ହନୁମାନଙ୍କ ପାଖରୁ ଶିଖନ୍ତୁ ଏହି ୪ ଟି ଗୁଣ 

ଆଜି ଆମେ ଚାରୋଟି ଅମୂଲ୍ୟ ଶିକ୍ଷା ବିଷୟରେ ଆଲୋଚନା କରିବା । ଯଦି ଏହି ୪ ଟି ଅମୂଲ୍ୟ ଶିକ୍ଷା ଆମେ ଆମ ଜୀବନରେ ଲଗାଉଛନ୍ତି ତାହେଲେ ଆପଣଙ୍କଳ ଜୀବନ ସମ୍ପୂର୍ଣ ଭାବେ ପରିବର୍ତିତ ହେବା । ଆପଣଙ୍କ ଜୀବନ ସଫଳ ସୁନ୍ଦର ହୋଇ ଗଢି ଉଠିବ, ଆମେ ସମସ୍ତେ ଲକ୍ଷ ଲକ୍ଷ ଲୋକ ହନୁମାନଙ୍କୁ ପୂଜା କରିଥାଉ । କିନ୍ତୁ ପ୍ରକୃତରେ ମଣିଷ ପୂଜା କାହିଁକି କରେ । ଆମେ ସବୁବେଳେ ହନୁମାନଙ୍କୁ ପୂଜା କରିଥାଉ । ଆମ ପୂଜା ସେତେବେଳେ ଯାଏ ସଫଳ ନୁହେଁ ଯେତେବେଳେ ଯାଏ ତାଙ୍କ ଗୁଣ ଆମ ଶରୀରରେ ନ ଆସିଛି । ତାଙ୍କ ଗୁଣ ଆମ କର୍ମରେ ପ୍ରତିଫଳିତ ନ ହୋଇଛି । ଆଜି ଏହି ସୁନ୍ଦର ଲେଖା ମାଧ୍ୟମରେ ଜାଣିବା ହନୁମାନଙ୍କ ଏହି ୪ ଟି ଗୁଣ ବିଷୟରେ । ଯାହାକୁ ଆମେ ଆମ ଜୀବନରେ ଲଗାଇ  ଆମ ଜୀବନକୁ ଗୋଟେ ଶକ୍ତିଶାଳୀ ଜୀବନରେ ପରିଣତି କରିବା ।

Image Courtesy: Google

ଆପଣମାନେ ସମସ୍ତେ ଜାଣିଥିବେ ହନୁମାନ ମାତା ସିତା ଦେବୀଙ୍କୁ ଖୋଜିବା ପାଇଁ ମନସ୍ଥ କଲେ । ସମସ୍ତେ ଠିକ କଲେ ହନୁମାନକୁ ମାତା ସିତାଙ୍କୁ ଠାବ କରିବା ପାଇଁ ଯିବାକୁ ହେବା । ସେତେବେଳେ ହନୁମାନ ଯାଇ ସମୁଦ୍ର କୂଳରେ ଠିଆ ହୋଇ ଭୟବିତ ହେଲେ, ଭାବିଲେ ଏତେ ବଡ ସମୁଦ୍ରକୁ ପାର କେମିତି କରିବି । ମୁ ଜଣେ ବାନର କେମିତି ସାତ ଦରିଆ ପାର କରି ସିତା ମାତାଙ୍କୁ ଖୋଜିବି । ସେତେବେଳେ ତାଙ୍କ ମନରେ ଶଙ୍କା ଆସିଲା । କାହିଁକି ଶଙ୍କା ଆସିଲା, ସେଟ ଗୋଟେ ଛୋଟ କାହାଣୀ ଅଛି ହନୁମାନଙ୍କର, ଶେ ଯେତେବେଳେ ଛୋଟ ଥିଲେ । ସେ ବହୁତ ଦୁଷ୍ଟ ଥିଲେ, ଓ ମୁନିରୁଷି ମାନଙ୍କୁ ବହୁତ ହଇରାଣ କରୁଥିଲେ । ଜଣେ ମୁନି କ୍ରୋଧ ବଶତଃ କହିଥିଲେ ହେ ଦୁଷ୍ଟ ବାଳକ ତୁ ସମଗ୍ର ମୁନି ସମାଜକୁ ହଇରାଣ କରୁଛୁ ।  ଏମିତି କି ତୁ ତୋର ଶକ୍ତି ଯୋଗୁ ସୂର୍ଯ୍ୟଙ୍କୁ ମଧ୍ୟ ଛାଡି ନାହୁଁ, ତାଙ୍କୁ ମଧ୍ୟ ଗିଳି ଦେବା ପାଇଁ ପ୍ରୟାସ କରିଛୁ ।

