ଦେଖନ୍ତୁ ଭିଡିଓ – କୁକୁରକୁ ଡ଼ରି ଲୁଚିଲା ଚିତା – ରାଜସ୍ଥାନରେ ଘଟିଛି ଏପରି ଘଟଣା

ସାଧାରଣତଃ ଜଙ୍ଗଲୀ ପଶୁଙ୍କୁ ଘରେ ପାଳିତ ପଶୁଙ୍କ ମାମଲାରେ ବଳଶାଳୀ ଏବଂ ଘାତକ ମାନାଯାଏ । ଏହି ତାଲିକାରେ ଚିତାବାଘ ଆସିଥାଏ । ଜଙ୍ଗଲ ପାଖ ଇଲାକା ପ୍ରାୟତଃ ଚିତାବାଘଙ୍କ ଭୟ ଲାଗି ରହିଥାଏ । ବସ୍ତି ଲୋକଙ୍କୁ ଏଥିରୁ ବଂଚିବା ପାଇଁ ଅନେକ ସୁବିଧା କରିବାକୁ ପଡିଥାଏ । ମାତ୍ର ସୋସିଆଲ ମିଡିଆରେ ଦେଖାଯାଉଥିବା ଏକ ଭିଡିଓକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଅସଲରେ ଏକ ରାଜରାସ୍ତାର କୁକୁର ଭୟଙ୍କର ଜଙ୍ଗଲୀ ଜନ୍ତୁ ଚିତାବାଘକୁ କରିଛି ନିଜ ନିୟନ୍ତ୍ରଣ । ଏହି ଭିଡିଓ ଟିଆଇ ଟ୍ୱିଟ କରିଛନ୍ତି । ଏହି ଭିଡିଓଟି ହେଉଛି ରାଜସ୍ତାନର । ଏଭଳି ଅନୁମାନ ଲଗାଯାଉଛି ଯେ କିଛି ଲୋକ ଜଙ୍ଗଲ ବୁଲିବା ପାଇଁ ବାହାରିଛନ୍ତି , ସେହିମାନେ ହିଁ ଏହାକୁ କ୍ୟାପଚର କରିଛନ୍ତି । କାରଣ ଭିଡିଓରେ ଗାଡିର କିଛି ଅଂଶ ଦେଖିବାକୁ ମିଳିଛି ଏବଂ ଏହାକୁ ମୋବାଇଲ ଫୋନରେ ସୁଟିଂ କରାଯାଇଛି ।

ସାଧାରଣତଃ କୁକୁରଙ୍କୁ ନେଇ ଅନେକ ଫିଲ୍ମ ଏବଂ ଭିଡିଓ ଦେଖିବାକୁ ମିଳିଥାଏ । ମାତ୍ର ଏହି ଭିଡିଓଟି ରହିଛି କିଛି ଭିନ୍ନ । କୁକୁରଙ୍କୁ ନେଇ ଅନେକ ବିଶ୍ୱାସନୀୟ ଉଦାହରଣ ମଧ୍ୟ ଦିଆଯାଏ ତ କେଉଁଠି ଏମାନେ ନିଜର କ୍ରୋଧ ଏବଂ କୁଣ୍ଠାକୁ ନେଇ ପରିଚିତ । ଏହି କୁୁକୁରଙ୍କୁ ନେଇ ପୁଲିସ ତଦନ୍ତ ମଧ୍ୟ କରିଥାଆନ୍ତି । ଏହି ଭିଡିଓ ଖାସ କରି ଏହି ଲୋକମାନଙ୍କୁ ପାଇଁ ଅଟେ ଯେଉଁମାନେ କୁକୁରଙ୍କୁ ମାମୁଲି ଜନ୍ତୁ ଭାବନ୍ତି ଏବଂ ସେମାନଙ୍କୁ ନାଁକୁ ନେଇ ଅପଶବ୍ଦ ଭଳି ବ୍ୟବହାର କରନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଯେ କିଭଳି ଏକ କୁକୁର ସଡକରେ ଆରାମ କରୁଛି, ସେହି ସମୟରେ ତା ପାଖକୁ ଏକ ଚିତା ତାକୁ ଶିକାର କରିବା ଲାଗି ଆସୁଛି । ମାତ୍ର କୁକୁରଟି ନିଜ ଆତ୍ମରକ୍ଷା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ସଫଳତା ହାସଲ କରିଛି । କୁକୁରଟି ଲଗାତାର ଭୋକିବାରୁ ଚିତାଟି ଭୟରେ ସେ ସ୍ଥାନ ଛାଡି ପଳାଇଛି ।

ଲେଖାଟି ଯଦି ଭଲ ଲାଗିଲା ତେବ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ।

Leave a Reply

Your email address will not be published. Required fields are marked *