ସାଙ୍ଗମାନେ ଆମ ଜୀବନରେ ସମ୍ପର୍କର ବହୁତ ମହତ୍ଵ ଥାଏ ଏବଂ ଏହି ସମ୍ପର୍କକୁ ନେଇ ହିଁ ଆମ ଜୀବନ ଚାଲେ । ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା ଏହି ସମ୍ପର୍କକୁ ନେଇ କିଛି କଥା କହିବୁ । ଆଜି ଆମେ ଅପନକ୍ନୁ ଚନକୟଙ୍କର ଏକ ଏଭଳି ନୀତି ବିଷୟରେ କହିବୁ ଯାହା ଆପଣଙ୍କୁ ସଫଳତାର ମାର୍ଗରେ ଆଗକୁ ବଢିବ ପାଇଁ ସାହାଯ୍ୟ କରିବ । ଆପଣମାନେ ତ ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣାଇଥିବେ ସେ ଜେନ ବିଶିଷ୍ଟ ନୀତିକାର ଓ ମହାନ ଜ୍ଞାନୀ ବ୍ୟକ୍ତି ଥିଲେ ।
ତେବେ ତାଙ୍କରି କିଛି ନୀତି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।
ସତ୍ୟ-
ଆପଣ ଜାଣିଥିବେ ସତ୍ୟର ମାର୍ଗ ସବୁଠୁ ଭଲ କିନ୍ତୁ କଠିନ । ତଥାପି ଚଙ୍କ୍ଯାଙ୍କ କହିବା ଅନୁସାରେ ସତ୍ୟର ମାର୍ଗରେ ଚାଲିବା ବ୍ୟକ୍ତି କେବେବି ହାରି ନ ଥାଏ କି ଡଋ ନ ଥାଏ କିନ୍ତୁ ମିଥ୍ୟା ରାସ୍ତାରେ ଚାଲୁଥିବା ବ୍ୟକ୍ତିର ଦିନେ ନା ଦିନେ ଅଧୋପତନ ସୁନିଶ୍ଚିତ ହୁଏ । ଚାଣକ୍ୟଙ୍କ କହିବା ଅନୁସାରେ ସତ୍ୟକୁ ନିଜ ମା ଭଳି ସ୍ଵୀକାର କରିବା ଆବଶ୍ୟକ, ଯେମିତି ଆପଣ ନିଜ ମାର କୋଳରେ ଥିବା ବଳକକୁ ନିଜ ମା ଉପରେ ସଂପୂର୍ଣ୍ଣ ବିଶ୍ଵାସ ଥାଏ ସେହିଭଳି ସବୁବେଳେ ସତ୍ୟ ଉପରେ ବିଶ୍ଵାସ ରଖି ଏହାର ଶାଠ ଦେବା ଉଚିତ ।
ଜ୍ଞାନ-
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ପିତାଙ୍କୁ ଜ୍ଞାନ ର ଦରଜା ଦିଆ ଯାଇଛି । ଏହା ଅର୍ଥ ଜ୍ଞାନ ର ସମ୍ମାନ ନିଜ ପିତାଙ୍କ ଭଳି କର । କୁହାଯାଏ କି ଅଜ୍ଞାନୀ ମନୁଷ୍ୟ ଏହି ସଂସାରରେ କୌଣସି ପଶୁ ଠାରୁ କମ ନୁହେଁ, ଯିଏ କି ସର୍ବଦା ବୋଝ ଉଠାଇ ଚାଲିଥାଏ କିନ୍ତୁ ଜଣେ ଜ୍ଞାନୀ ମନୁଷ୍ୟ ନିଜ ଜ୍ଞାନ ବଳରେ ସବୁ କଷ୍ଟର ସମାଧାନ କରି ଆଗକୁ ମାଡି ଚାଲେ ।
ଧର୍ମ-
ସର୍ବଦା ଧର୍ମ ର ରକ୍ଷା କରିବା ଉଚିତ ଓ ଏହାକାଉ ନିଜ ସାଥି ଭାବି ଚାଲିବା ଆବଶ୍ୟକ । ଆପଣଙ୍କୁ ନିଜ ଧର୍ମ ର ପାଲ୍ନ କରିବା ଉଚିତ । ଏବଂ ମନୁଷ୍ୟର ଧର୍ମ ହେଉଛି ମଣିଷତ୍ଵ, ମାନବିକତା । ସବୁବେଳେ ଧର୍ମ ର ମାର୍ଗରେ ଚାଲୁଥିବା ବ୍ୟକ୍ତିକୁ ସମସ୍ତେ ସମ୍ମାନ କରନ୍ତି । ଧର୍ମକୁ ନିଜର ଭାଇ ଭଳି ମାନି ଚାଲିବା ଉଚ୍ଚିତ ।
ଦୟା-
ଦୟା ସବୁଠୁ ବଡ ମିତ୍ର ଅଟେ, ଏହା ଦ୍ଵାରା ଶତ୍ରୁ ବି ମିତ୍ର ହୋଇଥାଏ । ସର୍ବଦା କ୍ରୋଧରେ ରହିବା ଉଚିତ ନୁହେଁ । ଅନ୍ୟମଙ୍କୁ ଦୟା ଦେଖାଉଥିବା ମନୁଷ୍ୟ ସର୍ବଦା ପୂଜନୀୟ ।
ଶାନ୍ତି ଓ କ୍ଷମା-
ଶାନ୍ତିକୁ ପତ୍ନୀର ଦରଜା ଦିଆ ଯାଇଛି । ଏହାର ଅର୍ଥ ମନୁଷ୍ୟକୁ ଶାନ୍ତିକୁ ହିଁ ନିଜର ପତ୍ନୀ ଭାବିବା ଦରକାର । କାହିଁକି ନା ଶାନ୍ତ ବାତାବରଣରେ ମନୁଷ୍ୟର ମନ ତୃପ୍ତ ହୋଇଥାଏ । ସବୁବେଳେ ଖୁସିରେ ରାଇବା ପାଇଁ ମନୁଷ୍ୟକୁ ସର୍ବଦା ଶାନ୍ତି ରକ୍ଷା କରିବା ଉଚିତ ।
ଏବଂ ଶେଷ ଟି ହେଉଛି କ୍ଷମା, ଚାଣକ୍ୟଙ୍କ ଅନୁସାରେ କ୍ଷମାକୁ ନିଜର ପୁତ୍ର ଭାଇବା ଆବଶ୍ୟକ, ଯେଉଁଭଳି ମନୁଷ୍ୟ ନିଜ ପୁତ୍ରର ସମସ୍ତ ଭୁଲ କୁ କ୍ଷମା କରି ଥାଏ ସେହି ପରି ସମସ୍ତ ଲୋକଙ୍କର ଭୁଲକୁ ମଧ୍ୟ କ୍ଷମା କରିବା ଆବଶ୍ୟକ । କ୍ଷମା ଠାରୁ ବଡ ଆଉ କିଛି ନାହିଁ ଏହାକୁ ସବୁଠୁ ଉଞ୍ଚା ସ୍ଥାନ ଦିଆ ଯାଇଛି ।