Image Courtesy: Google

ଆଜି ମୁ ତୋତେ ଏହି ଅଭିଶାପ ଦେଉଛି, ତୁ ଏହି ମୁହୂର୍ତରୁ ସବୁ ଶକ୍ତି ଭୁଲିଯିବୁ । ସେଇ ମୁହୂର୍ତରୁ ହନୁମାନ ତାଙ୍କ ସମସ୍ତ ଶକ୍ତି ଭୁଲି ଗଲେ । ସେଥିପାଇଁ ସେ ସମୁଦ୍ର କୂଳରେ ଠିଆ ହୋଇ ଅଶେଷ ବଳର ମାଲିକ ହୋଇ ମଧ୍ୟ,ସମୁଦ୍ର ଲଙ୍ଗନ କରିବା ପାଇଁ ତାଙ୍କ ମନରେ ଶଙ୍କା ଆସିଲା । ସେତେବେଳେ ଜାମ୍ବବାନ ହନୁମାନଙ୍କୁ ମନେ ପକାଇଥିଲେ, ହେ ହନୁମାନ ତମେ କୌଣସି ସାଧାରଣ ମାଙ୍କଡ ନୁହେଁ, ତୁମ ଦେହରେ ଅନନ୍ତ ଶକ୍ତି ଅଛି । ତୁମେ ଏହୁ ବିଶ୍ଵର ସମସ୍ତ ଶକ୍ତିର ମାଲିକ, ଥରେ ଚେଷ୍ଟା କର ଏହି ସାତ ସମୁଦ୍ରକୁ ଗୋଟେ ଲମ୍ଫରେ ଅତିକ୍ରମ କରିବା । ତାହାହିଁ ହୋଇଥିଲା, ହନୁମାନ ସେ ସାତ ସମୁଦ୍ରକୁ ଗୋଟେ ଲମ୍ଫରେ ପାର କରିଲେ, ଏବଂ ସୀତା ମାତାକୁ ଠାବ କଲେ । ଏହି ବିଷୟରୁ ଆମେ କଣ ଶିଖିବା, ଏଥିରେ ଏହି ଯୁବ ସମାଜ ଓ ମଣିଷ ସମାଜ ପାଇଁ କଣ ବାର୍ତା ଲୁଚି ରହିଛି । ଏହି ସମାଜରେ ଯେତେ ଲୋକ ଅଛନ୍ତି, ସମସ୍ତଙ୍କ ଭିତରେ କିଛି କିଛି ଶକ୍ତି ଅଛି ଓ ସେଇ ଶକ୍ତିକୁ ଚିହ୍ନନ୍ତୁ, ଜୀବନର ଯାହାଟା କରିବା ପାଇଁ ଚାହୁଛନ୍ତି ଲକ୍ଷ ରଖନ୍ତୁ ଓ ଆଗକୁ ବଢି ଚାଲନ୍ତୁ, ନିଶ୍ଚିନ୍ତ ଭାବେ ଲକ୍ଷ ପଥରେ ପହଞ୍ଚିବେ । ନିଜ ଉପରେ ଭରସା ଓ ବିଶ୍ଵାସ ରଖନ୍ତୁ । ଏହି କଥା ଆମେ ହନୁମାନଙ୍କ ପାଖରୁ ଶିଖିବା ।

