ଚାଉଳ ପାଣିରେ ଲୁଚି ରହିଛି ଆପଣଙ୍କ ବାଳର ଚିକିଶ୍ଚା, ଜାଣନ୍ତୁ ଏହା ଦ୍ଵାରା କେଉଁ ସବୁ ସମସ୍ୟା ହୋଇଥାଏ ଦୂର

ଆମର ଖାଦ୍ୟ ପେୟରେ ଏମିତି ବହୁତ ଜିନିଷ ଅଛି ଯାହା ଆମ ସ୍ୱାସ୍ଥ୍ୟ ଏବଂ ସୁନ୍ଦରତା ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ ଆମେ ସେହି ଉପାୟ ଗୁଡିକ କରିବା ଜାଣିନାହୁଁ । ଚାଉଳ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଅଟେ, କିନ୍ତୁ ଆପଣମାନେ କଣ ଜାଣିଛନ୍ତି କି ଚାଉଳର ପାଣି ଆମ ଶରୀର ପାଇଁ କେତେ ଲାଭଦାୟକ ଅଟେ । ଚାଉଳ ଧୋଇବା ସମୟରେ ଆମେ ଯେଉଁ ପାଣିକୁ ଫୋପାଡି ଦେଉ ତାହା ଆମ ବାଳ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଚାଉଳ ପାଣି ଦ୍ଵାରା ଆପଣ କିପରି ନିଜର ବାଳକୁ ସୁନ୍ଦର କରି ପାରିବେ ।

ଝଡୁଥିବା ବାଳ

ଆଜିକାଲି ପ୍ରଦୂଷଣ ଭରା ପରିବେଶରେ ସବୁଠୁ ବଡ ସମସ୍ୟା ହେଉଛି ବାଳ ଝଡିବା । ପ୍ରଦୂଷଣ ଦ୍ଵାରା ବାଳର ମଜବୁତି ଉପରେ ପ୍ରଭାବ ପଡିଥାଏ । ଚାଉଳ ପାଣି ଦ୍ଵାରା ବାଳକୁ ମସାଜ କରିବା ବହୁତ ଲାଭଦାୟକ ଅଟେ । ଏହାର ତତ୍ଵ ବାଳର ଜଡକୁ ଯାଇଥାଏ ଓ ଏହାକୁ ମଜବୁତ କରିଥାଏ । ବାଳକୁ ଅଧିକ ପୋଷଣ ଦେବାର ଅଛି ତେବେ ରୋଜମୈରୀ, ଲବେଂଡର କିମ୍ବା ଟ୍ରୀ ଟ୍ରୀ  ଭଳି ତେଲ ମଧ୍ୟ ମିଶାଇ ପାରିବେ । ଏହାପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

ଶୁଷ୍କ ହୋଇଯିବା ବା ଜୀବନ ନଥିବା ବାଳ

ଅଧିକ ପ୍ରଦୂଷଣ ଦ୍ଵାରା କିମ୍ବା ଧୁଳି ମାଟି ସମ୍ପର୍କରେ ଆସିବା ଦ୍ଵାରା ବାଳ ଶୁଷ୍କ ହୋଇଯାଏ । ପ୍ରଥମେ ବାଳରେ ସାମ୍ପୁ କରନ୍ତୁ ଓ ଏହା ପରେ ଚାଉଳ ପାଣିରେ ବାଳକୁ ମସାଜ କରନ୍ତୁ । ପାଞ୍ଚ ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ ।

ଡ୍ୟାଣ୍ଡ୍ରଫ ହଟାନ୍ତୁ

ବାଳରେ ରୁପି ସମସ୍ୟା ହେବା ଦ୍ଵାରା ବାଳ ବହୁତ ଖରାପ ହେବାରେ ଲାଗେ । ଏହାକୁ ବାଳରୁ ରୂପି ହଟାଇବା ପାଇଁ ସର୍ବ ପ୍ରଥମେ ଚାଉଳ ପାଣିରେ ଶିକାକାଈ ପାଉଡର ମିଶାନ୍ତୁ ଏବଂ ପୁଣି ବାଳରେ ଲଗାନ୍ତୁ । କିଛି ସମୟ ପର୍ଯ୍ୟନ୍ତ ଏହାକୁ ରଖିବା ପରେ ବାଳକୁ ଧୋଇ ଦିଅନ୍ତୁ ।

ବାଳ ହୋଇଥାଏ ବହୁତ ନରମ

ଶ୍ୟାମ୍ପୁ ବାଳକୁ ଯେତିକି ରଫ ଏବଂ ଡ୍ରାଇ କରିଥାଏ ସେଥିପାଇଁ କଂଡୀଶନର ର ବ୍ୟବହାର କରିବା ଉଚିତ । କିନ୍ତୁ ଆଜିକାଲି କଂଡୀଶନର ବି ବାଳ ଡ୍ରାଏ କରିଦେଉଛି । ଏମତିରେ ଚାଉଳ ପାଣିରେ ବାଳ ଧୋଇବା ଦ୍ଵାରା ବାଳ ନରମ ହୋଇଥାଏ । ଚାଉଳ ପାଣିରେ ଶିକାକାଈ, କମଳାର ଚୋପା, ଅଁଳା ର ପାଉଡର ପକାଇ ଦିଅନ୍ତୁ ଓ ଏହି ମିଶ୍ରଣ ଦ୍ଵାରା ବାଳକୁ ଧୋଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ବାଳ ମଜବୁତ ରହିବ ଓ ଚମକିବ । ଏହା ବ୍ୟତୀତ ଚାଉଳ ପାଣିରେ ମହୁ ମିଶାଇ ବାଳରେ ଲଗାଇ ପାରିବେ ଓ ୧୫ – ୨୦ ମିନିଟ ପରେ ଧୋଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ବାଳ ସାଇନିଙ୍ଗ ଓ ସୁନ୍ଦର ହୋଇଯିବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *