ବନ୍ଧୁଗଣ ଆଉ ଏକ ସ୍ଵାମୀ ସୁଖ ପାଇଁ ଶ୍ଵଶୁର ଘର ଆଗରେ ବୋହୁର ଡବଲ ଧାରଣା । ଥରେ ପ୍ରେମିକ ଠାରୁ ସିନ୍ଦୁର ପାଇଁ ଧାରଣ ଦେଇଥିଲେ ଆଉ ଏବେ ସ୍ବାମୀଙ୍କୁ ଫେରି ପାଇବା ପାଇଁ ଟିନା ଙ୍କ ଦ୍ଵିତୀୟ ଥର ଧାରଣା ଦେଖିବାକୁ ମିଳିଛି । ପୁଣି ଚର୍ଚ୍ଚା ରେ ଗଞ୍ଜାମ ତାରସିଙ୍ଗ ଥାନା ଅଧୀନ ଗାଲେରୀ ଗାଁ ରେ । ଗାଁ ଦାଣ୍ଡରେ ସର୍ବ ସମୁଖରେ ବିବାହର ସପ୍ତାହେ ନ ବିତୁଣୁ ପ୍ରେମିକା କୁ ଛାଡି ପ୍ରେମିକ ଫେରାର ।
ଗାଲେରୀ ଗାଁ ର ଦୁଷ୍ମନ୍ତ ସାହୁଙ୍କ ସହ ବ୍ରହ୍ମପୁର ର ଟିନା ସାହୁଙ୍କ 3 ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । ଆଉ ଦୁହେଁ ପରସ୍ପରକୁ ବାହା ହେବା ପାଇଁ ନିସ୍ପତି ବି ନେଇଥିଲେ । ଦୁଷ୍ମନ୍ତ ଙ୍କ ପରିବାର ଲୋକେ ଟିନା ଙ୍କ ବାହାଘରକୁ ବାରଣ କରିଥିଲେ । ପରେ ଦୁଷ୍ମନ୍ତ ଓ ଟିନାଙ୍କ ସମ୍ପର୍କରେ ପଡିଲା ଫାଟ । ପରେ ଟିନା ସିନ୍ଦୁରର ଅଧିକାର ପାଇବାକୁ ଦୁଷ୍ମନ୍ତ ଙ୍କ ଘର ଆଗରେ ଧାରଣାରେ ବସିଲେ ।
ସମାଜସେବୀ ପ୍ରମିଳା ତ୍ରିପାଠୀ ପହଞ୍ଚି ମଧ୍ୟସ୍ଥତା କରିଲେ । ଉଭୟ ପକ୍ଷଙ୍କ ସହ ଆଲୋଚନା କରି ସମାଧାନର ବାଟ କାଢିଲେ ପ୍ରମିଳା । ସରପଞ୍ଚ ଓ ଗାଁ ଲୋକଙ୍କ ଉପସ୍ଥିତିରେ ଗାଁ ଦାଣ୍ଡରେ ଦୁହିଙ୍କର ବାହାଘର କରାଇଲେ । ବାହାଘର ପରେ ଉଭୟ ବ୍ରହ୍ମପୁର ରେ ଏକାଠି ରହିବା ପରେ 3 ଦିନ ରହିବା ପରେ ଦୁଷ୍ମନ୍ତ ଟିନା ଙ୍କୁ ବାହାରକୁ ଯିବାକୁ କହି ଷ୍ଟେସନ କୁ ଧରି ନେଇ ଯାଇଥିଲେ ।
ପାଣି ବୋତଲ ଆଣିବା ବାହାନାରେ ଷ୍ଟେସନ ରେ ଟିନା ଙ୍କୁ ଏକା ଛାଡି ଦୁଷ୍ମନ୍ତ କୁଆଡେ ଫେରାର ହୋଇ ଯାଇଛନ୍ତି । ଚାରି ଆଡେ ଷ୍ଟେସନରେ ଟିନା ନିଜ ସ୍ବାମୀଙ୍କୁ ଖୋଜିବା ପରେ କେଉଁଠି ନ ପାଇବାରୁ ପୁଣି ଟିନା ଗାଲେରୀ ଗାଁ କୁ ଆସି ଶ୍ଵଶୁର ଘର ଆଗରେ ଧାରଣାରେ ବସିଛନ୍ତି । ଦୁଷ୍ମନ୍ତ ନ ଫେରିବା ଯାଏଁ ଧାରଣା ରୁ ହଟିବେ ନାହି ବୋଲି କହିଛନ୍ତି ଟିନା ।
ତେବେ ଟିନା କହିଛନ୍ତି କି ଯେ ପର୍ଯ୍ୟନ୍ତ ଦୁଷ୍ମନ୍ତ ନ ଫେରିଛନ୍ତି ଆଉ ତାଙ୍କୁ ଗ୍ରହଣ ନ କରିଛନ୍ତି ସେତେ ଯାଏଁ ସେ ଧାରଣାରୁ ହଟିବେ ନାହି । ତେବେ ବାହାଘର ପରେ ଦୁହେଁ ବହୁତ ଖୁସି ରେ ଥିଲେ । ଆଉ ବୁଲିବାକୁ ବାହାନା କରି କହି ଦୁଷ୍ମନ୍ତ କୁଆଡେ ଛୁ ମାରିଛନ୍ତି ଟିନା ଙ୍କୁ ଛାଡି । ତେବେ ଏ ନେଇ ପ୍ରମିଳା ତ୍ରିପାଠି ମଧ୍ୟ ଟିନା ଙ୍କ ସାଥ ଦେଇଛନ୍ତି ଆଉ ତାଙ୍କ ପାଖରେ ଆସି ପହଞ୍ଚି ଯାଇଛନ୍ତି ।
ଦେଖାଯାଉ ଦୁଷ୍ମନ୍ତ କେବେ ଫେରୁଛନ୍ତି ଟିନା ଙ୍କ ପାଖକୁ ଆଉ ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।