Image Courtesy: Google

ଜୀବନରେ କେବେବି ଅହଂକାରୀ ହେବା ଉଚିତ ନୁହେଁ, ହନୁମାନ ଅସୀମ ଶକ୍ତିର ମାଲିକ ଜୀବନରେ କେବେସେ ଅହଂକାର କରିନାହାନ୍ତି । ତାଙ୍କ ଦ୍ଵାରା ରାମାୟଣରେ ବହୁତ ଜିନିଷ ସଫଳ ହୋଇଛି ବୋଲି କେବେବି ଅହଂକାର ଆସିନୀ । ସେ ହେଉଚି ପ୍ରକୃତ ମଣିଷର ଗୁଣ, ବହୁତ ଶକ୍ତି ଓ ସଫଳତା ଥାଇ ମଧ୍ୟ ସବୁବେଳେ ନମ୍ର ହିସାବରେ ରହିବା । ଗୋଟେ ବହୁତ ସୁନ୍ଦର କଥାଟି ଅଛି କି ” ନମ୍ରତେ ଫଳେନାଃ ବୃକ୍ଷଃ,ନମ୍ରତେ ଗୁଣିନେ ଜନାହା ” ଏହାର ଅର୍ଥ ଯେତେ ଫଳ କୌଣସି ଗଛରେ ଅଧିକ ହୋଇଯାଏ, ଗଛ ନାଇଁ ପଡେ, ସେହିପରି ମଣିଷ ଦେହରେ ଯେବେ ଆଧିକ ଗୁଣ ଆସେ ଓ ସଫଳତା ଯେତେବେଳେ ଅଧିକ ଆସେ ସେ ସେତେବେଳେ ନଇଁ ପଡିବ ଆବଶ୍ୟକ ଅଛି । ସବୁବେଳେ ନମ୍ର ହେବା ଉଚିତ, ହନୁମାନଙ୍କ ଠାରୁ ଏହି ଗୁଣ ଶିଖିବା । ଯେତେବେଳେ ଆଦିକ ଶକ୍ତି କି ସଫଳତା ଆସିବା ସେତେବେଳେ ଆମେ ଭଦ୍ର ହୋଇରହିବା ଉଚିତ ।

Image Courtesy: Google

ତୃତୀୟ ପଏଣ୍ଟ ଟି ବହୁତ ଗୁରୁତ୍ଵପୂର୍ଣ ,ଏହି କାହାଣୀ ଟି ହନୁମାନଙ୍କ ଜୀବନରୁ କୁହାଯାଇଛି । ଆପଣମାନେ ସମସ୍ତେ ଜାଣିଥିବେ ହନୁମାନ ଯେତେବେଳେ ସମୁଦ୍ର ଲଙ୍ଘନ କରି ସିତା ମାତାଙ୍କୁ ଖୋଜିବାକୁ ଯିବା ସମୟରେ ସମୁଦ୍ରଦରେ ଗୋଟେ ବଡ ରାକ୍ଷସୀ ବାହାରିଲା ଓ କହିଲା ହେ ହନୁମାନ ମୁ ତୋତେ ଭୋଜନ ହିସାବରେ ଗ୍ରହଣ କରିବି, ହନୁମାନ ସେତେବେଳେ ନିଜର ରୂପ ଦେଖାଇଛନ୍ତି । ନିଜର ବିଶାଳ ରୂପ ଧାରଣ କରିଛନ୍ତି, ହନୁମାନ ଯେତେବେଳେ ଗୋଟେ ଯୋଜନର ରୂପ ଦେଖାଇଛନ୍ତି, ରାକ୍ଷସୀ ସେତେବେଳେ ଦୁଇ ଯୋଜନର ମୁହଁ ଦେଖାଇଛି । ହନୁମାନ ଯେତେବେଳେ ଚାରି ଯୋଜନ ରୂପ ଦେଖାଇଛନ୍ତି, ରାକ୍ଷସୀ ସେତେବେଳେ ଆଠ ଯୋଜନର ମୁହଁ ଖୋଲିଛି । ସେତେବେଳେ ହନୁମାନ ଦେଖିଲେ ଏହି ଜାଗାରେ ଶକ୍ତିରେ ପାରିହେବନି, ସେତେବେଳେ ସେ କଣ କଲେ ପୁରା ଛୋଟ ହୋଇଯାଇଛନ୍ତି । ସେ ରାକ୍ଷସୀର ପାଟି ଭିତରୁ ବୁଲି ବାହାରକୁ ଆସିଯାଇଛନ୍ତି । ଏହି ଜିନିଷରୁ ଆମେ ପ୍ରତେକ ମଣିଷ ଏହି କଥା ଶିଖିବା ଉଚିତ,ବିପଦ ସମୟରେ ଶକ୍ତିର ନୁହେଁ ବୁଦ୍ଧିରେ କାମ କରିବା ଉଚିତ । ନିଜର ବିଚକ୍ଷଣ ବୁଦ୍ଧିର ପ୍ରୟୋଗ କରିବା ଉଚିତ । ଜୀବନରେ ଯେତେବେଳେ ବି ବିକଟ ପରିସ୍ଥିତି ଆସୁଛି ସେଇଟା ଯଦି ଶକ୍ତିରେ ପାରିହେଉନି ବୁଦ୍ଧି ଦ୍ଵାରା ହାସିଲ କରନ୍ତୁ । କାରଣ ଶାରୀରିକ ଶକ୍ତି ସବୁ ଜାଗାରେ କାମ ଦିଏନି । ଯିଏ ମାନସିକ ଶକ୍ତିର ମାଲିକ, ଯିଏ ମାନସିକ ଶକ୍ତିରେ ଏଧିକା ବିଚକ୍ଷଣ ସେ ଜୀବନ ଯୁଧ୍ୟରେ ଜିତିଥାଏ ।

Image Courtesy: Google

ସମର୍ପଣର ଭାବ ରଖି କର୍ମ କରିବା । ଆପଣ ଦେଖିଥିବେ ଆପଣ ଯେଉଁ ଜାଗାରେ ଦେଖିବେ ଯେଉଁଠି ରାମଚନ୍ଦ୍ରଙ୍କ ଚିତ୍ର ଥିବା ସେଠି ହନୁମାନଙ୍କର ମଧ୍ୟ ଚିତ୍ର ଥିବା, ସେ ଏମିତି ଭକ୍ତ ଥିଲା ଏମିତି ସମର୍ପଣ ଭାବ ଥିଲା ଏତେ ଶକ୍ତି ଥାଇ ମଧ୍ୟ ତାଙ୍କର ଇଶ୍ଵରଙ୍କ ପ୍ରତି ସାହେ ପ୍ରତିଶତ ସମର୍ପଣ ଭାବଥିଲା । ତେଣୁ ଆମେ ଯଦି ଜୀବନରେ ସଫଳ ହେବା ପାଇଁ ଚହୁଁଛନ୍ତି, ଆମର ସମର୍ପଣ ଭାବ ରହିବା ନିହାତି ଆବଶ୍ୟକ ।  ସେ ଈଶ୍ଵରଙ୍କ ପ୍ରତି ହେଉ କି ଗୁରୁଙ୍କ ପ୍ରତି ହେଉ କି ନିଜ କର୍ମ ପ୍ରତି ହେଉ, ପ୍ରତି କ୍ଷେତ୍ରରେ ଆପୋନଙ୍କ ସମର୍ପଣ ଭାବ ରହିବା ଆବଶ୍ୟକ । ଯଦି ଜଣେ ମନୁଷ୍ୟ ସମର୍ପିତ ହୋଇ କାର୍ଯ୍ୟ କରେ ତା ଭିତରେ ଅହଂକାର ଜାଗ୍ରତ ହୁଏ ନାହିଁ , ସେ ଲୋକ ସବୁବେଳେ ସ୍ତିର ମତିସ୍କରେ କାମକରେ ଓ ଜୀବନରେ ସଫଳ ହୁଏ । ଯଦି ଏହି ହନୁମାନଙ୍କର ଚାରୋଟି ଗୁଣ ନିଜ ଜୀବନରେ ଗ୍ରହଣ କରିଚାଲୀବେ  ଜୀବନରେ ସଫଳତା ଅର୍ଜନ କରିବେ ।

Leave a Reply

Your email address will not be published. Required fields are marked *