ଚାଉଳ ଗିଳିବ ବିଜେଡି ଭୋଟ ! କାହିଁକି ନା ଏବେ କେନ୍ଦ୍ରସରକାର ଦେବେ ମାଗଣା ଚାଉଳ…. ଦେଖନ୍ତୁ ଏ ନେଇ କଣ କହୁଛନ୍ତି ବିଜେପି ମୁଖପତ୍ର

ଦର୍ଶକ ବନ୍ଧୁ । କେନ୍ଦ୍ର ସରକାର ମାଗଣାରେ ଚାଉଳ ଦେବା ଆରମ୍ଭ କରିଛନ୍ତି । ଆଉ ଏହାକୁ ନେଇ ଟଣା ଓଟରା ଦେଖିବାକୁ ମିଳିଛି  । ଏଥିରୁ ବିଜେପି କାଳେ ମାଇଲେଜ୍ ନେଇଯିବ ତାକୁ ନେଇ ବିଚଳିତ ହୋଇ ପଡିଛି ବିଜୁ ଜନାତା ଦଳ । ଯେଉଁ ଚାଉଳ ଭୋଟକୁ ନେଇ ବିଜେଡି ନିର୍ବାଚନୀ ବୈତରଣୀକୁ ଅତି ସହଜରେ ପାର କରୁଥିଲା ଆଗକୁ ସେଥିରେ ବ୍ରେକ ଲାଗିବାର ସମ୍ଭାବନା ରହିଛି ।

କାହିଁକି ନାଁ ଏଥର ସିଧାସଳଖ ମାଗଣା ଚାଉଳ ଦେବେ କେନ୍ଦ୍ର ସରକାର । ଏଥିରେ ଆଉ ରାଜ୍ୟର କୌଣସି ଭୂମିକା ରହିବ ନାହି । ଗ୍ରାମାଞ୍ଚଳରେ ଚାଉଳ କୁ ନେଇ ବଡ ଭୋଟ ବ୍ଯାଙ୍କ ଅହିଛି । ଆଉ ଏହାର ଫାଇଦା ଅନେକ ସମୟରେ ବିଜେଡି ଖାତାକୁ ଯାଇଥିଲା । ଏହାର କାରଣ ହେଉଛି ଚାଉଳ ରାଜ୍ୟ ଦେଉଛି ନା କେନ୍ଦ୍ର ତାହା ଲୋକେ ସିଧା ସଳଖ ଜାଣିପାରୁ  ଥିଲେ । ଫଳରେ କେନ୍ଦ୍ର କହୁଥିଲା ଆମର ରାଜ୍ୟ କହୁଥିଲା ଆମର ।

ବିଜୁ ଜନତା ଦଳ 2 ଥର ଏହି ଚାଉଳ କୁ ଆୟୁଧ କରି ନିର୍ବଚନ ଜିଟିଛି । ଏବେ ବିଜେଡ଼ିକୁ ଚାଉଳ ନ କିଛି ଦେବାକୁ ପଡିବ ନାହି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିବା ପରେ ବିଜେଡିରେ ଛନକା ପଶିଥିବା କହି ଟାର୍ଗେଟ କରିଛନ୍ତି ବିଜେଡ଼ିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ସେହିପରି ବିଜେଡି କୌଣସି ଉପାୟ ନ ପାଇ ମଙ୍ଗଳବାର ରେ ରାଜଭବନ, 15ରେ ପଞ୍ଚାୟତ ଅଫିସ ଓ 16ରେ ବ୍ଲକ ଓ ଜିଲ୍ଲା ଅଫିସ ଆଗରେ ବିକ୍ଷୋପ କରାଯିବା ନେଇ ପ୍ରେସମିଟ କରି ସୂଚନା ଦେଇଛି । ସେପଟେ ମାଗଣା ଚାଉଳ ରାଜନୀତି ଭିତେର ଏମିତି କିଛି ତଥ୍ୟ ସାମନା କୁ ଆସୁଛି ଆହା ବିଜେଡି ର ଅସଲ ମୁଖା କୁ ସମାନ ରେ ପକାଇଛି ।

କୋରୋନା ସମୟରେ ନିଜ ସ୍କିମ ରେ ରାଜ୍ୟ ଦେଉଥିବା 10 କିଲୋ ଚାଉଳ ରୁ କାଟି ଏବେ ମାତ୍ର 5 କିଲୋ ଚାଉଳ ବାଣ୍ଟୁଛି । କେନ୍ଦ୍ର କୁ 10 କିଲୋ ଗ୍ରାମ ଚାଉଳ ଦାବି କରି ନିଜେ ଏଭଳି କରୁଛି ବିଜେଡି । ଖାଲି ଏହା ନୁହେଁ ଡିଲର ମାନଙ୍କୁ ଠିକ ଭାବେ ଚାଉଳ ନ ଦିଆଯାଉ ଥିବାରୁ ଏକକାଳୀନ ଚାଉନ ବଣ୍ଟନ ସମ୍ଭବ ହେଉ ନାହି । ଫଳରେ କିଛି ହିତାଧିକାରୀ ବିଳମ୍ବ ପରେ ଚାଉଳ ପାଉଛନ୍ତି ।

ସେହିପରି ମାଗଣା ଚାଉଳ ପାଇଁ ଡିଲର ମାନେ କମିଶନ ପାଉ ନ ଥିବାରୁ ଡିଲର ସଂଘ ରାଜ ରାସ୍ତା ରେ ଓଲହାଇବାକୁ ଦେଇଛନ୍ତି ଚେତାବନୀ । ଫଳରେ ଏହି ପ୍ରସଙ୍ଗ କୁ ନେଇ ସମାଜରେ କେମିତି ଲୋକଙ୍କର ବିଶ୍ଵାସ ଜିତିବେ ଦେଉଛନ୍ତି ପୁରା ଫୋକସ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *