ଚଷମା ପିନ୍ଧିବା ଦ୍ଵାରା ନାକ ଉପରେ ପଡ଼ିଥାଏ ଦାଗ ତ କରନ୍ତୁ ଏହି ଘରୋଇ ଉପାୟ

ଆଜିକା ସମୟରେ ଆପଣଙ୍କ ଆଖପାଖରେ ରହୁଥିବା ଅଧିକାଂଶ ଲୋକ ଆଖିରେ ଚଷମାର ବ୍ୟବହାର କରୁଛନ୍ତି । ଏଥିରେ ଆପଣଙ୍କ ବସ ଠାରୁ ଆରମ୍ଭ କରି ସାଙ୍ଗ ପର୍ଯ୍ୟନ୍ତ ସାମିଲ ଅଛନ୍ତି । ଅଧିକାଂଶ ଲାପଟପ ଓ କମ୍ପ୍ୟୁଟର କାମ କଲା ବେଳେ ମଧ୍ୟ ଚଷମା ପିନ୍ଧୁଛନ୍ତି । ଲଗାତାର ଚଷମା ପିନ୍ଧିବା ଯୋଗୁଁ ଚଷମାର ନାକ ଷ୍ଟାଣ୍ଡ ପାଖରେ ଚିହ୍ନ ପଡିଯାଏ । ଆଜି ଆମେ ଆପଣଙ୍କୁ ଏମିତି ଉପାୟ କହିବୁ ଯାହା କଲେ ଆପଣ ଚଷମା କାରଣରୁ ହେଇଥିବା ନାକ ଊପର ଚିହ୍ନକୁ ହଟେଇ ପାରିବେ ।

ଘିକୁଆଁରୀ ରେ କରନ୍ତୁ ଉପଚାର-

ଘିକୁଆଁରୀ ର ପତ୍ରକୁ କାଟି ତା ଭିତର ରସ କୁ ପେଷ୍ଟ ବନାନ୍ତୁ । ଏଇ ପେଷ୍ଟ କୁ ନାକ ଉପର ଦାଗରେ ଧୀରେ ଧୀରେ ମସାଜ କରନ୍ତୁ । ଏଲେଭରା ବା ଘିକୁଆଁରୀ ରେ ମଶ୍ଚରାଇଜର ଓ ଏଣ୍ଟିଏଜିଂ ଗୁଣ ଥିବାରୁ ଏହା ନାକ ଉପର ଦାଗ କୁ କିଛି ଦିନ ଭିତରେ ଭଲ କରିଦେଇଥାଏ ।

ଆଳୁରସ –

କଞ୍ଚା ଆଳୁକୁ ଘଷି ତା ରସ ବାହାର କରନ୍ତୁ । ଏଥିରେ ବ୍ଲିଚିଂର ଗୁଣ ମିଳିଥାଏ । ତେଣୁ ଏହା ଦାଗ ଲିଭେଇଥାଏ ।

ଗୋଲାପ ଜଳ-

ଏଥିରେ ହୀଲିଂ ଗୁଣ ରହିଥାଏ । ଏହାକୁ ତୁଳାରେ ଭିଯାଇ ଦାଗରେ ଲଗାଇଲେ, ଚଷମାରେ ରହିଛି ପଡ଼ିଥିବା ଚିଂହ ଲିଭିବାରେ ସାହାର୍ଯ୍ୟ କରେ ।

ମହୁ –

ଏଥିରେ ଏଣ୍ଟିଅକ୍ସିଦେଣ୍ଟ ଓ ଏଣ୍ଟିସେପ୍ଟିକ ଗୁଣ ଥିବାରୁ ଏହା ତ୍ଵଚ଼ାରେ ପଡ଼ିଥିବା ଦାଗକୁ ଲିଭେଇଥାଏ ।

କମଳା ଚୋପା-

ଏଥିରେ ଏଣ୍ଟିସେପ୍ଟିକ ଓ ହୀଲିଂ ଗୁଣ ଥିବାରୁ ଏହି କମଳା ଚୋପାକୁ ଗୁଣ୍ଡକରି କ୍ଷୀରରେ ମିଶାଇ ଲଗାଇଲେ ଦାଗ ଲିଭି ଯାଇଥାଏ । ତେବେ ଏହାକୁ ପ୍ରତ୍ୟକ ଦିନ ସେହି ଦାଗରେ ଲଗାନ୍ତୁ ଦେଖିବେ ଏହା ଧୀରେ ଧୀରେ କମିବାକୁ ଲାଗିବ ।

ଟମାଟୋ-

ଏଥିରେ ଏକ୍ସ ଫୋଲିଏସନ ଗୁଣ ଥିବାରୁ ଏହା ତ୍ଵଚ଼ାର ମୃତ କୋଷିକାକୁ ବାହାର କରିବାରେ ସାହାର୍ଯ୍ୟ କରେ ।ଟମାଟୋ ରସର ପେଷ୍ଟ ପ୍ରସ୍ତୁତ କରି ତାକୁ ଚଷମାରେ ହେଇଥିବା ଦାଗରେ ଲଗାଇଲେ କିଛି ଦିନ ଭିତରେ ଫଳାଫଳ ଦେଖିବେ ।

ଯଦି ଆପଣଙ୍କୁ ଆମର ହି ଘରୋଇ ଉପାୟ ପସନ୍ଦ ଆସୁଥାଏ ତେବେ ଏହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ନିଜେ ମଧ୍ୟ କରିକି ଦେଖନ୍ତୁ । ତେବେ ଆଗକୁ ମଧ୍ୟ ଏହି ଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *