ଚନ୍ଦ୍ର ଗ୍ରହଣ : ୫ ଜୁଲାଇକୁ ଚନ୍ଦ୍ର ଗ୍ରହଣ, ଏହି ରାଶିଙ୍କ ଉପରେ ପଡିବ ସବୁଠୁ ଅଧିକ ପ୍ରଭାବ

ଏହି ବର୍ଷ ୬ଟି ଗ୍ରହଣ ଲାଗିବାର ଅଛି, ଯେଉଁଥିରୁ ଗୋଟେ ଗ୍ରହଣ ୧୦ ଜାନୁୟାରୀକୁ ଲାଗି ଯାଇଛି ଯାହା ଚନ୍ଦ୍ରଗ୍ରହଣ ଥିଲା ଏବଂ ଏବେ ତୃତୀୟ ଗ୍ରହଣ ୫ ଜୁଲାଇ ଲାଗିବାକୁ ଯାଉଛି ଏହା ମଧ୍ୟ ଚନ୍ଦ୍ରଗ୍ରହଣ ହବାକୁ ଯାଉଛି, ଏହି ୫ ଜୁଲାଇ ଉପଚ୍ଛାୟା ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ଯାହା କିଛି ରାଶିଙ୍କ ଉପରେ ପ୍ରଭାବ ପକେଇବ, ୫ ଜୁଲାଇକୁ ଚନ୍ଦ୍ର ଗ୍ରହଣ ଧନୁ ରାଶିରେ ହବ । ତେବେ ଏହା ଆପଣଙ୍କ ରାଶି ଉପରେ କଣ ପ୍ରଭାବ ପକାଇବ ସେ ବିଷୟରେ ଜଣାଇବା ପାଇଁ ଲେଖାଟି ସମ୍ପୁର୍ଣ୍ଣ ପଢନ୍ତୁ ।

Image Courtesy: Google

ଜୁଲାଇରେ ଆସୁଥିବା ଏହି ଚନ୍ଦ୍ର ଗ୍ରହଣ ଉପେକଷିତ ଚନ୍ଦ୍ର ଗ୍ରହଣ ହୋଇବାକୁ ଯାଉଛି, ଏହି ଚନ୍ଦ୍ର ଗ୍ରହଣ ଆମେରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆ ରେ ଦେଖାଯିବ, ଏହି ଉପେକଷିତ ଚନ୍ଦ୍ର ଗ୍ରହଣରେ ଚନ୍ଦ୍ରମା ଆକାର ରେ କୌଣସି ପ୍ରକାରରେ ପରିବର୍ତନ ହବ ନାହିଁ, ଏଥିରେ କେବଳ ଚନ୍ଦ୍ର ଉପରେ ଛାଇ ପିଡିଯିବାର ଦେଖା ଯିବ । ଉପେକଷିତ ଚନ୍ଦ୍ର ଗ୍ରହଣକୁ ଗ୍ରହଣ ଶ୍ରେଣୀରେ ରଖା ଯାଏ ନାହିଁ । ୫ ଜୁଲାଇରେ ଲାଗୁଥିବା ଏହି ଚନ୍ଦ୍ର ଗ୍ରହଣ ଭାରତ ଲୋକଙ୍କୁ ଦେଖିବାକୁ ମିଳିବ ନାହିଁ, ଏହି କାରଣ ପାଇଁ ଏହାର ସୁତକ କାଳ ମାନ୍ୟତା ନାହିଁ, ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଚନ୍ଦ୍ର ଗ୍ରହଣ ୯ ଘଣ୍ଟା ଆଗରୁ ଏବଂ ସୂର୍ଯ୍ୟ ଗ୍ରହଣ ୧୨ ଘଣ୍ଟା ପରେ ସୁତକ କାଳ ଲାଗିଥାଏ ।

Image Courtesy: Google

ସୁତକ କାଳକୁ ଅଶୁଭ ସମୟ କୁହାଯାଇଥାଏ ଓ ଏହି ସମୟରେ କୌଣସି ପ୍ରକାର ଶୁଭ କାର୍ଯ୍ୟ କରିବା ଉଚିତ ନୁହ, ଏହା ଛଡା ପୂଜା ପାଠ ଏବଂ ଭୋଜନ କରିବା ମଧ୍ୟ ବର୍ଜିତ ହୋଇଥାଏ । ମନୁଷ୍ୟ ଜୀବନରେ ଆସିଥାଏ ବହୁତ କିଛି ପରିବର୍ତ୍ତନ । ମସ୍ତିଷ୍କ ଉପରେ ଗ୍ରହଣର ସିଧା ପ୍ରଭାବ ପଡିଥାଏ । ନିଜ ରାଶି ଅନୁସାରେ ନିମ୍ନୋକ୍ତ ମନ୍ତ୍ରକୁ ଗ୍ରହଣ ସମୟରେ ସ୍ପଟିକମାଳା କିମ୍ବା  ରୁଦ୍ରାକ୍ଷମାଳରେ ୧୦୮ ଥର ଜପକଲେ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଓ  ସୌଭାଗ୍ୟ ପ୍ରାପ୍ତିହେବ । ଗ୍ରହଣ ପ୍ରଭାବରେ କର୍କଟ,ସିଂଜ ଏବଂ କନ୍ୟା ରାଶିର ଭୋଗ ହେଉଥିବାରୁ ଯଥାବିଧି ପ୍ରତିକାର କରେଇ ନବା ଉଚିତ୍ ।

Image Courtesy: Google

୫ ଜୁଲାଇକୁ ଚନ୍ଦ୍ର ଗ୍ରହଣ ଧନୁ ରାଶିରେ ହବ, ଏହା ଛଡା ଗ୍ରହଣ ସମୟରେ ଗୁରୁ ଉପରେ ରାହୁ ଦ୍ରୁଷ୍ଟି ଧନୁ ରାଶି ଉପରେ ପ୍ରଭାବ ପକେଇବ ଯାହା କାରଣରୁ ଧନୁ ରାଶି ଉପରେ ଏହି ଗ୍ରହଣ ସବୁଠାରୁ ଅଧିକ ପ୍ରହାବ ଦେଖିବାକୁ ମିଳି ପାରେ । ତେବେ ଯେଉଁ ରାଶିଙ୍କ ଉପରେ ଏହି ଚନ୍ଦ୍ର ଗ୍ରହଣ ଖରାପ ପ୍ରଭାବ ରହିବ ତାହା ବିଷୟରେ ଆମେ ଆପଣଙ୍କୁ କହି ଦେଇଆଛୁ ସାବଧାନ ରୁହନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *