଥମିବା ପରେ ବାବୁସାନ ଓ ତୃପ୍ତି ପୁଣି ଥରେ ଏକାଠି ହୋଇ ସି ବିଚ କୁ ବୁଲିବାକୁ ଯାଇଛନ୍ତି ଆଉ ସେଠାରେ ବୋଟିଙ୍ଗ କରିବାର ମଧ୍ୟ ନଜର ଆସୁଛନ୍ତି । ଏମିତି କି ଦୁହେଁ ପରସ୍ପର ସହ ଅଧିକରୁ ଅଧିକ ଟାଇମ ସ୍ପେନ୍ଡ କରିବାର ନଜର ଆସୁଛନ୍ତି । ତେବେ ସେ ଯାହା ବି ହେଉ ଦୁହିଙ୍କ ସହ ତାଙ୍କ ପରିବାର ମଧ୍ୟ ବୁଲିବାକୁ ଯାଇ ଥିବାର ନଜର ଆସୁଛନ୍ତି ଏହି ଭିଡିଓ ରେ ।

ଦୁହିଙ୍କ ଭିତରେ ଯାହା ବି ମନୋମାଳିନ୍ୟ ହୋଇଥିଲା ବୋଧ ହୁଏ ତାହା ସବୁ ଦୂର ହେବାରେ ଲାଗିଛି କହିଲେ କିଛି ଭୁଲ ହେବ ନାହି । ଆଶା କରୁଛୁ ଦୁହିଙ୍କ ମଧ୍ୟରେ ସମ୍ପର୍କ ପୁଣି ଥରେ ଠିକ ହୋଇଯାଉ ଆଉ ଦୁହେଁ ସୁଖ ରେ ଘର ସଂସାର କରନ୍ତୁ । ଦୁହିଙ୍କର ଯୋଡି ଆଗକୁ ଏମିତି ରହୁ ଏହା ଆମର କାମନା । ବନ୍ଧୁଗଣ ଆପଣ ମାନଙ୍କୁ ବାବୁସାନ ଓ ତୃପ୍ତି ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *