୧ ଅପ୍ରେଲରୁ ଭାରତରେ ବିକ୍ରିହେବ ସବୁଠୁ ସଫା ପେଟ୍ରୋଲ- ଡିଜେଲ, ଜାଣନ୍ତୁ କଣ ଏହାର ବିଶେଷତ୍ୱ

୧ ଅପ୍ରେଲରୁ ଭାରତରେ ସବୁଠୁ ସଫା ପେଟ୍ରୋଲ- ଡିଜେଲ ବିକ୍ରି ହେବ । ଭାରତ ସବୁଠୁ ସ୍ୱଚ୍ଛ ପେଟ୍ରୋଲ- ଡିଜେଲ ଆପଣେଇବାକୁ ପ୍ରସ୍ତୁତ । ୧ ଅପ୍ରେଲରୁ ଉତ୍ସର୍ଜନ ମାନକ BS-6 ର ଅନୁକୂଳ ଇନ୍ଧନର ଅପୂର୍ତ୍ତି ଆରମ୍ଭ ହେବ । ଇଣ୍ଡିଆନ ଅଏଲ କର୍ପୋରେସନର ଏକ ବରିଷ୍ଠ ଅଧିକାରି ଏହି ଦାବି କରିଛନ୍ତି । ଭାରତ ବାହାନ ଉତ୍ସର୍ଜନ କମ କରିବା ପାଇଁ ବିଏସ-4 ରୁ ସିଧା ଚରଣ-6 ମାନକ ଉପରେ ଅମଲ କରିବାର ନିର୍ଣ୍ଣୟ ନେଇଥିଲେ ଓ କେବଳ 3 ବର୍ଷରେ ସଫଳତା ହେବାର ପାଖାପାଖି ରହିଛି ।

ଭାରତ ସେଇ ବଛା ହୋଇଥିବା ଦେଶ ସହ ସାମିଲ ହେଇଯିବ, ଯେଉଁଠି ସବୁଠୁ ସ୍ୱଚ୍ଛ ପେଟ୍ରୋଲ- ଡିଜେଲ ଉପଯୋଗ ହୋଇଥାଏ ।

ଇଣ୍ଡିଆନ ଅଏଲର ଚେୟରମେନ ସଞ୍ଜୀବ ସିଂ କହିଛନ୍ତି କି ସବୁ ପରିଶୋଧନ ସଂୟଂତ୍ରୋ 2019 ଶେଷ ଯାଏ ବିଏସ-6 ର ଅନୁକୂଳ ପେଟ୍ରୋଲ- ଡିଜେଲର ଉତ୍ପାଦନ ଆରମ୍ଭ କରିଦେଲେଣି । ପେଟ୍ରୋଲ କମ୍ପାନୀମାନେ ଦେଶରେ ପେଟ୍ରୋଲ- ଡିଜେଲର ଶେଷ ବୁନ୍ଦାକୁ ବିଏସ-6 ମାନକ ଇନ୍ଧନରେ ସ୍ଥାନାନ୍ତରିତ କରିବା ପାଇଁ ସ୍ଥିର କରିସାରିଛନ୍ତି । ସେ କହିଛନ୍ତି, ଆମେ ୧ ଅପ୍ରେଲ ରୁ ବିଏସ-6 ଇନ୍ଧନର ଅପୂର୍ତ୍ତି ଆରମ୍ଭ କରିବା ଦିଗରେ ସମ୍ପୂର୍ଣ ରୂପେ ଠିକ ବାଟରେ ରହିଛୁ । ଏହି ଇନ୍ଧନ ଦେଶ ସାରା ଭଣ୍ଡାର ଡିପୋ ଯାଏ, ପହଞ୍ଚିବାକୁ ଲାଗିଛି ।

ସେ କହିଛନ୍ତି ଯେ ସ୍ୱଚ୍ଛ ଇନ୍ଧନ ଭଣ୍ଡାର ଡିପୋରୁ ପେଟ୍ରୋଲ ପମ୍ପ ଯାଏ ପହଞ୍ଚିବାକୁ ଲାଗିଲାଣି ଆଉ କିଛି ସପ୍ତାହରେ କେବଳ ଖାଲି ସ୍ୱଚ୍ଛ ଇନ୍ଧନ ଉପଲବ୍ଧ ହେବ । ଆମେ ଏଥର  ସମ୍ପୁର୍ଣ୍ଣ ଭାବେ ଆଶ୍ବସ୍ତ ଯେ କି ପେଟ୍ରୋଲ ପମ୍ପ ରୁ ୧ ଅପ୍ରେଲଠୁ ଯାହାବି ପେଟ୍ରୋଲ- ଡିଜେଲ ବିକ୍ରିହେବ, ତାହା ବିଏସ-6 ମାନକର ଅନୁକୂଳ ହେବ । ଭାରତ 2010 ରେ ବିଏସ-3  ଉତ୍ସର୍ଜନ ମାନକକୁ ଆପଣେଇଥିଲା ।

ବିଏସ-3 ରୁ 4 ଯାଏ ପହଞ୍ଚିବାକୁ ଦେଶକୁ ସାତ ବର୍ଷ ସମୟ ଲାଗିଥିଲା ଏଥିରେ କମ୍ପାନୀମାନେ 35 ହଜାର କୋଟି ନିବେଶ କରିଥିଲେ । ଦିଲ୍ଲୀ ଏନସିଆର ରେ 2018ରୁ ନୂଆ ଇନ୍ଧନ ଆରଂଭ କରାଯାଇଥିଲା । ଏହାପରେ ଅପ୍ରେଲ 2019ରେ ସ୍ୱଚ୍ଛ ଇନ୍ଧନର ଅପୂର୍ତି ରାଜସ୍ଥାନରେ 4ଓ ଉତ୍ତରପ୍ରଦେଶରେ 8ଟି ସିମାବର୍ତ୍ତି ଜିଲ୍ଲା ସହିତ ଆଗ୍ରା ଜିଲ୍ଲାରେ ଆରମ୍ଭ କରାଯାଉଛି

ହରିୟଣାରେ 7 ଟି ଜିଲ୍ଲାରେ ଏଇ ଇନ୍ଧନ ଅକ୍ଟୋବର 2019 ରୁ ଉପଲବ୍ଧ ହୋଇଯାଇଛି । ସେ କହିଛନ୍ତିକି ନୂଆ ଇନ୍ଧନରେ ବିଏସ-6 ଅନୁକୂଳ ବାହାନର ନାଇଟ୍ରୋଜେନ ଅକ୍ସାଇଡ ଉତ୍ସର୍ଜନ ପେଟ୍ରୋଲ 25 ପ୍ରତିଶତ ଓ ଡିଜେଲ ରେ 70 ପ୍ରତିଶତ କମ ହୋଇଯିବ ।

Leave a Reply

Your email address will not be published. Required fields are marked *